ଟ୍ରେନ୍‌ ଯାତ୍ରୀଙ୍କୁ ମିଳିବ ପ୍ଲେନ୍ ଭଳି ଖାଦ୍ୟ ସୁବିଧା: ଦାମ୍‌ ବି ବଢ଼ିବ

ନୂଆଦିଲ୍ଲୀ: ଟ୍ରେନ୍‌ ଯାତ୍ରୀଙ୍କୁ ମିଳିବ ପ୍ଲେନର ଖାଦ୍ୟ ସୁବିଧା। ଅର୍ଥାତ ରେଳ ଯାତ୍ରୀଙ୍କୁ ମିଳିବ ଉନ୍ନତମାନର ଖାଦ୍ୟ।  ଅନେକ ସମୟରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ନେଇ ଅଭିଯୋଗ ଆସୁଥିବାରୁ ଏହାର ପରିବର୍ତ୍ତନ ପାଇଁ ରେଲୱେ ପକ୍ଷରୁ ବିଚାର କରାଯାଉଛି। କହିବାକୁ ଗଲେ ଆଇଆରଟିସି ପକ୍ଷରୁ ଦିଆଯାଉଥିବା ଖାଦ୍ୟର ମେନ୍ୟୁ ବଦଳିବ। ଆଉ ପ୍ଲେନରେ ଯେଭଳି ଖାଦ୍ୟ ପରିବେଷଣ କରାଯାଉଛି ଠିକ୍‌ ସେମିତି ତାଲିକା ପ୍ରସ୍ତୁତ କରିବାକୁ ଯୋଜନା କରାଯାଉଛି।   ଏଥିପାଇଁ ଯାତ୍ରୀମାନଙ୍କୁ ଅଧିକ ପଇସା ଦେବାକୁ ପଡ଼ିବ। […]

Rakesh Mallick
  • Published: Wednesday, 18 October 2017
  • , Updated: 18 October 2017, 04:47 PM IST

ନୂଆଦିଲ୍ଲୀ: ଟ୍ରେନ୍‌ ଯାତ୍ରୀଙ୍କୁ ମିଳିବ ପ୍ଲେନର ଖାଦ୍ୟ ସୁବିଧା। ଅର୍ଥାତ ରେଳ ଯାତ୍ରୀଙ୍କୁ ମିଳିବ ଉନ୍ନତମାନର ଖାଦ୍ୟ।  ଅନେକ ସମୟରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ନେଇ ଅଭିଯୋଗ ଆସୁଥିବାରୁ ଏହାର ପରିବର୍ତ୍ତନ ପାଇଁ ରେଲୱେ ପକ୍ଷରୁ ବିଚାର କରାଯାଉଛି। କହିବାକୁ ଗଲେ ଆଇଆରଟିସି ପକ୍ଷରୁ ଦିଆଯାଉଥିବା ଖାଦ୍ୟର ମେନ୍ୟୁ ବଦଳିବ। ଆଉ ପ୍ଲେନରେ ଯେଭଳି ଖାଦ୍ୟ ପରିବେଷଣ କରାଯାଉଛି ଠିକ୍‌ ସେମିତି ତାଲିକା ପ୍ରସ୍ତୁତ କରିବାକୁ ଯୋଜନା କରାଯାଉଛି।   ଏଥିପାଇଁ ଯାତ୍ରୀମାନଙ୍କୁ ଅଧିକ ପଇସା ଦେବାକୁ ପଡ଼ିବ।

ଏହି ଖାଦ୍ୟ ମେନ୍ୟୁ ସମ୍ପର୍କରେ ରେଲୱେ ପକ୍ଷରୁ ଏକ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ପ୍ରଦାନ କରାଯାଇଛି।  ରିପୋର୍ଟରେ ଖାଦ୍ୟ ମେନ୍ୟୁର ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦିଆଯାଥିଇ ଥିଲା। ଏଣିକି ବିନା ଗ୍ରେଭିରେ ଯାତ୍ରୀମାନଙ୍କୁ ଖାଦ୍ୟ ଦେବା ନେଇ ପ୍ରସ୍ତାବ ଦିଆଯାଇଛି।  ତେବେ ଖାଦ୍ୟ ମେନ୍ୟୁରେ ଭେଜ ବିରିୟାନୀ, ରାଜମା ଚାୱଲ, ହକ୍କା ନୁଡୁଲ୍ସ, ପୁଲଭ ଏବଂ ଲଡ଼ୁ ଆଦିକୁ ସ୍ଥାନିତ କରିବା ପାଇଁ ରିପୋର୍ଟ ଦିଆଯାଇଛି। ତେବେ ପ୍ରାଥମିକ ପର୍ଯ୍ୟାୟରେ ଏମିତି ଏକ ବ୍ୟବସ୍ଥାକୁ ରାଜଧାନୀ ଏବଂ ଶତାବ୍ଦୀ ଏକ୍ସପ୍ରେସ୍‌ରେ ପରୀକ୍ଷାମୂଳକ ଭାବେ ଲାଗୁ କରାଯାଇଥିଲା ବେଳେ ପ୍ରାୟ ୨୦ ପ୍ରତିଶତ ଯାତ୍ରୀ ଏହାକୁ ବିରୋଧ କରିଛନ୍ତି। କାରଣ ଏହି ମେନ୍ୟୁ ଅତ୍ୟନ୍ତ ବ୍ୟୟବହୁଳ ହୋଇଥିବାରୁ ଯାତ୍ରୀମାନେ ଏହାକୁ ବିରୋଧ କରିଛନ୍ତି।

Related story