ଉଡ଼ାଣର ୪ ମିନିଟ୍‌ ପରେ ନିଖୋଜ ହୋଇଗଲା ଯାତ୍ରୀବାହୀ ବିମାନ

ଜାକାର୍ତ୍ତା: ଉଡ଼ାଣ ଭରିବାର ମାତ୍ର ୪ ମିନିଟ୍‌ ପରେ ନିଖୋଜ ହୋଇଯାଇଛି ଇଣ୍ଡୋନେସିଆ ସ୍ରୀୱିଜୟାର ଯାତ୍ରୀବାହୀ ବିମାନ। କଣ୍ଟ୍ରୋଲ ରୁମ ସହ ବିମାନର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିବାରୁ ସାରା ଦେଶରେ ଆତଙ୍କ ସୃଷ୍ଟି ହୋଇଛି। ବିମାନ ନିଖୋଜ ସମ୍ପର୍କରେ ଇଣ୍ଡୋନେସିଆର ପରିବହନ ମନ୍ତ୍ରଣାଳୟ ସୂଚନା ଦେଇଛି। Sriwijaya Air flight #SJ182 lost more than 10.000 feet of altitude in less than one minute, about 4 minutes after departure from […]

a

Hemant Lenka
  • Published: Saturday, 09 January 2021
  • , Updated: 09 January 2021, 05:43 PM IST

ଜାକାର୍ତ୍ତା: ଉଡ଼ାଣ ଭରିବାର ମାତ୍ର ୪ ମିନିଟ୍‌ ପରେ ନିଖୋଜ ହୋଇଯାଇଛି ଇଣ୍ଡୋନେସିଆ ସ୍ରୀୱିଜୟାର ଯାତ୍ରୀବାହୀ ବିମାନ। କଣ୍ଟ୍ରୋଲ ରୁମ ସହ ବିମାନର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିବାରୁ ସାରା ଦେଶରେ ଆତଙ୍କ ସୃଷ୍ଟି ହୋଇଛି। ବିମାନ ନିଖୋଜ ସମ୍ପର୍କରେ ଇଣ୍ଡୋନେସିଆର ପରିବହନ ମନ୍ତ୍ରଣାଳୟ ସୂଚନା ଦେଇଛି।


ମନ୍ତ୍ରଣାଳୟ କହିଛି ଯେ ଆଜି ସ୍ରୀୱିଜୟାର ଯାତ୍ରୀବାହୀ ବିମାନ ରାଜଧାନୀ ଜାକାର୍ତ୍ତାରୁ ଉଡ଼ାଣ ଭରିଥିଲା। ଏହା ବୋର୍ଣ୍ଣ ଦ୍ୱୀପର ପୋଣ୍ଟିଆନକ ଯିବାର ଥିଲା। ହେଲେ ଉଡ଼ାଣର ୪ ମିନିଟ୍‌ ପରେ ବିମାନଟି ନିଖୋଜ ହୋଇଯାଇଛି। ଶେଷଥର ପାଇଁ ମଧ୍ୟାହ୍ନ ୨.୪୦ରେ ବିମାନ ସହ ଯୋଗାଯୋଗ ହୋଇଥିଲା। ନିଖୋଜ ସମୟରେ ଏହା ୧୦ ହଜାର ଫୁଟ ଉପରେ ରହିଥିଲା।

ବିମାନ ମଧ୍ୟରେ ୫୬ ଜଣ ଯାତ୍ରୀ ଓ ୬ ଜଣ କ୍ରୁ ସଦସ୍ୟ ଥିଲେ। ଏବେ ବିମାନ କର୍ତ୍ତୃପକ୍ଷ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Related story