‘ନରସିମହା ରାଓଙ୍କୁ ଉଚିତ ସମ୍ମାନ ମିଳିନାହିଁ’

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିମହା ରାଓଙ୍କୁ ଉଚିତ ସମ୍ମାନ ମିଳିନାହିଁ। ଦେଶର ବିକାଶକୁ ତ୍ୱରାନ୍ୱିତ କରିବାରେ ନରସିମହା ରାଓ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। କୃଷି କ୍ଷେତ୍ରରେ ମଧ୍ୟ ସେ ଅନେକ ସଂସ୍କାର ଆଣିଥିଲେ। ହେଲେ ତାଙ୍କ ଯେଉଁଭଳି ସମ୍ମାନ ମିଳିବା କଥା ମିଳି ନାହିଁ। ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଆଜି ଏହା କହିଛନ୍ତି। ହାଇଦ୍ରାବାଦର ଏକ ପୁସ୍ତକ ଉନ୍ମୋଚନ ଅବସରରେ ସେ କହିଛନ୍ତି ଯେ ନରସିମହା ରାଓଙ୍କ କାର୍ଯ୍ୟକାଳ ସମୟରେ ଦେଶ ଭୟଙ୍କର ଅର୍ଥନୀତିକ ସଙ୍କଟ […]

narasimha-rao

Subhransu Sekhar
  • Published: Sunday, 27 December 2020
  • , Updated: 27 December 2020, 10:11 PM IST

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିମହା ରାଓଙ୍କୁ ଉଚିତ ସମ୍ମାନ ମିଳିନାହିଁ। ଦେଶର ବିକାଶକୁ ତ୍ୱରାନ୍ୱିତ କରିବାରେ ନରସିମହା ରାଓ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। କୃଷି କ୍ଷେତ୍ରରେ ମଧ୍ୟ ସେ ଅନେକ ସଂସ୍କାର ଆଣିଥିଲେ। ହେଲେ ତାଙ୍କ ଯେଉଁଭଳି ସମ୍ମାନ ମିଳିବା କଥା ମିଳି ନାହିଁ। ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଆଜି ଏହା କହିଛନ୍ତି।

ହାଇଦ୍ରାବାଦର ଏକ ପୁସ୍ତକ ଉନ୍ମୋଚନ ଅବସରରେ ସେ କହିଛନ୍ତି ଯେ ନରସିମହା ରାଓଙ୍କ କାର୍ଯ୍ୟକାଳ ସମୟରେ ଦେଶ ଭୟଙ୍କର ଅର୍ଥନୀତିକ ସଙ୍କଟ ଏବଂ ରାଜନୀତିକ ଅସ୍ଥିରତା ଦେଇ ଗତି କରୁଥିଲା। ଏହାପରେ ବି ସେ ଦେଶକୁ ବିକାଶ କରିବାରେ ଟିକିଏ ବି ପଛେଇ ନଥିଲେ। ସେତେବେଳେ ତାଙ୍କର ଅନେକ ନିଷ୍ପତ୍ତିକୁ ଯଦିଓ ବିରୋଧ ହୋଇଥିଲା ହେଲେ ତାଙ୍କ ନିଷ୍ପତ୍ତି ଦେଶକୁ ନୂଆ ଗତି ଦେଇଛି। ମୁଖ୍ୟତଃ ଆର୍ଥିକ ସଂସ୍କାର କ୍ଷେତ୍ରରେ ନରସିମହା ରାଓଙ୍କ ଅବଦାନ ଅତୁଳନୀୟ ବୋଲି ଉପରାଷ୍ଟ୍ରପତି କହିଛନ୍ତି।

ନରସିମହା ରାଓ ଲାଇସେନ୍ସ ରାଜ୍, ବ୍ୟାଙ୍କିଙ୍ଗ୍ ସଂସ୍କାର, ବିଦ୍ୟୁତ କ୍ଷେତ୍ରରେ ଘରୋଇ କରଣ, ଟେଲିକମ୍ ସଂସ୍କାର, ବିଦେଶୀ ପୁଞ୍ଜି ବିନିଯୋଗକୁ ଆକୃଷ୍ଟି କରିବା ଆଦି ଦିଗରେ ଅନେକ ପଦକ୍ଷେପ ନେଇଛନ୍ତି। କୃଷି କ୍ଷେତ୍ରରେ ମଧ୍ୟ ସେ ସଂସ୍କାର ଆରମ୍ଭ କରିଥିଲେ ବୋଲି ଉପରାଷ୍ଟ୍ରପତି କହିଛନ୍ତି।

୧୯୯୧ ରୁ ୧୯୯୬ ପର୍ଯ୍ୟନ୍ତ ଜଣେ ଓକିଲ ତଥା ରାଜନେତା ନରସିମହା ରାଓ ଦେଶର ଦଶମ ପ୍ରଧାନମନ୍ତ୍ରୀ ଭାବରେ ହୋଇଥିଲେ। ଡିସେମ୍ବର ୨୩, ୨୦୦୪ ରେ ତାଙ୍କର ବିୟୋଗ ହୋଇଥିଲା।

Related story