ଏକ ଟଙ୍କାରେ ପେଟ ପୂରା ଖାଇବାକୁ ଦେଉଛନ୍ତି ଗୌତମ ଗମ୍ଭୀର

ନୂଆଦିଲ୍ଲୀ: ପୂର୍ବରୁ ସଉଦା କିମ୍ୱା ପରିବା କିଣିବାକୁ ଗଲେ ଏକ ଟଙ୍କାରେ ପ୍ଲାଷ୍ଟିକ ବ୍ୟାଗ ଫୁଲ୍ ହୋଇଯାଏ। ହେଲେ ସମୟ ବଦଳିବା ସହିତ ବଜାରରେ ସମସ୍ତ ଜିନିଷର ଦର ଦାମ ପରିବର୍ତ୍ତନ ହୋଇଛି। ସ୍ଥିତି ଏମିତି ଯେ ଏବେ ଏକ ଟଙ୍କାରେ ପାଣି ପାଉଚଟେ ଛଡ଼ା କିଛି ମିଳିବନି। ଆଉ ମଧ୍ୟାହ୍ନ ଭୋଜନ ପାଇଁ ସାଧାରଣ ହୋଟେଲ ଗଲେ ସର୍ବନିମ୍ନ ୫୦ ଟଙ୍କା ଗଣିବାକୁ ହେବ। ଏଭଳି ସ୍ଥିତିରେ ପୂର୍ବତନ କ୍ରିକେଟର ତଥା ବିଜେପି ସାଂସଦ ଗୌତମ […]

JANA-ROSEI

Subhransu Sekhar
  • Published: Saturday, 26 December 2020
  • , Updated: 26 December 2020, 05:27 PM IST

ନୂଆଦିଲ୍ଲୀ: ପୂର୍ବରୁ ସଉଦା କିମ୍ୱା ପରିବା କିଣିବାକୁ ଗଲେ ଏକ ଟଙ୍କାରେ ପ୍ଲାଷ୍ଟିକ ବ୍ୟାଗ ଫୁଲ୍ ହୋଇଯାଏ। ହେଲେ ସମୟ ବଦଳିବା ସହିତ ବଜାରରେ ସମସ୍ତ ଜିନିଷର ଦର ଦାମ ପରିବର୍ତ୍ତନ ହୋଇଛି। ସ୍ଥିତି ଏମିତି ଯେ ଏବେ ଏକ ଟଙ୍କାରେ ପାଣି ପାଉଚଟେ ଛଡ଼ା କିଛି ମିଳିବନି। ଆଉ ମଧ୍ୟାହ୍ନ ଭୋଜନ ପାଇଁ ସାଧାରଣ ହୋଟେଲ ଗଲେ ସର୍ବନିମ୍ନ ୫୦ ଟଙ୍କା ଗଣିବାକୁ ହେବ। ଏଭଳି ସ୍ଥିତିରେ ପୂର୍ବତନ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀର ଏକ ଟଙ୍କାରେ ମଧ୍ୟାହ୍ନ ଭୋଜନ ଦେଉଛନ୍ତି। ତାଙ୍କ ଦ୍ୱାରା ପରିଚାଳିତ ଗୌତମ ଗମ୍ଭୀର ଫାଉଣ୍ଡେସନ ଏକ ଟଙ୍କାର ମଧ୍ୟାହ୍ନ ଭୋଜନ ଦେଉଛନ୍ତି। ଯାହାକି ଗରିବ, ଅଭାବୀଙ୍କ ଉଦ୍ଦେଶ୍ୟରେ ଗମ୍ଭୀର ଏହି ମହାନ କାମ କରିଛନ୍ତି।

ଗମ୍ଭୀରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ଯୋଜନାର ନାମ ‘ଜନ ରୋଷେଇ’ ରହିଛି। ପୂର୍ବ ଦିଲ୍ଲୀର ଏହି ବିଜେପି ସାଂସଦ ନିଜ ନିର୍ବାଚନମଣ୍ଡଳୀର ଅଭାବୀ ଲୋକମାନଙ୍କ ପାଇଁ 'ଜନ ରୋଷେଇ' ଆରମ୍ଭ କରିଛନ୍ତି। ଏହି କାମରେ ସରକାରଙ୍କ ସହାୟତା ନିଆଯିବ ନାହିଁ ବୋଲି ଗମ୍ଭୀର ଫାଉଣ୍ଡେସନ କହିଛି।

ଜାନୁଆରୀ ୨୬ରେ ଗଣତନ୍ତ୍ର ଦିବସ ପୂର୍ବରୁ ଅଶୋକ ନଗରରେ ସମାନ ‘ଜନ ରୋଷେଇ’ ଖୋଲିବେ। ସେହିପରି ଦେଶର ଅନ୍ୟତମ ବୃହତ୍ତମ ବୟନଶିଳ୍ପ ବଜାର ଗାନ୍ଧୀ ନଗରରେ ସମ୍ପୂର୍ଣ୍ଣ ଆଧୁନିକ ରୋଷେଇ ଘର ଖୋଲିବେ। ମଧ୍ୟାହ୍ନ ଭୋଜନରେ ଭାତ, ଡାଲି ଏବଂ ପରିବା ତରକାରୀ ରହିବ। ‘ଜନ ରୋଷେଇ’ରେ ଏକା ସାଙ୍ଗରେ ୧୦୦ ଜଣ ବସି ଖାଇପାରିବାର ବ୍ୟବସ୍ଥା ରହିଛି। ହେଲେ କରୋନା ମହାମାରୀ ପାଇଁ ଏକା ଥରେ ୫୦ ଜଣ ଖାଇ ପାରିବେ। ଦୁଇ ଦିନ ପୂର୍ବରୁ ଆରମ୍ଭ ହୋଇଥିବା ଏହି ଯୋଜନାରେ ପ୍ରତିଦିନ ୫୦୦ରୁ ୧୦୦୦ ଜଣ ‘ଜନ ରୋଷେଇ’ରେ ଭାଗ ନେଉଥିବା ସୂଚନା ରହିଛି।

Related story