ଏକାନ୍ତବାସରେ ନରହିବାରୁ ସପରିବାର କରୋନାରେ ଆକ୍ରାନ୍ତ

ଅହମଦାବାଦ: ଦେଶରେ ଦିନକୁ ଦିନ କରୋନାର ପ୍ରଭାବ ଅଧିକ ଦେଖିବାକୁ ମିଳୁଛି। ଏଯାବତ ସାରା ଦେଶରେ ହଜାରେରୁ ଅଧିକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ୨୭ରେ ପହଞ୍ଚିଛି। ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶ ଏବେ ୨୧ ଦିନ ପାଇଁ ଲକ୍‌ଡାଉନ୍ ରହିଛି। ଏହି ସମୟରେ ଯେଉଁମାନେ ବିଦେଶରୁ ଫେରିଛନ୍ତି କି କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଏକାନ୍ତବାସରେ ରହିବାକୁ ସରକାରଙ୍କ ତରଫରୁ କୁହାଯାଇଛି। ହେଲେ ଅନେକ ଲୋକ ଏହାକୁ ହାଲୁକା ଭାବରେ ଗ୍ରହଣ […]

corona

Subhransu Sekhar
  • Published: Monday, 30 March 2020
  • , Updated: 30 March 2020, 08:35 AM IST

ଅହମଦାବାଦ: ଦେଶରେ ଦିନକୁ ଦିନ କରୋନାର ପ୍ରଭାବ ଅଧିକ ଦେଖିବାକୁ ମିଳୁଛି। ଏଯାବତ ସାରା ଦେଶରେ ହଜାରେରୁ ଅଧିକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ୨୭ରେ ପହଞ୍ଚିଛି। ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶ ଏବେ ୨୧ ଦିନ ପାଇଁ ଲକ୍‌ଡାଉନ୍ ରହିଛି। ଏହି ସମୟରେ ଯେଉଁମାନେ ବିଦେଶରୁ ଫେରିଛନ୍ତି କି କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଏକାନ୍ତବାସରେ ରହିବାକୁ ସରକାରଙ୍କ ତରଫରୁ କୁହାଯାଇଛି। ହେଲେ ଅନେକ ଲୋକ ଏହାକୁ ହାଲୁକା ଭାବରେ ଗ୍ରହଣ କରୁଛନ୍ତି। ଯାହାର ଉଦାହରଣ ଗୁଜରାଟର ଗାନ୍ଧୀନଗରରୁ ଦେଖିବାକୁ ମିଳିଛି।

ଅହମଦାବାଦ ମିରର ଖବର ଅନୁଯାୟୀ, ଗାନ୍ଧୀନଗରର ଜଣେ ବିଲ୍ଡର ନିକଟରେ ଦୁବାଇରୁ ଫେରିଥିଲେ। ପ୍ରଶାସନର ଅନେକ କଟକଣା ସତ୍ତ୍ୱେ ସେ ଏକାନ୍ତବାସ ନିୟମକୁ ପାଳନ କରିନଥିଲେ। ଏବେ ଏହାର ପରିଣାମ ତାଙ୍କୁ ଓ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଭୋଗିବାକୁ ପଡ଼ିଛି। କାରଣ ସେ ଓ ତାଙ୍କ ପରିବାର ଲୋକେ ଏବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଯେଉଁଥିରେ ତାଙ୍କ ସ୍ତ୍ରୀ, କାକି, ଶାଶୁ, ଶାଳୀ ସହିତ ଭଉଣୀ ସାମିଲ୍ ରହିଛନ୍ତି। ଏହାବାଦ ବିଲଡର ଜଣଙ୍କ ତାଙ୍କ ସଂପର୍କୀୟ ଫାର୍ମାସିଷ୍ଟ ଏବଂ ଅନ୍ୟ ଜଣେ ଡାକ୍ତରଙ୍କ ସଂସ୍ପର୍ଶରେ ଆସିଥିଲେ। ସେମାନେ ମଧ୍ୟ ଏବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାବାଦ ଅନ୍ୟ ଯେଉଁମାନେ ବିଲଡରଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କୁ ଏକାନ୍ତବାସରେ ରଖିଛି ଜିଲ୍ଲା ପ୍ରଶାସନ।

ଅହମଦାବାଦ ପୁଲିସ ଏବେ ବିଲଡରଙ୍କ ନାମରେ ମାମଲା ରୁଜୁ କରିଛି। ଏକାନ୍ତବାସ ନିୟମ ଉଲ୍ଲଂଘନ କରିବା ସହିତ ବିଦେଶରୁ ଫେରିଥିବା ନେଇ ଜଣାଇନଥିବାରୁ ପୁଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି। ସୂଚନାଯୋଗ୍ୟ ଗୁଜରାଟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୫ ଏବଂ ମୃତକଙ୍କ ସଂଖ୍ୟା ୫ ରହିଛି।

Related story