ଚୀନ: ଡ୍ରେନ୍‌ ମରାମତି ବେଳେ ଅଘଟଣ,୫ ମୃତ

ବେଜିଂ: ଚୀନର ଏକ ଜନଗହଳିପୂର୍ଣ୍ଣ ସହରରେ ସ୍ୱରେଜ ମରାମତି କରୁଥିବାବେଳେ ଅଘଟଣ ଘଟି ୫ ଜଣ କର୍ମଚାରୀଙ୍କର ମୃତ୍ୟୁ ଘଟିଛି।ହେଇଲିଜଙ୍ଗ ପ୍ରଦେଶର ରାଜଧାନୀ ହାରବିନ ଅନ୍ତର୍ଗତ ଲୁଇ ହାନ୍‌ଫେଇ ସହରରେ ସ୍ୱେରଜ ପମ୍ପ ମରାମତି କରୁଥିବାବେଳେ ଜଣେ ପାଣିରେ ଖସି ପଡିଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ୪ଜଣ ପ୍ରାଣ ହରାଇଥିଲେ। ଖବର ପାଇ ଉଦ୍ଧାରକାରୀ ଦଳ ସମସ୍ତଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ସେମାନଙ୍କୁ ବଞ୍ଚାଯାଇପାରି ନ ଥିଲା।। କିପରି ଓ କେଉଁ ପରିସ୍ଥିତିରେ କର୍ମଚାରୀଙ୍କ […]

drain-generic

Rakesh Mallick
  • Published: Wednesday, 20 July 2016
  • , Updated: 04 May 2017, 03:44 PM IST

ବେଜିଂ: ଚୀନର ଏକ ଜନଗହଳିପୂର୍ଣ୍ଣ ସହରରେ ସ୍ୱରେଜ ମରାମତି କରୁଥିବାବେଳେ ଅଘଟଣ ଘଟି ୫ ଜଣ କର୍ମଚାରୀଙ୍କର ମୃତ୍ୟୁ ଘଟିଛି।ହେଇଲିଜଙ୍ଗ ପ୍ରଦେଶର ରାଜଧାନୀ ହାରବିନ ଅନ୍ତର୍ଗତ ଲୁଇ ହାନ୍‌ଫେଇ ସହରରେ ସ୍ୱେରଜ ପମ୍ପ ମରାମତି କରୁଥିବାବେଳେ ଜଣେ ପାଣିରେ ଖସି ପଡିଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ୪ଜଣ ପ୍ରାଣ ହରାଇଥିଲେ।

ଖବର ପାଇ ଉଦ୍ଧାରକାରୀ ଦଳ ସମସ୍ତଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ସେମାନଙ୍କୁ ବଞ୍ଚାଯାଇପାରି ନ ଥିଲା।। କିପରି ଓ କେଉଁ ପରିସ୍ଥିତିରେ କର୍ମଚାରୀଙ୍କ ଦେହାନ୍ତ ହେଲା ସେନେଇ ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

Related story