ଏଫଟିଆଇଆଇ ବିବାଦ: ସରକାର-ଛାତ୍ରଛାତ୍ରୀ ଆଲୋଚନା ବିଫଳ, ପରବର୍ତ୍ତୀ ବୈଠକ ୬ରେ

ନୂଆଦିଲ୍ଲୀ: ଏଫଟିଆଇଆଇର ଅଧ୍ୟକ୍ଷ ଗଜେନ୍ଦ୍ର ଚୌହାନଙ୍କୁ ହଟାଇବାକୁ ଅଡି ବସିଛନ୍ତି ଛାତ୍ରଛାତ୍ରୀ। ଗୁରୁବାର ସରକାର ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ମଧ୍ୟ ବିଫଳ ହୋଇଯାଇଛି। ସରକାରଙ୍କ ଆଇ ଆଣ୍ଡ ବି ମନ୍ତ୍ରଣାଳୟ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ଦାବି ମାନି ନାହାନ୍ତି । ଦୁଇପକ୍ଷଙ୍କ ସହମତିରେ ଆସନ୍ତା ଅକ୍ଟୋବର ୬ ତାରିଖରେ ବୈଠକ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଜି ଚାରି ଘଣ୍ଟା […]

FTII-students'-strike

Rakesh Mallick
  • Published: Thursday, 01 October 2015
  • , Updated: 01 October 2015, 02:52 PM IST

ନୂଆଦିଲ୍ଲୀ: ଏଫଟିଆଇଆଇର ଅଧ୍ୟକ୍ଷ ଗଜେନ୍ଦ୍ର ଚୌହାନଙ୍କୁ ହଟାଇବାକୁ ଅଡି ବସିଛନ୍ତି ଛାତ୍ରଛାତ୍ରୀ। ଗୁରୁବାର ସରକାର ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ମଧ୍ୟ ବିଫଳ ହୋଇଯାଇଛି। ସରକାରଙ୍କ ଆଇ ଆଣ୍ଡ ବି ମନ୍ତ୍ରଣାଳୟ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ଦାବି ମାନି ନାହାନ୍ତି । ଦୁଇପକ୍ଷଙ୍କ ସହମତିରେ ଆସନ୍ତା ଅକ୍ଟୋବର ୬ ତାରିଖରେ ବୈଠକ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଜି ଚାରି ଘଣ୍ଟା ଧରି ଆଲୋଚନା ହୋଇଥିଲା। ଛାତ୍ରଛାତ୍ରୀଙ୍କ ମୁଖ୍ୟ ଦାବିକୁ ସରକାର ଅବହେଳା କରୁଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି। ଏହି ବୈଠକରେ ଯୁଗ୍ମ ସଚିବ କେ. ସଞ୍ଜୟ ଶର୍ମା, ଡେପୁଟି ସେକ୍ରେଟାରୀ ଦୀପକ୍ କୁମାର ଓ ଫିଲ୍ମ ଡିଭିଜନର ନିର୍ଦ୍ଦେଶକ ମୁଖେଶ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ପୁନାରେ ଥିବା ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଭାବେ ଗଜେନ୍ଦ୍ର ଚୌହାନଙ୍କୁ ବିଜେପି ସରକାର ନିଯୁକ୍ତି ଦେଇଥିଲେ।

Related story