ଗାନ୍ଧୀଙ୍କ ନାଁରେ ଖଦି ଯୋଡ଼ି ହୋଇଥିବାରୁ ଖଦିର କ୍ଷତି ହେଉଛି

ନୂଆଦିଲ୍ଲୀ: ଖଦି  ଗ୍ରାମୋଦ୍ୟୋଗର କ୍ୟାଲେଣ୍ଡରରେ ମହାତ୍ମା ଗାନ୍ଧୀଙ୍କ ଫଟୋ ଉଠାଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ଲଗାଇବା ନେଇ ରାଜନୀତି ଜୋର ଧରିଛି। ଆଜି ହରିୟାଣାର ବିଜେପି ମନ୍ତ୍ରୀ ଅନୀଲ ବିଜେ କହିଛନ୍ତି,“ଗାନ୍ଧୀଙ୍କ ନାମ ଖଦିରେ ଯୋଡ଼ି ହୋଇଥିବାରୁ ଖଦିରେ କ୍ଷତି  ହେଉଥିଲା। ଧୀରେ ଧୀରେ  ନୋଟ୍‌ରେ ମଧ୍ୟ ଗାନ୍ଧୀଙ୍କ ନାମକୁ ହଟାଇ ଦିଆଯିବ।” ସେ କହିଛନ୍ତି,“ଖଦିରେ ମୋଦିଙ୍କ ନାମ ଯୋଡ଼ି ହେଲେ ଖଦିରେ ଲାଭ ହେବ। ମୋଦିଙ୍କ ନାଁ  ବଡ଼ ବ୍ରାଣ୍ଡ ।  ତାଙ୍କ ନାଁର ବ୍ୟବହାର […]

nation..

Rakesh Mallick
  • Published: Saturday, 14 January 2017
  • , Updated: 14 January 2017, 02:10 PM IST

ନୂଆଦିଲ୍ଲୀ: ଖଦି  ଗ୍ରାମୋଦ୍ୟୋଗର କ୍ୟାଲେଣ୍ଡରରେ ମହାତ୍ମା ଗାନ୍ଧୀଙ୍କ ଫଟୋ ଉଠାଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ଲଗାଇବା ନେଇ ରାଜନୀତି ଜୋର ଧରିଛି। ଆଜି ହରିୟାଣାର ବିଜେପି ମନ୍ତ୍ରୀ ଅନୀଲ ବିଜେ କହିଛନ୍ତି,“ଗାନ୍ଧୀଙ୍କ ନାମ ଖଦିରେ ଯୋଡ଼ି ହୋଇଥିବାରୁ ଖଦିରେ କ୍ଷତି  ହେଉଥିଲା। ଧୀରେ ଧୀରେ  ନୋଟ୍‌ରେ ମଧ୍ୟ ଗାନ୍ଧୀଙ୍କ ନାମକୁ ହଟାଇ ଦିଆଯିବ।”

ସେ କହିଛନ୍ତି,“ଖଦିରେ ମୋଦିଙ୍କ ନାମ ଯୋଡ଼ି ହେଲେ ଖଦିରେ ଲାଭ ହେବ। ମୋଦିଙ୍କ ନାଁ  ବଡ଼ ବ୍ରାଣ୍ଡ ।  ତାଙ୍କ ନାଁର ବ୍ୟବହାର ଯୋଗୁଁ ଖଦିର ବିକ୍ରିରେ ୧୪ ପ୍ରତିଶତ ଲାଭ ହେବ। ସେଥିପାଇଁ ଗାନ୍ଧୀଙ୍କ ଫଟୋ ବଦଳରେ ମୋଦିଙ୍କ ଫଟୋ   ଖଦି କ୍ୟାଲେଣ୍ଡରେ  ସ୍ଥାନିତ କରାଯାଇଛି।”

Related story