ନୂଆଦିଲ୍ଲୀ: ନିଜ ଜନ୍ମଦିନ ପାଳନକୁ ସମସ୍ତଙ୍କୁ ଦେଖାଇବା ପାଇଁ ସୋଶାଲ ମିଡିଆରେ ଭିଡିଓ ଜଣେ ଗ୍ୟାଙ୍ଗଷ୍ଟର ପାଇଁ କାଳ ହୋଇଛି। ସେ ଏହି ଭିଡିଓ ଛାଡ଼ିବାବେଳେ ଭାବି ନଥିଲେ ତା’କୁ ଧରିବା ପାଇଁ କିଛି ଦିନ ପରେ ଏଥିରୁ ହିଁ କ୍ଲୁ ମିଳିବ।
ନିଖିଲ ଚୌହାନ୍ ଓରଫ ଧନ୍ନା ଏବଂ ପ୍ରତୀକ ଛାବ୍ରାଙ୍କୁ ପୁଲିସ୍ ଏହି ଭିଡିଓ ମାଧ୍ୟମରେ ହିଁ ଗିରଫ କରିଛି। ଏହି ଭିଡିଓରେ ଛାବ୍ରା ତା’ର ଜନ୍ମଦିନ କେକ୍ ପିସ୍ତଲ ସାହାଯ୍ୟରେ କାଟିବାପରେ ତା’ର ବନ୍ଧୁମାନଙ୍କୁ ପରଶିଦେଉଛି। କିନ୍ତୁ ତାଙ୍କ ପାଖରେ ସୂଚନା ନଥିଲା ଯେ, ସେମାନଙ୍କୁ ଗିରଫ କରିବାପାଇଁ ଦାୟିତ୍ୱ ନେଇଥିବା ପୁଲିସ୍ ଏହି ଭିଡିଓ ଦେଖୁଛି।
https://www.facebook.com/100030856261128/videos/176993596672515/
ଛାବ୍ରା ନାମରେ ୬ରୁ ଊର୍ଦ୍ଧ୍ୱ ମାମଲା ରହିଛି। ଏଥିରେ ଗ୍ୟାଙ୍ଗଷ୍ଟର, ଦୁଷ୍କର୍ମ ଏବଂ ଧମକ ଆଦି ମାମଲା ରହିଛି। ୨୦୧୨ ମସିହାରେ ଜଣେ ବିଲଡର ତା’କୁ ଏବଂ ତା’ର ଭାଇକୁ ଟଙ୍କା ନଦେବାରୁ ସେମାନେ ମାଡ଼ ମାରିଥିଲେ। ଏହାପରେ ଏକ ମାମଲା ରୁଜୁ ହୋଇଥିଲା।
ନିଖିଲ ଚୌହାନ୍ ଛାବ୍ରାର ଗ୍ୟାଙ୍ଗରେ କିଛି ଦିନ ହେଲା ସାମିଲ ହୋଇଥିଲା। ଏବଂ ଛାବ୍ରା ପାଇଁ ଅପରାଧସବୁ ଘଟାଇ ଆସୁଥିଲା। ସେ ତା’ର ପ୍ରତିଦ୍ୱନ୍ଦ୍ୱୀଙ୍କୁ ଧମକାଇବା ପାଇଁ ବନ୍ଧୁକ ସହ ଭିଡିଓ ଓ ଫଟୋ ଫେସବୁକ୍ରେ ଛାଡ଼ୁଥିଲା।
ତେବେ ଏହି ଜନ୍ମଦିନ ଭିଡିଓରୁ କ୍ଲୁ ପାଇ ସବ୍ ଇନ୍ସିପେକ୍ଟର ମୁକେଶ ମୀନା ଏମାନଙ୍କୁ ଟ୍ରାକ୍ କରିଥିଲେ। ଏହି ୨ ଜଣ କିଛି ସହଯୋଗୀଙ୍କୁ ଭେଟିବାକୁ ଯାଉଥିବା ସମୟରେ ପୁଲିସ୍ ସେମାନଙ୍କୁ ଧରିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।