ଗଣେଶ ପୂଜା ପାଇଁ  ବିଶାଖାପାଟଣାରେ ଚାଲିଛି ଜୋରଦାର ପ୍ରସ୍ତୁତି

ବିଶାଖାପାଟଣା:  ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ମଧ୍ୟ ଗଣେଶ ପୂଜା ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ଗାଜୁୱାକା ଭୁୟୁଡିଏ କଲୋନୀରେ ମହାଗଣପତି ଯୁବକ ସଂଘ ପକ୍ଷରୁ ୨୦ ଲକ୍ଷ ଟଙ୍କା ବ୍ୟୟରେ  ୧୧୧ ଫୁଟର ଗଣେଶ ମୂର୍ତ୍ତି ନିର୍ମାଣ କରାଯାଉଛି । ଏଠାରେ ମହାବିନାୟକଙ୍କୁ ୮୦୦୦ କିଲୋଗ୍ରାମ ଓଜନର ବିଶାଳ ଲଡୁ ଅର୍ପଣ କରାଯିବ ବୋଲି ଜଣାପଡିଛି । ବିଶାଖା ଇଣ୍ଟିଗ୍ରେଟେଡ୍ ସୋସିଆଲ୍ ବେଲଫେୟାର୍ ଆସୋସିଏସନ୍ ପକ୍ଷରୁ ୧୦ ଲକ୍ଷ ଟଙ୍କାରେ  ୮୦ ଫୁଟର ମୂର୍ତ୍ତି ନିର୍ମାଣ କରାଯାଉଛି […]

ganaspuja

Rakesh Mallick
  • Published: Monday, 14 September 2015
  • , Updated: 14 September 2015, 09:19 AM IST

ବିଶାଖାପାଟଣା:  ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ମଧ୍ୟ ଗଣେଶ ପୂଜା ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ଗାଜୁୱାକା ଭୁୟୁଡିଏ କଲୋନୀରେ ମହାଗଣପତି ଯୁବକ ସଂଘ ପକ୍ଷରୁ ୨୦ ଲକ୍ଷ ଟଙ୍କା ବ୍ୟୟରେ  ୧୧୧ ଫୁଟର ଗଣେଶ ମୂର୍ତ୍ତି ନିର୍ମାଣ କରାଯାଉଛି । ଏଠାରେ ମହାବିନାୟକଙ୍କୁ ୮୦୦୦ କିଲୋଗ୍ରାମ ଓଜନର ବିଶାଳ ଲଡୁ ଅର୍ପଣ କରାଯିବ ବୋଲି ଜଣାପଡିଛି । ବିଶାଖା ଇଣ୍ଟିଗ୍ରେଟେଡ୍ ସୋସିଆଲ୍ ବେଲଫେୟାର୍ ଆସୋସିଏସନ୍ ପକ୍ଷରୁ ୧୦ ଲକ୍ଷ ଟଙ୍କାରେ  ୮୦ ଫୁଟର ମୂର୍ତ୍ତି ନିର୍ମାଣ କରାଯାଉଛି ।  ଏଠାରେ ୨୧ ଦିନ ଧରି ପୂଜା ଚାଲିଥାଏ। ଚଳିତବର୍ଷ ସହରର ୫୨୧ଟି ପୂଜାମଣ୍ଡପରେ ଗଣେଶଙ୍କ ମୂର୍ତ୍ତି ନିର୍ମାଣ କରାଯାଉଛି । ବିଭିନ୍ନ ସ୍ଥାନରେ ରାଜସ୍ଥାନରୁ ଆସିଥିବା କାରିଗରମାନେ ମୂର୍ତ୍ତି ନିର୍ମାଣ କରୁଛନ୍ତି ।

Related story