ପରଲୋକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସୋଲାଙ୍କି

ଅହମଦାବାଦ: ପରଲୋକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମାଧହସିହ୍ନ ସୋଲାଙ୍କି। ୯୪ ବର୍ଷରେ ଆଜି ତାଙ୍କର ବିୟୋଗ ହୋଇଛି। ସେ ଗୁଜରାଟର ସପ୍ତମ ମୁଖ୍ୟମନ୍ତ୍ରୀ ସହିତ ଜଣେ ବରିଷ୍ଠ କଂଗ୍ରେସ ନେତା। ବୈଦେଶିକ ମନ୍ତ୍ରୀ ଭାବରେ ମଧ୍ୟ ସେ ଦେଶ ପାଇଁ କାମ କରିଛନ୍ତି। ୩୦ ଜୁଲାଇ ୧୯୨୭ରେ ସେ ଜନ୍ମ ଗ୍ରହଣ କରିଥିଲେ। ୧୯୮୦ରେ ସୋଲାଙ୍କି ଗୁଜରାଟରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। କ୍ଷେତ୍ରୀୟ, ହରିଜନ, ଆଦିବାସୀ ଏବଂ ମୁସଲିମ (କେଏଚଏଏମ୍) ଫର୍ମୁଲାରେ ସେ କ୍ଷମତାକୁ ଆସିଥିଲେ। ୧୯୮୦ ନିର୍ବାଚନ ପୂର୍ବରୁ […]

solanki

Subhransu Sekhar
  • Published: Saturday, 09 January 2021
  • , Updated: 09 January 2021, 08:52 AM IST

ଅହମଦାବାଦ: ପରଲୋକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମାଧହସିହ୍ନ ସୋଲାଙ୍କି। ୯୪ ବର୍ଷରେ ଆଜି ତାଙ୍କର ବିୟୋଗ ହୋଇଛି। ସେ ଗୁଜରାଟର ସପ୍ତମ ମୁଖ୍ୟମନ୍ତ୍ରୀ ସହିତ ଜଣେ ବରିଷ୍ଠ କଂଗ୍ରେସ ନେତା। ବୈଦେଶିକ ମନ୍ତ୍ରୀ ଭାବରେ ମଧ୍ୟ ସେ ଦେଶ ପାଇଁ କାମ କରିଛନ୍ତି। ୩୦ ଜୁଲାଇ ୧୯୨୭ରେ ସେ ଜନ୍ମ ଗ୍ରହଣ କରିଥିଲେ।

୧୯୮୦ରେ ସୋଲାଙ୍କି ଗୁଜରାଟରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। କ୍ଷେତ୍ରୀୟ, ହରିଜନ, ଆଦିବାସୀ ଏବଂ ମୁସଲିମ (କେଏଚଏଏମ୍) ଫର୍ମୁଲାରେ ସେ କ୍ଷମତାକୁ ଆସିଥିଲେ। ୧୯୮୦ ନିର୍ବାଚନ ପୂର୍ବରୁ ସେ ଗୁଜରାଟରେ କେଏଚଏଏମ୍ ମେଣ୍ଟକୁ ଆସିଥିଲେ। ସେ ରାଜନେତା ସହିତ ଜଣେ ଆଇନଜୀବୀ ମଧ୍ୟ ଥିଲେ।

୧୯୮୦ ପୂର୍ବରୁ ୧୯୭୬ରେ ମଧ୍ୟ ସୋଲାଙ୍କି ଅଳ୍ପ ସମୟ ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ। ତେବେ ୧୯୮୫ରେ ସେ ଇସ୍ତଫା ଦେଇଥିଲେ। ପରେ ୧୮୨ ଆସନରୁ ୧୪୯ଟି ଆସନରେ ବିଜୟୀ ହୋଇ କ୍ଷମତାକୁ ଫେରିଥିଲେ। ସୋଲାଙ୍କି ୨୧ ଜୁନ୍ ୧୯୯୧ରୁ ୩୧ ମାର୍ଚ୍ଚ ୧୯୯୨ ଯାଏ ବୈଦେଶିକ ମନ୍ତ୍ରୀ ଥିଲେ।

Related story