ବ୍ରିଟେନକୁ ସର୍ତ୍ତମୂଳକ ବିମାନ ଚଳାଚଳ ଅନୁମତି

ନୂଆଦିଲ୍ଲୀ: କରୋନାର ନୂଆ ଷ୍ଟ୍ରେନ୍ ପାଇଁ ଭାରତ ଏବଂ ବ୍ରିଟେନ୍ ମଧ୍ୟରେ ବିମାନ ସେବା ବ୍ୟାହତ ରହିଛି। ଜାନୁଆରୀ ୮ରୁ ପୁଣିଥରେ ସର୍ତ୍ତମୂଳକ ଭାବରେ ବିମାନ ଚଳାଚଳ କରିବ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହାର୍ଦ୍ଦିକ ସିଂହ ପୁରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଜାନୁଆରୀ ୮ରୁ ଜାନୁଆରୀ ୨୩ ମଧ୍ୟରେ ଭାରତ ଏବଂ ବ୍ରିଟେନ୍ ମଧ୍ୟରେ ଦିଲ୍ଲୀ, ମୁମ୍ବାଇ, ବାଙ୍ଗାଲୋର ଏବଂ ହାଇଦ୍ରାବାଦକୁ ସପ୍ତାହରେ ମାତ୍ର ୧୫ଟି ବିମାନ ଯିବା ଆସିବା କରିବ। […]

flights

Subhransu Sekhar
  • Published: Friday, 01 January 2021
  • , Updated: 01 January 2021, 09:51 PM IST

ନୂଆଦିଲ୍ଲୀ: କରୋନାର ନୂଆ ଷ୍ଟ୍ରେନ୍ ପାଇଁ ଭାରତ ଏବଂ ବ୍ରିଟେନ୍ ମଧ୍ୟରେ ବିମାନ ସେବା ବ୍ୟାହତ ରହିଛି। ଜାନୁଆରୀ ୮ରୁ ପୁଣିଥରେ ସର୍ତ୍ତମୂଳକ ଭାବରେ ବିମାନ ଚଳାଚଳ କରିବ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହାର୍ଦ୍ଦିକ ସିଂହ ପୁରୀ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ଜାନୁଆରୀ ୮ରୁ ଜାନୁଆରୀ ୨୩ ମଧ୍ୟରେ ଭାରତ ଏବଂ ବ୍ରିଟେନ୍ ମଧ୍ୟରେ ଦିଲ୍ଲୀ, ମୁମ୍ବାଇ, ବାଙ୍ଗାଲୋର ଏବଂ ହାଇଦ୍ରାବାଦକୁ ସପ୍ତାହରେ ମାତ୍ର ୧୫ଟି ବିମାନ ଯିବା ଆସିବା କରିବ।

https://twitter.com/HardeepSPuri/status/1345009768390295552?s=20

ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ୍ ଦେଖାଦେବା ପରେ ବିମାନ ଚଳାଚଳ ମନ୍ତ୍ରାଳୟ ବ୍ରିଟେନକୁ ବିମାନ ଚଳାଚଳ ଉପରେ ୨୩ ଡିସେମ୍ବରରୁ ୩୧ଡିସେମ୍ବର ଯାଏ ସ୍ଥଗିତ ରଖିଥିଲା ଏହାପରେ ଜାନୁଆରୀ ୭ ଯାଏ ବୃଦ୍ଧି କରାଯାଇଥିଲା।

ସୂଚନାଯୋଗ୍ୟ, ଭାରତରେ ଏବେ ୨୯ ଜଣ କରୋନାର ନୂଆ ଷ୍ଟ୍ରେନରେ ଆକ୍ରାନ୍ତ ହୋଇଛନ୍ତି। ଏହି ସବୁ ଆକ୍ରାନ୍ତ ଡିସେମ୍ବର ୨୩ ପୂର୍ବରୁ ବ୍ରିଟେନରୁ ଭାରତକୁ ଆସିଛନ୍ତି।

Related story