ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ନିର୍ମାଣ ହେବ ଦେଶର ପ୍ରଥମ କ୍ରୀଡ଼ା ବିଶ୍ୱବିଦ୍ୟାଳୟ

ରାଷ୍ଟ୍ରପତି ରାମନାଥ କୋବିନ୍ଦ, ମଣିପୁରରେ ଦେଶର ପ୍ରଥମ ରାଷ୍ଟ୍ରୀୟ କ୍ରୀଡ଼ା ବିଶ୍ୱବିଦ୍ୟାଳୟ ନିର୍ମାଣ ପାଇଁ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳର ଅଧ୍ୟାଦେଶକୁ ମଞ୍ଜୁରୀ ଦେଇଛନ୍ତି। ଏହା ପୂର୍ବରୁ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ମେ ମାସ ୨୩ ତାରିଖରେ ଏହି କ୍ରୀଡ଼ା ବିଶ୍ୱ ବିଦ୍ୟାଳୟ ନିର୍ମାଣ ପାଇଁ ମଞ୍ଜୁରୀ ଦେଇଥିଲା। ବିଭିନ୍ନ ଟେକ୍‌ନିକ୍‌ ସହ କ୍ରୀଡ଼ାର ପ୍ରଚାର, ପ୍ରାସର ଓ ଉଚ୍ଚ ସ୍ତରୀୟ ଟ୍ରେନିଂ ପାଇଁ ଏଭଳି ଏକ କ୍ରୀଡା ବିଶ୍ୱବିଦ୍ୟାଳୟ ନିର୍ମାଣ କରାଯିବ। ଆଗମୀ ଦିନରେ ଏହି ବିଶ୍ୱବିଦ୍ୟାଳୟରୁ ଅନେକ ସଂଖ୍ୟାର […]

unnamed

Rakesh Mallick
  • Published: Saturday, 02 June 2018
  • , Updated: 02 June 2018, 08:40 PM IST

ରାଷ୍ଟ୍ରପତି ରାମନାଥ କୋବିନ୍ଦ, ମଣିପୁରରେ ଦେଶର ପ୍ରଥମ ରାଷ୍ଟ୍ରୀୟ କ୍ରୀଡ଼ା ବିଶ୍ୱବିଦ୍ୟାଳୟ ନିର୍ମାଣ ପାଇଁ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳର ଅଧ୍ୟାଦେଶକୁ ମଞ୍ଜୁରୀ ଦେଇଛନ୍ତି। ଏହା ପୂର୍ବରୁ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ମେ ମାସ ୨୩ ତାରିଖରେ ଏହି କ୍ରୀଡ଼ା ବିଶ୍ୱ ବିଦ୍ୟାଳୟ ନିର୍ମାଣ ପାଇଁ ମଞ୍ଜୁରୀ ଦେଇଥିଲା। ବିଭିନ୍ନ ଟେକ୍‌ନିକ୍‌ ସହ କ୍ରୀଡ଼ାର ପ୍ରଚାର, ପ୍ରାସର ଓ ଉଚ୍ଚ ସ୍ତରୀୟ ଟ୍ରେନିଂ ପାଇଁ ଏଭଳି ଏକ କ୍ରୀଡା ବିଶ୍ୱବିଦ୍ୟାଳୟ ନିର୍ମାଣ କରାଯିବ। ଆଗମୀ ଦିନରେ ଏହି ବିଶ୍ୱବିଦ୍ୟାଳୟରୁ ଅନେକ ସଂଖ୍ୟାର ଅନ୍ତର୍ଜାତୀୟ ସ୍ତରର ଖେଳାଳି ବାହାରିବାକୁ ଲକ୍ଷ୍ୟ ରଖାଯାଇଛି।

ଏହି କ୍ରୀଡ଼ା ବିଶ୍ୱ ବିଦ୍ୟାଳୟ  ନିର୍ମାଣ ପାଇଁ ୫୨୪ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଲକ୍ଷ୍ୟ ରଖାଯାଇଛି। ୩୨୫ ଏକର ଜମିରେ ଏହି କ୍ରୀଡ଼ା ବିଶ୍ୱବିଦ୍ୟାଳୟ ନିର୍ମାଣ ହେବ। ରାଜ୍ୟସରକାର ଏହି ଜମିକୁ ମାଗଣାରେ ଯୋଗାଇଦେବେ। ଏଥିପାଇଁ ମଣିପୁର ସରକାର ଜମି ଅଧିଗ୍ରହଣ କାମ ଆରମ୍ଭ କରିଛନ୍ତି।

 ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ ମଣିପୁରରେ ରାଷ୍ଟ୍ରୀୟ କ୍ରୀଡ଼ା ବିଶ୍ୱବିଦ୍ୟାଳୟ ନିର୍ମାଣ ଘୋଷଣା ପ୍ରଧାନମନ୍ତ୍ରୀ ମୋଦି କରିଥିଲେ। ୨୦୧୪-୧୫ ବଜେଟ୍‌ରେ ଏଥିପାଇଁ ୧୦୦ କୋଟି ଟଙ୍କା ମଞ୍ଜୁରୀ ଦିଆଯାଇଥିଲା। ୨୦୧୭ ଅଗଷ୍ଟ ୧୦ ତାରିଖରେ ରାଷ୍ଟ୍ରୀୟ କ୍ରୀଡ଼ା ବିଶ୍ୱ ବିଦ୍ୟାଳୟ ବିଧ୍ୟୟକ ବିଲ୍‌ ଲୋକସଭାରେ ଆଗତ ହୋଇଥିଲା।

Related story