ସବୁ ହସ୍ପିଟାଲରେ ହେବ ଅଗ୍ନୀ ନିରାପତ୍ତା ଅଡିଟ୍, କମିଟି ଗଠନ ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ହସ୍ପିଟାଲର (ସରକାରୀ, ବେସରକାରୀ ସହିତ କୋଭିଡ୍ ହସ୍ପିଟାଲ)  ଅଗ୍ନୀ ନିରାପତ୍ତା ଅଡିଟ୍ ହେବ। ଏଥିପାଇଁ କେନ୍ଦ୍ର ସରକାରକୁ ଏକ କମିଟି ଗଠନ କରିବାକୁ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏଥିସହ ହସ୍ପିଟାଲ ଗୁଡ଼ିକର ଅଗ୍ନୀ ନିରାପତ୍ତା ଉପରେ ଟିକିନିଖି ନଜର ରଖିବା ପାଇଁ ନୋଡାଲ୍ ଅଫିସର ନିଯୁକ୍ତ କରିବା ପାଇଁ କୋର୍ଟ କହିଛନ୍ତି। ଯିଏକି ଉତ୍ତରଦାୟୀ ରହିବେ। ଏଥିପାଇଁ ସର୍ବୋଚ୍ଚ କୋର୍ଟ କେନ୍ଦ୍ର ସରକାରଙ୍କୁ […]

SupremeCourt

Subhransu Sekhar
  • Published: Friday, 18 December 2020
  • , Updated: 18 December 2020, 02:41 PM IST

ନୂଆଦିଲ୍ଲୀ: ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ହସ୍ପିଟାଲର (ସରକାରୀ, ବେସରକାରୀ ସହିତ କୋଭିଡ୍ ହସ୍ପିଟାଲ)  ଅଗ୍ନୀ ନିରାପତ୍ତା ଅଡିଟ୍ ହେବ। ଏଥିପାଇଁ କେନ୍ଦ୍ର ସରକାରକୁ ଏକ କମିଟି ଗଠନ କରିବାକୁ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

ଏଥିସହ ହସ୍ପିଟାଲ ଗୁଡ଼ିକର ଅଗ୍ନୀ ନିରାପତ୍ତା ଉପରେ ଟିକିନିଖି ନଜର ରଖିବା ପାଇଁ ନୋଡାଲ୍ ଅଫିସର ନିଯୁକ୍ତ କରିବା ପାଇଁ କୋର୍ଟ କହିଛନ୍ତି। ଯିଏକି ଉତ୍ତରଦାୟୀ ରହିବେ। ଏଥିପାଇଁ ସର୍ବୋଚ୍ଚ କୋର୍ଟ କେନ୍ଦ୍ର ସରକାରଙ୍କୁ ଗାଇଡଲାଇନ୍ ତିଆରି କରିବାକୁ କହିଛନ୍ତି। ଏଥିହ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କୁ କାମରି ବରତୀ ରଖିବାକୁ କହିଛନ୍ତି। ଏପ୍ରିଲ ମାସରୁ କୋଭିଡ୍ ପାଇଁ ସ୍ୱାସ୍ଥ୍ୟକର୍ମୀ ଅନବରତ ସେବା ଯୋଗାଇ ଆସୁଛନ୍ତି। ତେଣୁ ଗୋଟିଏ ଶୃଙ୍ଖଳା ତିଆରି କରିବାକୁ କହିଛନ୍ତି କୋର୍ଟ।

କେନ୍ଦ୍ର ସରକାରଙ୍କ ତରଫରୁ ଏ ନେଇ କୋର୍ଟରେ ପକ୍ଷ ରଖିଥିଲେ ସଲିସିଟର ଜେନେରାଲ ତୁଷାର ମେହେଟା। ସେ କହିଛନ୍ତି ଦୁଇ ଦିନ ମଧ୍ୟରେ କେନ୍ଦ୍ର ଏ ବାବଦରେ ନିଷ୍ପତ୍ତି ନେବ।

ସୂଚନାଯୋଗ୍ୟ, ଗୁଜରାଟର ରାଜକୋଟ ହସ୍ପିଟାଲରେ ନିଆଁ ଲାଗିଯିବାରୁ ଅନେକ ରୋଗୀଙ୍କର ମୃତ୍ୟୁ ଘଟିଥିଲା। ନଭେମ୍ୱରରେ ଏହି ଅଭାବନୀୟ ଘଟଣା ଘଟିଥିଲା। ଏ ନେଇ ରୂପାଣୀ ସରକାରଙ୍କୁ ରିପୋର୍ଟ ମାଗିଥିଲେ କୋର୍ଟ। ଏବେ କୋର୍ଟ ନିଜ ଆଡୁ ଏହି ମାମଲାରେ ହସ୍ତକ୍ଷେପ କରି ଶୁଣାଣି କରିଛନ୍ତି।

Related story