Advertisment

GDP in Corona: କେଉଁ ଦେଶର ଅଭିବୃଦ୍ଧି ହାର କେତେ କମାଇଲା କରୋନା?

ନୂଆଦିଲ୍ଲୀ: କରୋନା ମହାମାରୀ ମଧ୍ୟରେ ଏପ୍ରିଲରୁ ଜୁନ୍ ପ୍ରଥମ ତ୍ରୟମାସିକ ଅଭିବୃଦ୍ଧି ଜାରି ହୋଇଛି। ଅଭିବୃଦ୍ଧି ହାର ୨୩.୯ ପ୍ରତିଶତ ହ୍ରାସ ପାଇଛି ବୋଲି ସୋମବାର ପ୍ରକାଶ ପାଇଥିବା ରିପୋର୍ଟରେ ଜଣାପଡ଼ିଛି। ଜିଡିପି ହ୍ରାସକୁ ନେଇ ଅନେକ ବିଶେଷଜ୍ଞ ଆକଳନ କରିଥିଲେ। ହେଲେ ସୋମବାର ଆସିଥିବା ରିପୋର୍ଟରେ ଏହା ସତ ହୋଇଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ଲକଡାଉନ୍ ଏବଂ ଶଟଡାଉନ୍ ବିପର୍ଯ୍ୟସ୍ତ ହୋଇଛି ବୋଲି ଆକଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଅର୍ଥନୀତିକୁ […]

ଅଦ୍ୟତନ ହୋଇଛି
ପ୍ରମାଣ ନଷ୍ଟ ପରେ କରୋନା ତଦନ୍ତ ପାଇଁ ରାଜି ହୋଇଛି ଚୀନ୍ !

xing ping

Advertisment

ନୂଆଦିଲ୍ଲୀ: କରୋନା ମହାମାରୀ ମଧ୍ୟରେ ଏପ୍ରିଲରୁ ଜୁନ୍ ପ୍ରଥମ ତ୍ରୟମାସିକ ଅଭିବୃଦ୍ଧି ଜାରି ହୋଇଛି। ଅଭିବୃଦ୍ଧି ହାର ୨୩.୯ ପ୍ରତିଶତ ହ୍ରାସ ପାଇଛି ବୋଲି ସୋମବାର ପ୍ରକାଶ ପାଇଥିବା ରିପୋର୍ଟରେ ଜଣାପଡ଼ିଛି। ଜିଡିପି ହ୍ରାସକୁ ନେଇ ଅନେକ ବିଶେଷଜ୍ଞ ଆକଳନ କରିଥିଲେ। ହେଲେ ସୋମବାର ଆସିଥିବା ରିପୋର୍ଟରେ ଏହା ସତ ହୋଇଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ଲକଡାଉନ୍ ଏବଂ ଶଟଡାଉନ୍ ବିପର୍ଯ୍ୟସ୍ତ ହୋଇଛି ବୋଲି ଆକଳନ କରାଯାଉଛି।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଅର୍ଥନୀତିକୁ ୫ ଟ୍ରିଲିୟନ ଡଲାରକୁ ବୃଦ୍ଧି କରିବାକୁ ନାରା ଦେଉଛନ୍ତି। ଏହାରି ଭିତରେ ଏଭଳି ବିପର୍ଯ୍ୟସ୍ତ ମୋଦି ସରକାର ପାଇଁ ଝଟକା ସାବ୍ୟସ୍ତ ହୋଇଛି। ଆମେରିକା, ଚାଇନା, ଜାପାନ ଆଦି ଦେଶ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ବୃହତ ଅର୍ଥନୀତିକ ଦେଶ ରହିଥିବା ବେଳେ ଭାରତ ବିଶ୍ୱର ଷଷ୍ଠ ବୃହତ୍ତମ ଅର୍ଥନୀତି ଦେଶ ତାଲିକାରେ ରହିଛି।

ପ୍ରଥମ ତ୍ରୟମାସିକ ଅଭିବୃଦ୍ଧି ହାର ଆକଳନ ଅତ୍ୟନ୍ତ ନିରାଶା ଜନକ ରହିଛି। ଏପ୍ରିଲ-ଜୁନ୍ ମାସରେ ଭାରତର ଜିଡିପି ରେକର୍ଡ ୨୩.୯ ପ୍ରତିଶତ ହ୍ରାସ ପାଇଛି। ଖାଲି ଭାରତ ନୁହେଁ କରୋନା ପାଇଁ ଆମେରିକା ଭଳି ଶକ୍ତିଶାଳୀ ଦେଶ ମଧ୍ୟ ଅର୍ଥନୀତିକ କ୍ଷତି ସହୁଛି।

Advertisment

ଆମେରିକା

କରୋନା ମହାମାରୀରେ ଆମେରିକାର ଅର୍ଥନୀତି ମଧ୍ୟ ପ୍ରଭାବିତ ହୋଇଛି। ୨୦୨୦ର ଦ୍ୱିତୀୟ ତ୍ରୟ ମାସିକ (ଏପ୍ରିଲ-ଜୁନ୍)ର ରିପୋର୍ଟ ଅନୁଯାୟୀ ଆମେରିକାର ଜିଡିପି ୩୨.୯ ପ୍ରତିଶତ ହ୍ରାସ ପାଇଛି। ୧୯୪୭ ପରେ ଆମେରିକାର ଜିଡିପି ପ୍ରଥମ ଥପ ପାଇଁ ଏତେ ହ୍ରାସ ପାଇଛି। କରୋନା ମହାମାରୀ ପୂର୍ବରୁ ଜି୭ ଦେଶ ମଧ୍ୟରେ ଆମେରିକାର ଅର୍ଥନୀତିକ ଅଭିବୃଦ୍ଧି ସର୍ବାଧିକ ଥିଲା।

