ସବୁଠାରୁ ସ୍ୱତନ୍ତ୍ର ଫ୍ରିଜ; ଲିଭାଉଛି ଭୋକର ନିଆଁ

ଜୋର୍ଡାନ୍ : ବାହାରୁ ଘରକୁ ଫେରିବା ପରେ ସବୁଠାରୁ ପ୍ରଥମେ ଖୋଜାପଡ଼େ ଫ୍ରିଜ୍। ଖାଇବା ହେଉ ବା ଥଣ୍ଡା ପାଣି, ସମସ୍ତଙ୍କର ସେଇ ଗୋଟିଏ ଠିକଣା । ଜୋର୍ଡାନର ଜଣେ ବ୍ୟକ୍ତି ଏହି ଫ୍ରିଜକୁ ହିଁ ଏକ ଅଭିନବ କାମରେ ଲଗାଇଛନ୍ତି। ଅଭାବୀ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଜୋର୍ଡାନର ୱମନସଙ୍ଗ ଛକରେ ଏକ କ୍ରୀଡ଼ା ଫାଉଣ୍ଡେସନର ପ୍ରତିଷ୍ଠା କରିଥିବା ଅହାନ୍ ଖାନ୍ ଗୋଟିଏ ନୀଳ ରେଫ୍ରିଜରେଟର ରଖିଛନ୍ତି, ଯେଉଁଠାରୁ କେହି ବି ଖାଇବା ପିଇବାର ଜିନିଷ […]

Free-Fridge

Ordigital Desk
  • Published: Sunday, 03 January 2021
  • , Updated: 03 January 2021, 06:38 PM IST

ଜୋର୍ଡାନ୍ : ବାହାରୁ ଘରକୁ ଫେରିବା ପରେ ସବୁଠାରୁ ପ୍ରଥମେ ଖୋଜାପଡ଼େ ଫ୍ରିଜ୍। ଖାଇବା ହେଉ ବା ଥଣ୍ଡା ପାଣି, ସମସ୍ତଙ୍କର ସେଇ ଗୋଟିଏ ଠିକଣା । ଜୋର୍ଡାନର ଜଣେ ବ୍ୟକ୍ତି ଏହି ଫ୍ରିଜକୁ ହିଁ ଏକ ଅଭିନବ କାମରେ ଲଗାଇଛନ୍ତି। ଅଭାବୀ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଜୋର୍ଡାନର ୱମନସଙ୍ଗ ଛକରେ ଏକ କ୍ରୀଡ଼ା ଫାଉଣ୍ଡେସନର ପ୍ରତିଷ୍ଠା କରିଥିବା ଅହାନ୍ ଖାନ୍ ଗୋଟିଏ ନୀଳ ରେଫ୍ରିଜରେଟର ରଖିଛନ୍ତି, ଯେଉଁଠାରୁ କେହି ବି ଖାଇବା ପିଇବାର ଜିନିଷ ନେଇପାରିଵ ନଚେତ ଅନ୍ୟକୁ ସାହାଯ୍ୟ କରିବା ପାଇଁ ଖାଦ୍ୟ ଓ ପାନୀୟ ରଖି ବି ପାରିବେ।

ୱମନସଙ୍ଗର ଷ୍ଟ୍ରିଟରେ ହକି ଏକାଡେମୀ ବାହାରେ ଅହାନ୍ ଖାନ୍ ଏକ ନୀଳ ରଙ୍ଗର ଫ୍ରିଜ ରଖିଛନ୍ତି । ଏଥିରେ ରନ୍ଧା ହୋଇଥିବା ନୁଡୁଲ୍ସ, ବିସ୍କୁଟ୍, ବ୍ରେଡ୍ ସହିତ ଖାଦ୍ୟ ପ୍ୟାକେଟ ରଖାଯାଇଛି । ଏମିତିକି ସେଥିରେ ମୋଜା ସହିତ ତଉଲିଆ ମଧ୍ୟ ରଖାଯାଇଛି । ତେବେ ଏହିସବୁ ଜିନିଷ ଯାହାକୁ ବି ଆବଶ୍ୟକ ସେ ଏଠାରୁ ମାଗଣାରେ ସମସ୍ତ ଜିନିଷ ନେଇପାରିବ । କେବଳ ସେତିକି ନୁହେଁ ଅନ୍ୟ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ସେଠାରେ ଅନ୍ୟାନ୍ୟ ଜିନିଷ ମଧ୍ୟ ରଖାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ ଅହାନ୍ ଖାନ୍ ଏକ ଫିଲ୍ମରେ ଏପରି ଦୃଶ୍ୟ ଦେଖିବା ପରେ ଏକ ଷ୍ଟେସନ ଏବଂ କମ୍ୟୁନିଟି ରେଫ୍ରିଜରେଟର ସ୍ଥାପନ କରିଥିଲେ। ତେବେ ଏନେଇ ସେ କୁହନ୍ତି ଯେ, "ଯେତେବେଳେ ଆପଣ ଘରକୁ ଯାଆନ୍ତି ସେତେବେଳେ ଖାଦ୍ୟ ପାଇଁ ପ୍ରଥମେ ଆପଣ ଫ୍ରିଜ ଖୋଲିଥାନ୍ତି । ତେଣୁ ମୁଁ ଚାହେଁ ଲୋକମାନେ ଏଠାରେ ଠିକ ସେହିପରି ଅନୁଭବ କରନ୍ତୁ । ନିଜ ଘର ଭଳି ଅସହାୟ ଲୋକମାନେ ଏହି ଫ୍ରିଜ ଖୋଲି ଖାଇବା ଖାଆନ୍ତୁ । ଏହାବ୍ୟତୀତ ଯଦି ଆପଣଙ୍କ ପାଖରେ ଆବଶ୍ୟକତାଠାରୁ ଅଧିକ ଖାଦ୍ୟ ଅଛି, ତେବେ ଆପଣ ଏହାକୁ ଅନ୍ୟ ଅଭାବୀ ଲୋକମାନଙ୍କ ପାଇଁ ଏଠାରେ ରଖିପାରିବେ ।"

ବର୍ତ୍ତମାନ ଏହି ନୀଳ ରଙ୍ଗର ରେଫ୍ରିଜରେଟର ବିଷୟରେ ପ୍ରାୟ ସମସ୍ତେ ଜାଣିଗଲେଣି । ଏହି କମ୍ୟୁନିଟି ରେଫ୍ରିଜରେଟରର ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବାପରେ ଏଥିରୁ ଅନ୍ୟମାନଙ୍କୁ ପ୍ରେରଣା ମିଳିବ ନିଶ୍ଚୟ।

Related story