ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ ସରିଫଙ୍କୁ ହୃଦଘାତ ହୋଇଛି। ପାନାମା ଦୁର୍ନୀତି ମାମଲାରେ ଜେଲରେ ଥିବା ନଓ୍ୱାଜ ଏବେ ଜେଲରେ ଅଛନ୍ତି। ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ସେ ସପ୍ତାହେ ହେବ ଲାହୋରର ଏକ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି। ଦୃଦଘାତର ଶିକାର ହେବା ପରେ ତାଙ୍କୁ ଏକ ଡାକ୍ତରୀ ଟିମ୍ ଚିକିତ୍ସା କରୁଛନ୍ତି। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ପାକିସ୍ତାନର ସାମ୍ୱାଦିକ ହମୀଦ ମୀର ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି।
ସରିଫଙ୍କ ବ୍ଲଡ ପ୍ଲେଟିଲେଟସ ୧୬ ହଜାରରୁ ୨ହଜାର ହୋଇଛି। ତେଣୁ ସେ ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ବୋଲି ନିକଟରେ ସରିଫଙ୍କ ପୁଅ ହୁସେନ ନଓ୍ୱାଜ ଟୁଇଟ୍ କରି କହିଥିଲେ। ଏମିତିକି ଇମ୍ରାନ୍ ସରକାର ତାଙ୍କୁ ଉଚିତ୍ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉନାହାନ୍ତି ବୋଲି ସେ ଅଭିଯୋଗ କରିଥିଲେ।
ଗତ ସୋମବାର ନୱାଜ ସରିଫଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ଲାହୋରରେ ଥିବା ଆର୍ମି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପାନାମା ପେପର ମାମଲାରେ ସେ ଏବେ ପାକିସ୍ତାନର ସୁପ୍ରିମକୋର୍ଟଙ୍କ ଦ୍ୱାରା ଦଣ୍ଡିତ ହୋଇଛନ୍ତି। ୨୪ ଡିସେମ୍ୱର ୨୦୧୮ରୁ ସେ ଏବେ ଜେଲରେ ସଜା କାଟୁଛନ୍ତି। ୭ ବର୍ଷ ପାଇଁ ଜେଲ୍ ସଜା ଦେଇଛନ୍ତି ପାକିସ୍ତାନର ସର୍ବୋଚ୍ଚ କୋର୍ଟ।