ମୋଦିଙ୍କୁ ପ୍ରଚାର ମନ୍ତ୍ରୀ କହି ବିଦା ହେଲେ ବିଜେପି ନେତା

ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ତଥା ବିଜେପିର ପୋଷ୍ଟର ବୟ ନରେନ୍ଦ୍ର ମୋଦି ଏବଂ ଅମିତ ଶାହଙ୍କୁ ସମାଲୋଚନା କରିବା ଲକ୍ଷ୍ନୌର ଜଣେ ବରିଷ୍ଠ ନେତାଙ୍କୁ ମହଙ୍ଗା ପଡ଼ିଛି। ସେ ମୋଦି-ଶାହ ଯୋଡ଼ିଙ୍କୁ ଗୁଜରାଟ ଠଗସ୍‌ କହିବା ସହ ମୋଦି ପ୍ରଧାନମନ୍ତ୍ରୀ ନୁହନ୍ତି ବରଂ ପ୍ରଚାର ମନ୍ତ୍ରୀ ବୋଲି କହିଛନ୍ତି। ଏହି କାରଣରୁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି। ବିଜେପିକୁ ସମାଲୋଚନା କରି ଆଜି ଦଳର ପୂର୍ବତନ ମୁଖପାତ୍ର ଆଇପି ସିଂହ ଏକାଧିକ ଟ୍ୱିଟ କରିଥିଲେ। ସେ ଏହି ଟ୍ୱିଟରେ […]

tt

Hemant Lenka
  • Published: Monday, 25 March 2019
  • , Updated: 25 March 2019, 08:39 PM IST

ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ତଥା ବିଜେପିର ପୋଷ୍ଟର ବୟ ନରେନ୍ଦ୍ର ମୋଦି ଏବଂ ଅମିତ ଶାହଙ୍କୁ ସମାଲୋଚନା କରିବା ଲକ୍ଷ୍ନୌର ଜଣେ ବରିଷ୍ଠ ନେତାଙ୍କୁ ମହଙ୍ଗା ପଡ଼ିଛି। ସେ ମୋଦି-ଶାହ ଯୋଡ଼ିଙ୍କୁ ଗୁଜରାଟ ଠଗସ୍‌ କହିବା ସହ ମୋଦି ପ୍ରଧାନମନ୍ତ୍ରୀ ନୁହନ୍ତି ବରଂ ପ୍ରଚାର ମନ୍ତ୍ରୀ ବୋଲି କହିଛନ୍ତି। ଏହି କାରଣରୁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି।

ବିଜେପିକୁ ସମାଲୋଚନା କରି ଆଜି ଦଳର ପୂର୍ବତନ ମୁଖପାତ୍ର ଆଇପି ସିଂହ ଏକାଧିକ ଟ୍ୱିଟ କରିଥିଲେ। ସେ ଏହି ଟ୍ୱିଟରେ ମୋଦି ଓ ଶାହଙ୍କୁ ତାଚ୍ଛଲ୍ୟ କରିଥିବା ବେଳେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବଙ୍କୁ ମଧ୍ୟ ସମାଲୋଚନା କରିଥିଲେ। ସେ କହିଥିଲେ, “ଆମେ ପ୍ରଧାନମନ୍ତ୍ରୀ ବାଛିଥିଲୁ ନା ପ୍ରଚାରମନ୍ତ୍ରୀ? ସେ ନିଜର ଅଫିସିଆଲ ଟ୍ୱିଟର ଆକାଉଣ୍ଟରୁ ଟି-ଶାର୍ଟ ଓ ଚା’ କପ୍‌ ବିକ୍ରି କରିବା କ’ଣ ଭଲ ଲାଗୁଛି?

ମୁଁ ଏକ କ୍ଷତ୍ରିୟ ପରିବାରରୁ ଆସିଛି। ଦୀର୍ଘ ୫ ବର୍ଷ ହେଲାଣି ୨ ଜଣ ଗୁଜରାଟୀ ହିନ୍ଦୀ କହୁଥିବା ଲୋକଙ୍କୁ ବୋକା ବନାଇ ଆସୁଛନ୍ତି। କିନ୍ତୁ ଆମେ ଚୁପ୍‌ ରହିଛୁ। ଆମ ଉତ୍ତର ପ୍ରଦେଶର ଅର୍ଥନୀତି ଗୁଜରାଟର ଅର୍ଥନୀତିଠାରୁ ୬ ଗୁଣ ଅଧିକ।

ଉତ୍ତର ପ୍ରଦେଶର ଅର୍ଥନୀତି ୬ ଲକ୍ଷ କୋଟି ହୋଇଥିବା ବେଳେ ଗୁଜରାଟର ଅର୍ଥନୀତି ୧ ଲକ୍ଷ ୧୫ ହଜାର କୋଟି। ଏହା ତୁଳନାରେ ସେମାନେ କ’ଣ ବିକାଶ କରିଛନ୍ତି ଏବଂ ଆମେ କ’ଣ ବିକାଶ କରିଛୁ, ଥରେ ଚିନ୍ତା କରିବା ଦରକାର। ବିଜେପି ଏମିତି ଏକ ଦଳ ଯିଏ ନିଜ ବିଚାରଧାରାରେ ଲୋକଙ୍କ ହୃଦୟ ଜିତିଥିଲା। କିନ୍ତୁ ମିସ୍‌ କଲ ଓ ଟି-ଶାର୍ଟ ଦେଇ ସଂଗଠନ ଗଠନ କରିବା ଅସମ୍ଭବ।”

ଏହି ଟ୍ୱିଟ ପରେ ରାଜ୍ୟ ବିଜେପି ସଭାପତିଙ୍କ କାର୍ଯ୍ୟାଳୟରୁ ଜାରି ବିବୃତିରେ ଶ୍ରୀ ସିଂହଙ୍କୁ ୬ ବର୍ଷ ପାଇଁ ବହିଷ୍କାର କରାଯାଇଥିବା କୁହାଯାଇଛି।

Related story