ଛିଡ଼ା ହୋଇଥିଲା ଅଟୋ, ବାଡ଼େଇ ଦେଲା ଟ୍ରକ: ଗୋଟିଏ ପରିବାରର ୪ ମୃତ

ତେଲେଙ୍ଗାନା: କିଛି ମଜୁରିଆଙ୍କୁ ଧରି ଯିବା ପାଇଁ ରାସ୍ତା କଡ଼ରେ ଛିଡ଼ା ହୋଇଥିଲା ଅଟୋ। ତେବେ ଦ୍ରୁତ ଗତିରେ ଆସୁଥିବା ଟ୍ରକଟି ଅଟୋଟିକୁ ବାଡ଼େଇ ଦେବାରୁ ଦୁର୍ଘଟଣା ଘଟିଛି। ଅଟୋକୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ତେଲେଙ୍ଗାନାର ବିକାରବାଦ ଜିଲ୍ଲାରେ ଏହି ଭୟଙ୍କର ସଡକ ଦୁର୍ଘଟଣା ଘଟିଛି। ଟ୍ରକଟି ଭାରସାମ୍ୟ ହରାଇ ଅଟୋଟିକୁ ଧକ୍କା ଦେଇଥିଲା ତେଣୁ ଏଭଳି ଅଭାବନୀୟ ଦୁର୍ଘଟଣା ଘଟିଛି ବୋଲି ସ୍ଥାନୀୟ ପୁଲିସ ସୂଚନା ଦେଇଛି। ମୋମିନପେଟ […]

road-accident

Subhransu Sekhar
  • Published: Saturday, 26 December 2020
  • , Updated: 26 December 2020, 07:15 PM IST

ତେଲେଙ୍ଗାନା: କିଛି ମଜୁରିଆଙ୍କୁ ଧରି ଯିବା ପାଇଁ ରାସ୍ତା କଡ଼ରେ ଛିଡ଼ା ହୋଇଥିଲା ଅଟୋ। ତେବେ ଦ୍ରୁତ ଗତିରେ ଆସୁଥିବା ଟ୍ରକଟି ଅଟୋଟିକୁ ବାଡ଼େଇ ଦେବାରୁ ଦୁର୍ଘଟଣା ଘଟିଛି। ଅଟୋକୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ତେଲେଙ୍ଗାନାର ବିକାରବାଦ ଜିଲ୍ଲାରେ ଏହି ଭୟଙ୍କର ସଡକ ଦୁର୍ଘଟଣା ଘଟିଛି। ଟ୍ରକଟି ଭାରସାମ୍ୟ ହରାଇ ଅଟୋଟିକୁ ଧକ୍କା ଦେଇଥିଲା ତେଣୁ ଏଭଳି ଅଭାବନୀୟ ଦୁର୍ଘଟଣା ଘଟିଛି ବୋଲି ସ୍ଥାନୀୟ ପୁଲିସ ସୂଚନା ଦେଇଛି। ମୋମିନପେଟ ବ୍ଲକର ଇଜ୍ଜରା ଚିତ୍ତମପଲ୍ଲୀ ଗାଁରେ ଏହି ଦୁର୍ଘଟଣା ଘଟିଛି।

ଶନିବାର ସକାଳେ ତେଲେଙ୍ଗାନାର ବିକାରାବାଦ ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି। ଏହି ସଡ଼କ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୋଟ୍ ୪ ଜଣ ଆହତ ହୋଇଥିବା ସୂଚନା ରହିଛି। ମୃତକଙ୍କ ମଧ୍ୟରେ ଚାରି ଜଣ ମହିଳା ରହିଛନ୍ତି।

ପୁଲିସ କହିଛି ଯେ ସକାଳେ କୁହୁଡ଼ି ଥିବାରୁ ରାସ୍ତା ଠିକ୍ ଭାବରେ ଦେଖାଯାଉନଥିଲା। ତେଣୁ ଏଭଳି ଦୁର୍ଘଟଣା ହୋଇଥାଇପାରେ। ମୃତକଙ୍କ ମଧ୍ୟରେ ଅଟୋ ଚାଳକ ସଚିନ ବାଇ (୫୫) ସହିତ ଗୋଟିଏ ପରିବାରର ଚାରି ଜଣଙ୍କର ମୃତ୍ୟୁ ଘଟିଛି ବୋଲି କୁହାଯାଉଛି। ଦୁର୍ଘଟଣା ପରେ ଗ୍ରାମବାସୀ ଏକାଠି ହୋଇ ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ପଠାଇଥିଲେ। ସେମାନଙ୍କ ମଧ୍ୟରୁ ତିନିଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।

Related story