ଏଫଟିଆଇଆଇର ଆନ୍ଦୋଳନକାରୀ ଛାତ୍ରଙ୍କୁ ଭେଟିଲେ ରାହୁଲ

ପୁନେ: କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଶୁକ୍ରବାର ଭାରତୀୟ ଫିଲ୍ମ ଏବଂ ଟେଲିଭିଜନ୍ ସଂସ୍ଥା(ଏଫଟିଆଇଆଇ)ର ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ରାହୁଲ ଏଫଟିଆଇଆଇର ଛାତ୍ରଙ୍କ ଦାବି ସମ୍ପର୍କରେ ସଂସଦରେ ଉଠାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ସୂଚନାଯୋଗ୍ୟ, କଲେଜର ଅଧ୍ୟକ୍ଷ ଗଜେନ୍ଦ୍ର ଚୌହାନଙ୍କ ସହ ଅନ୍ୟ ୪ ସଦସ୍ୟଙ୍କ ନିଯୁକ୍ତି ବିରୋଧରେ ଏଫଟିଆଇଆଇର ଛାତ୍ର ସଙ୍ଗଠନ ଗତ ୧୨ ତାରିଖରୁ ଆନ୍ଦୋଳନ କରୁଛନ୍ତି । ସେମାନେ ଏଆରଏସଏସ୍  ଓ ଭାଜପା ସହିତ ଜଡିତ। ସେମାନେ ଏହି ପଦବୀ […]

rahul

Rakesh Mallick
  • Published: Friday, 31 July 2015
  • , Updated: 31 July 2015, 05:14 PM IST

ପୁନେ: କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଶୁକ୍ରବାର ଭାରତୀୟ ଫିଲ୍ମ ଏବଂ ଟେଲିଭିଜନ୍ ସଂସ୍ଥା(ଏଫଟିଆଇଆଇ)ର ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ରାହୁଲ ଏଫଟିଆଇଆଇର ଛାତ୍ରଙ୍କ ଦାବି ସମ୍ପର୍କରେ ସଂସଦରେ ଉଠାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

ସୂଚନାଯୋଗ୍ୟ, କଲେଜର ଅଧ୍ୟକ୍ଷ ଗଜେନ୍ଦ୍ର ଚୌହାନଙ୍କ ସହ ଅନ୍ୟ ୪ ସଦସ୍ୟଙ୍କ ନିଯୁକ୍ତି ବିରୋଧରେ ଏଫଟିଆଇଆଇର ଛାତ୍ର ସଙ୍ଗଠନ ଗତ ୧୨ ତାରିଖରୁ ଆନ୍ଦୋଳନ କରୁଛନ୍ତି । ସେମାନେ ଏଆରଏସଏସ୍  ଓ ଭାଜପା ସହିତ ଜଡିତ। ସେମାନେ ଏହି ପଦବୀ ପାଇଁ ଯୋଗ୍ୟ ନୁହନ୍ତି। ଏ ସମ୍ପର୍କରେ ଏଫଟିଆଇଆଇର ଛାତ୍ର ସଙ୍ଗଠନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଜଣାଇଥିଲେ। ହେଲେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି ଉତ୍ତର ଦିଆଯାଇ ନାହିଁ।

ଅନ୍ୟପକ୍ଷରେ ଭାଜାପାର କର୍ମକର୍ତ୍ତାମାନ ରାହୁଲଙ୍କ ଗସ୍ତ ସମୟରେ କଳା ପତାକା ପ୍ରଦର୍ଶନ କରିବା ସହ କଲେଜ ସମ୍ମୁଖରେ ନାରାବାଜି କରିଥିଲେ। ରାହୁଲ ଏଠାକୁ ଆସି ଏହି ଘଟଣାର ରାଜନୀତି କରୁଛନ୍ତି ବୋଲି ଭାଜପାର ସେମାନେ କହିଥିଲେ।

Related story