ୟୁକେ

ବ୍ରିଟେନର ଦ୍ୱିତୀୟ ତ୍ରୟମାସିକ ଅଭିବୃଦ୍ଧି ୨୦.୪ ପ୍ରତିଶତ ହ୍ରାସ ପାଇଛି। କ୍ରମାଗତ ଭାବରେ ଦ୍ୱିତୀୟ ଥର ପାଇଁ ବ୍ରିଟେନର ଜିଡିପି ହ୍ରାସ ପାଇଛି।

ଚୀନ୍

ତେବେ କରୋନା ଭାଇରସ ପଛର ମୁଖ୍ୟ କାର୍ପେଟଦାର କୁହାଯାଉଥିବା ଚୀନର ଆର୍ଥିକ ସ୍ଥିତି ସକାରାତ୍ମକ ମୁହାଁ ହୋଇଥିବା ଜଣାପଡ଼ିଛି। ଚୀନ୍ ହେଉଛି ଏକମାତ୍ର ପ୍ରମୁଖ ଦେଶ ଯାହାର ଜିଡିପି ଅଭିବୃଦ୍ଧି ହାର ଏବେ ସକାରାତ୍ମକ ରହିଥିବା କୁହାଯାଉଛି।

ତେବେ ପ୍ରଥମ ତ୍ରୟ ମାସରେ ଅଭିବୃଦ୍ଧି ହାର ଦୁର୍ବଳ ହେବା ପରେ ଚୀନ୍ ପୁନରୁଦ୍ଧାର କରିବାରେ ସଫଳ ହୋଇଛି। ଦ୍ୱିତୀୟ ତ୍ରୟ ମାସରେ ଜିଡିପି 3.2 ପ୍ରତିଶତ ପଞ୍ଜିକୃତ ହୋଇଛି। ଜୁନରେ ଚାଇନାର ଆମଦାନୀ ଏବଂ ରପ୍ତାନି ମଧ୍ୟ ବୃଦ୍ଧି ପାଇଛି।

ଅର୍ଥନୀତିଜ୍ଞମାନେ କହିଛନ୍ତି ଯେ ଅନ୍ୟ ଦେଶ ତୁଳନାରେ ଚୀନ୍ ଲକଡାଉନ୍ ନିୟମକୁ ଶୀଘ୍ର ଖୋଲିଥିଲା। ସେହିପରି ଚୀନ୍ କେବଳ ଉହାନକୁ ଲକଡାଉନ୍ କରିଥିଲା। ଅନ୍ୟ ପ୍ରାନ୍ତରେ ଅର୍ଥନୀତିକ ବଜାର ଖୋଲାଥିଲା। ହେଲେ ଅନ୍ୟ ଦେଶ ସାରା ଦେଶକୁ ଲକଡାଉନ୍ କରିଥିଲେ।

ଇଟାଲୀ

ଏପ୍ରିଲ-ଜୁନରେ ଇଟାଲୀର ଜିଡିପି ୧୨.୪ ପ୍ରତିଶତ ହ୍ରାସ ପାଇଛି। ୧୯୯୫ର ପ୍ରଥମ ତ୍ରୟ ମାସର ଏହା ହେଉଛି ସବୁଠାରୁ ବଡ ହ୍ରାସ। ପ୍ରଥମ ତ୍ରୟ ମାସରେ ଅଭିବୃଦ୍ଧି ହାର ୫.୪ ପ୍ରତିଶତ ହ୍ରାସ ପାଇଥିଲା। ଏବେ ଦ୍ୱିତୀୟ ଥର ପାଇଁ ଅଭିବୃଦ୍ଧି ହାର ଅପ୍ରତ୍ୟାଶିତ ଭାବରେ ଏତେ କମିବା ଇଟାଲୀ ସରକାର ପାଇଁ ଚିନ୍ତାର କାରଣ ପାଲଟିଛି। କରୋନା ମହାମାରୀ ପାଇଁ ଇଟାଲୀ ଲକଡାଉନ୍ ଏବଂ ଶଟ ଡାଉନ୍ ରହିବାରୁ ଏଭଳି ଅର୍ଥନୀତିକ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଜଣାପଡ଼ିଛି।

ସେହିପରି ଏପ୍ରିଲ-ଜୁନ୍ ତ୍ରୟ ମାସରେ ଫ୍ରାନ୍ସର ଜିଡିପି ମଧ୍ୟ ୧୩.୮ ପ୍ରତିଶତ ହ୍ରାସ ପାଇଛି। କାନାଡାର ୧୨ ପ୍ରତିଶତ, ଜର୍ମାନୀର ୧୦.୧ ପ୍ରତିଶତ ଏବଂ ଜାପାନର ଅଭିବୃଦ୍ଧି ହାର ୯.୯ ପ୍ରତିଶତ ହ୍ରାସ ଘଟିଛି।

Odia News GDP In Corona
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe