ପୂର୍ବତନ ଇସ୍ରୋ ମୁଖ୍ୟଙ୍କୁ ହତ୍ୟା ଧମକ

ଥିରୁଭନନ୍ତପୁରମ: ପୂର୍ବତନ ଇସ୍ରୋ ମୁଖ୍ୟ ତଥା ବିଜେପି ନେତା ଜି ମାଧବନ ନାଏରଙ୍କୁ ହତ୍ୟା ଧମକ ମିଳିଛି। ପୁଲିସ୍‌ ଏହି ଘଟଣା ପରେ ଏକ ଉଚ୍ଚସ୍ତରୀୟ କମିଟ ଗଠନ କରି ତଦନ୍ତ ଆରମ୍ଭ କରିଛି। ଏକ ଚିଠି ଜରିଆରେ ଥିରୁଭନନ୍ତପୁରମ ଠାରେ ରହୁଥିବା ଜି ମାଧବନଙ୍କୁ ଏଭଳି ଧମକ ମିଳିଥିବା ପୁଲିସ୍‌ ପକ୍ଷରୁ କୁହାଯାଇଛି। ଏହି ଚିଠିକୁ ଜି ମାଧବନ ହାଲୁକା ଭାବେ ନେଇଥିଲେ। କିନ୍ତୁ ଗୁଇନ୍ଦା ବିଭାଗ ମଧ୍ୟ ତାଙ୍କ ଜୀବନ ପ୍ରତି ବିପଦ ଥିବା […]

rs

Hemant Lenka
  • Published: Saturday, 30 March 2019
  • , Updated: 30 March 2019, 08:50 AM IST

ଥିରୁଭନନ୍ତପୁରମ: ପୂର୍ବତନ ଇସ୍ରୋ ମୁଖ୍ୟ ତଥା ବିଜେପି ନେତା ଜି ମାଧବନ ନାଏରଙ୍କୁ ହତ୍ୟା ଧମକ ମିଳିଛି। ପୁଲିସ୍‌ ଏହି ଘଟଣା ପରେ ଏକ ଉଚ୍ଚସ୍ତରୀୟ କମିଟ ଗଠନ କରି ତଦନ୍ତ ଆରମ୍ଭ କରିଛି। ଏକ ଚିଠି ଜରିଆରେ ଥିରୁଭନନ୍ତପୁରମ ଠାରେ ରହୁଥିବା ଜି ମାଧବନଙ୍କୁ ଏଭଳି ଧମକ ମିଳିଥିବା ପୁଲିସ୍‌ ପକ୍ଷରୁ କୁହାଯାଇଛି। ଏହି ଚିଠିକୁ ଜି ମାଧବନ ହାଲୁକା ଭାବେ ନେଇଥିଲେ। କିନ୍ତୁ ଗୁଇନ୍ଦା ବିଭାଗ ମଧ୍ୟ ତାଙ୍କ ଜୀବନ ପ୍ରତି ବିପଦ ଥିବା କହିବା ପରେ ପୁଲିସ୍‌ ଏହାକୁ ଗୁରୁତ୍ୱର ସହ ନେଇଛି।

୨୦୦୯ରେ ଇସ୍ରୋର ଅଧ୍ୟକ୍ଷ ପଦରୁ ଜି ମାଧବନ ଅବସର ନେଇଥିଲେ। ଏହାପରେ ଗତବର୍ଷ ଅକ୍ଟୋବର ୧ରେ ବିଜେପିରେ ଯୋଗଦେଇଥିଲେ।

Related story