କୋଲକାତାର ଏଲଆଇସି ବିଲଡିଂରେ ଭୟାବହ ଅଗ୍ନିକାଣ୍ଡ: ଗୁରୁତ୍ୱପୂର୍ଣ୍ଣ କାଗଜ ପୋଡ଼ି ପାଉଁଶ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋଲକାତାର ଏଲଆଇସି ବିଲଡିଂରେ ଭୟାବହ ଅଗ୍ନିକାଣ୍ଡ । ନିଆଁ କବଳରେ ୧୯ ମହଲା କୋଠା। ସହର ମଝିର ଜବାହାରଲାଲ୍ ନେହେରୁ ରୋଡରେ ଥିବା ଏହି ଏଲଆଇସି ବିଲଡିଂରେ ଆଜି ସକାଳ ୧୦ଟା ବେଳେ ହଠାତ୍ ନିଆଁ ଲାଗିଥିଲା। ବିଲଡିଂର ୧୬ତମ ମହଲାରୁ ପ୍ରଥମେ ଧୂଆଁ ବାହାରିଥିଲା। ନିଆଁର ତୀବ୍ରତା ଏତେ ଯେ, ଏହା ଅନ୍ୟ ଫ୍ଲୋରକୁ ବି ବ୍ୟାପିଥିଲା। ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚିଥିଲା ଦମକଳ ବାହିନୀ। ୧୦ଟି ଦମକଳ ଗାଡ଼ି […]

Rakesh Mallick
  • Published: Thursday, 19 October 2017
  • , Updated: 19 October 2017, 06:21 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋଲକାତାର ଏଲଆଇସି ବିଲଡିଂରେ ଭୟାବହ ଅଗ୍ନିକାଣ୍ଡ । ନିଆଁ କବଳରେ ୧୯ ମହଲା କୋଠା। ସହର ମଝିର ଜବାହାରଲାଲ୍ ନେହେରୁ ରୋଡରେ ଥିବା ଏହି ଏଲଆଇସି ବିଲଡିଂରେ ଆଜି ସକାଳ ୧୦ଟା ବେଳେ ହଠାତ୍ ନିଆଁ ଲାଗିଥିଲା। ବିଲଡିଂର ୧୬ତମ ମହଲାରୁ ପ୍ରଥମେ ଧୂଆଁ ବାହାରିଥିଲା। ନିଆଁର ତୀବ୍ରତା ଏତେ ଯେ, ଏହା ଅନ୍ୟ ଫ୍ଲୋରକୁ ବି ବ୍ୟାପିଥିଲା। ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚିଥିଲା ଦମକଳ ବାହିନୀ। ୧୦ଟି ଦମକଳ ଗାଡ଼ି ନିଆଁ ଲିଭା କାମରେ ନିୟୋଜିତ ହୋଇଥିଲେ। ଦକ୍ଷିଣ କୋଲକାତର ପ୍ରମୁଖ କମର୍ସିଆଲ ବିଲଡିଂ ଭାବେ ଏହା ଜଣାଶୁଣା। ଏହି କୋଠାରେ ଏଲଆଇସି ଓ ଏସବିଆଇର ଅଫିସ୍ ରହିଛି। ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନି ତେବେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।

Related story