ଥମିନି ବିବାଦ, ମାକେନଙ୍କ ସାମ୍ନାରେ ମୁହାଁମୁହିଁ ହେଲେ ପାଇଲଟ୍-ଗେହଲଟ ଗୋଷ୍ଠୀ

ଜୟପୁର: ରାଜସ୍ଥାନରେ ପୁଣିଥରେ ଗେହଲଟ୍ ଏବଂ ପାଇଲଟ୍ କଳି ସାମ୍ନାକୁ ଆସିଛି। ବୁଧବାର ଉଭୟ ଗୋଷ୍ଠୀର କର୍ମୀ ଏବଂ ସମର୍ଥକ ମୁହାଁମୁହିଁ ହୋଇଛନ୍ତି। ଏଥିସହ ପରସ୍ପର ବିରୋଧରେ ନାରାବାଜି କରିଛନ୍ତି। ରାଜସ୍ଥାନ କଂଗ୍ରେସର ନୂଆ ପ୍ରଭାରୀ ଭାବେ ନିଯୁକ୍ତ ହୋଇଥିବା ଦିଲ୍ଲୀର କଂଗ୍ରେସ ନେତା ଅଜୟ ମାକେନ୍ ବୁଧବାର ଆଜମେର ଗସ୍ତ କରିଥିରେ। ଗସ୍ତର ଉଦ୍ଦେଶ୍ୟ ଥିଲା ଦୁଇ ଗୋଷ୍ଠୀଙ୍କୁ ଏକାଠି କରିବା। ହେଲେ ଓଲଟା ଚିତ୍ର ସାମ୍ନାକୁ ଆସିଛି। ଅଜୟ ମାକେନଙ୍କ ସହ ଗେହଲଟ୍ ଗୋଷ୍ଠୀର […]

Sachin Pilot Ashok Gehlot

Subhransu Sekhar
  • Published: Wednesday, 09 September 2020
  • , Updated: 09 September 2020, 08:39 PM IST

ଜୟପୁର: ରାଜସ୍ଥାନରେ ପୁଣିଥରେ ଗେହଲଟ୍ ଏବଂ ପାଇଲଟ୍ କଳି ସାମ୍ନାକୁ ଆସିଛି। ବୁଧବାର ଉଭୟ ଗୋଷ୍ଠୀର କର୍ମୀ ଏବଂ ସମର୍ଥକ ମୁହାଁମୁହିଁ ହୋଇଛନ୍ତି। ଏଥିସହ ପରସ୍ପର ବିରୋଧରେ ନାରାବାଜି କରିଛନ୍ତି। ରାଜସ୍ଥାନ କଂଗ୍ରେସର ନୂଆ ପ୍ରଭାରୀ ଭାବେ ନିଯୁକ୍ତ ହୋଇଥିବା ଦିଲ୍ଲୀର କଂଗ୍ରେସ ନେତା ଅଜୟ ମାକେନ୍ ବୁଧବାର ଆଜମେର ଗସ୍ତ କରିଥିରେ। ଗସ୍ତର ଉଦ୍ଦେଶ୍ୟ ଥିଲା ଦୁଇ ଗୋଷ୍ଠୀଙ୍କୁ ଏକାଠି କରିବା। ହେଲେ ଓଲଟା ଚିତ୍ର ସାମ୍ନାକୁ ଆସିଛି।

ଅଜୟ ମାକେନଙ୍କ ସହ ଗେହଲଟ୍ ଗୋଷ୍ଠୀର ନେତା ଥିଲେ। ଏହାକୁ ଦେଖି ପାଇଲଟଙ୍କ ସମର୍ଥକ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ଏମିତିକି ପୋଷ୍ଟର ଚିରି ଦେଇଥିଲେ। ଏହା ପରେ ପୁଲିସ ହସ୍ତକ୍ଷେପ କରି ଲୋକଙ୍କୁ ହଟାଇଥିଲା।

ଆଜମେରରେ ଅଜୟ ମାକେନ୍ ପହଞ୍ଚିବା ପରେ ପାଇଲଟଙ୍କ ସମର୍ଥକ ମାସୁଦାର ବିଧାୟକ ରାକେଶ ପ୍ୟାରୀ ଶକ୍ତି ପ୍ରଦର୍ଶନ କରିଥିଲେ। ପାଇଲଟ୍ ଗୋଷ୍ଠୀର ନେତାମାନେ ହୋଟେଲ ବାହାରେ ସ୍ଲୋଗାନ ଦେଇଥିଲେ ଯେଉଁଠାରେ ମାକେନ୍ କଂଗ୍ରେସ କର୍ମୀଙ୍କ କଥା ଶୁଣୁଥିଲେ। ସ୍ଲୋଗାନ ଦେବା ସମୟରେ ପାଇଲଟ୍ ଦଳର ଲୋକମାନେ ଗେହଲଟ୍ ଦଳର ନେତାଙ୍କ ସହ ସଂଘର୍ଷ ହୋଇଥିଲା।

ଏହା ପରେ ପାଇଲଟ ସମର୍ଥକମାନେ ହୋଟେଲ ଭିତରକୁ ଯିବାକୁ ବାରଣ କରିବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମା ଏବଂ ମାକେନଙ୍କ ବିରୋଧରେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ଏହା ପରେ ପୁଲିସକୁ ଲୋକଙ୍କୁ ଅଟକାଇବା ପାଇଁ ବଳ ପ୍ରୟୋଗ କରିବାକୁ ପଡିଥିଲା।

Related story