ଏସି ନଚାଲିବାରୁ ଚାଲିଗଲା ଚାରି ଜଣ ରୋଗୀଙ୍କ ଜୀବନ!

ନୂଆଦିଲ୍ଲୀ: କାନପୁର ମେଡିକାଲ କଲେଜରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଆଇସିୟୁରେ ଏସି ନଚାଲିବାରୁ ୨୪ଘଣ୍ଟା ମଧ୍ୟରେ ୪ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି। ତେବେ ଏସମ୍ପର୍କରେ ମେଡିକାଲ କଲେଜର ପ୍ରିନ୍ସିପାଲଙ୍କୁ ପଚରାଯିବାରୁ ସେ ଚାରି ଜଣଙ୍କର ମୃତ୍ୟୁ କଥା ସ୍ୱୀକାର କରିଛନ୍ତି, କିନ୍ତୁ ଏସି ନଚାଲିବାରୁ ଯେ ସେମାନଙ୍କ ମୃତ୍ୟୁ ହୋଇଛି କଥାକୁ ଖଣ୍ଡନ କରିଛନ୍ତି। ଅଭିଯୋଗ ଅନୁଯାୟୀ ICUର ଦୁଇଟି ଏସି ଗତ ୫ଦିନ ହେବ କାମ କରୁନଥିଲା। ଅନେକଥର ଅଭିଯୋଗ ପରେ ମଧ୍ୟ କେହି […]

kanpur-hospial-mishap-644x362

Rakesh Mallick
  • Published: Friday, 08 June 2018
  • , Updated: 08 June 2018, 01:18 PM IST

ନୂଆଦିଲ୍ଲୀ: କାନପୁର ମେଡିକାଲ କଲେଜରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଆଇସିୟୁରେ ଏସି ନଚାଲିବାରୁ ୨୪ଘଣ୍ଟା ମଧ୍ୟରେ ୪ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି। ତେବେ ଏସମ୍ପର୍କରେ ମେଡିକାଲ କଲେଜର ପ୍ରିନ୍ସିପାଲଙ୍କୁ ପଚରାଯିବାରୁ ସେ ଚାରି ଜଣଙ୍କର ମୃତ୍ୟୁ କଥା ସ୍ୱୀକାର କରିଛନ୍ତି, କିନ୍ତୁ ଏସି ନଚାଲିବାରୁ ଯେ ସେମାନଙ୍କ ମୃତ୍ୟୁ ହୋଇଛି କଥାକୁ ଖଣ୍ଡନ କରିଛନ୍ତି। ଅଭିଯୋଗ ଅନୁଯାୟୀ ICUର ଦୁଇଟି ଏସି ଗତ ୫ଦିନ ହେବ କାମ କରୁନଥିଲା। ଅନେକଥର ଅଭିଯୋଗ ପରେ ମଧ୍ୟ କେହି ଏଥିପ୍ରତି ଧ୍ୟାନ ଦେଇନଥିଲେ।କେବଳ ଏତିକି ନୁହେଁ, ପୂର୍ବରୁ ମଧ୍ୟ ଏସି ପ୍ଳାଣ୍ଟ ଖରାପ ଯୋଗୁ ସର୍ଜରୀ ଏବଂ ନ୍ୟୁରୋ ସର୍ଜରୀ ଅପରେସନ ଥିଏଟରରେ ଏସି ବନ୍ଦ ହୋଇଯାଇଥିଲା।

ସେପଟେ ଏ ଘଟଣା ପାଇଁ କଲେଜ କର୍ତ୍ତୃପକ୍ଷ ଯେଉଁ ବୟାନ ଦେଇଛନ୍ତି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ପ୍ରିନ୍ସିପାଲ କହିଛନ୍ତି ‘ବୁଧବାରଠୁ ଏସିର ମରାମତି ଚାଲିଥିଲା। ଆଶା ଥିଲା ଠିକ୍‌ ହୋଇଯିବ। କିନ୍ତୁ ଏସି ଠିକ୍‌ ହୋଇପାରିଲା ନାହିଁ। ଏସିର କିଛି ପାର୍ଟ ଦିଲ୍ଲୀରୁ ଆସିବାର ଥିଲା।’

ତେବେ ଏଠାରେ ପ୍ରଶ୍ନ ଉଠୁଛି ଡାକ୍ତରଖାନା କର୍ତ୍ତୃପକ୍ଷ କୌଣସି ବିକଳ୍ପ ବ୍ୟବସ୍ଥା କଲେ ନାହିଁ କାହିଁକି?

Related story