ଯବାନଙ୍କ ସହ ଗୁଳି ବିନିମୟ ବେଳେ ୫ ନକ୍ସଲ ନିହତ

ଦୁମକା: ଝାରଖଣ୍ଡର ଦୁମକାରେ ଯବାନ ଏବଂ ନକ୍ସଲ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୫ ଜଣ ନକ୍ସଲ ନିହତ ହୋଇଥିବା ବେଳେ ଜଣେ ଯବାନ ସହିଦ ହୋଇଛନ୍ତି। ଏବଂ ୪ ଜଣ ଯବାନ ଆହତ ହୋଇଥିବା ଜଣାପଡ଼ିଛି। ପ୍ରଥମେ ୫ ଜଣ ନକ୍ସଲ ଆହତ ହୋଇଥିବା ଖବର ଆସିଥିଲେ। ତେବେ ପରେ ସେମାନଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସ୍ଥାନୀୟ ପୁଲିସ ଅଧିକାରୀ ଓ୍ୱାଇ ଏସ ରମେଶ କହିଛନ୍ତି, ଆଜି ତଡକେ ନାମକ ସ୍ଥାନରେ ଏସଏସବି ଯବାନ ମାନେ ସର୍ଚ୍ଚ […]

JHARKHAND JAWAN MAOBADI

JHARKHAND JAWAN MAOBADI

Subhransu Sekhar
  • Published: Sunday, 02 June 2019
  • Updated: 02 June 2019, 01:02 PM IST

Sports

Latest News

ଦୁମକା: ଝାରଖଣ୍ଡର ଦୁମକାରେ ଯବାନ ଏବଂ ନକ୍ସଲ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୫ ଜଣ ନକ୍ସଲ ନିହତ ହୋଇଥିବା ବେଳେ ଜଣେ ଯବାନ ସହିଦ ହୋଇଛନ୍ତି। ଏବଂ ୪ ଜଣ ଯବାନ ଆହତ ହୋଇଥିବା ଜଣାପଡ଼ିଛି।

ପ୍ରଥମେ ୫ ଜଣ ନକ୍ସଲ ଆହତ ହୋଇଥିବା ଖବର ଆସିଥିଲେ। ତେବେ ପରେ ସେମାନଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସ୍ଥାନୀୟ ପୁଲିସ ଅଧିକାରୀ ଓ୍ୱାଇ ଏସ ରମେଶ କହିଛନ୍ତି, ଆଜି ତଡକେ ନାମକ ସ୍ଥାନରେ ଏସଏସବି ଯବାନ ମାନେ ସର୍ଚ୍ଚ ଅପରେସନ କରୁଥିଲେ। ଭୋର ପ୍ରାୟ ସାଢ଼େ ୩ଟା ବେଳେ ନକ୍ସଲମାନେ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହାପରେ ଯବାନମାନେ ପାଲଟା ଆକ୍ରମଣ କରିଥିଲେ।

ଏହି ଏନକାଉଣ୍ଚର ବେଳେ ନିରଜେ ଛେତ୍ରୀ ନାମକ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ଚାରି ଯବାନ ରାଜେଶ କୁମାର ରୟ, ସୋନୁ କୁମାର, ସତୀଶ କୁମାର, ସତୀଶ ଗୁଜ୍ଜର ଏବଂ କରଣ କୁମାର ଆହତ ହୋଇଛନ୍ତି। ଯବାନ ରାଜେଶ କୁମାର ରୟଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସ୍ୱତନ୍ତ୍ର ବିମାନ ଯୋଗେ  ରାଞ୍ଚି ନିଆଯାଇଥିବା ବେଳେ ଅନ୍ୟମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos