ଦିଲ୍ଲୀ ପ୍ରଦୂଷଣକୁ ଆଖିରେ ଦେଖିଲେ ଅତିଥି

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିଥିବା ଜର୍ମାନ୍ ଚାନସେଲର ଆଜି ଦିଲ୍ଲୀର ପ୍ରଦୂଷଣକୁ ଆଖିରେ ଦେଖିଛନ୍ତି। ଏହାପରେ ଦେଶରେ ଡିଜେଲ ବସ୍ ବଦଳରେ ଇଲେକ୍ରିକ ବସ୍ ଚଳାଇବା ପାଇଁ କହିଛନ୍ତି। ଏମିତିକି ପରିବେଶ ପ୍ରଦୂଷଣରୁ ମୁକ୍ତି ପାଇଁ ଅନେକ ପ୍ରକଳ୍ପକୁ ଆରମ୍ଭ କରିବାକୁ ସେ ପରାମର୍ଶ ଦେଇଛନ୍ତି। ତାମିଲନାଡୁ ବସ୍ ସେବାର ପରିବର୍ତ୍ତନ ପାଇଁ ଜର୍ମାନ୍ ଆଗାମୀ ଦିନରେ ୨୦୦ ମିଲିଅନ ୟୁରୋ ନିବେଶ କରିବ। ଡିଜେଲ ବସକୁ ହଟାଇ ଇଲେକ୍ଟ୍ରି ବସ ଆରମ୍ଭ କଲେ ପ୍ରଦୂଷଣ ମାତ୍ରା […]

morkel

Subhransu Sekhar
  • Published: Saturday, 02 November 2019
  • , Updated: 02 November 2019, 04:29 PM IST

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିଥିବା ଜର୍ମାନ୍ ଚାନସେଲର ଆଜି ଦିଲ୍ଲୀର ପ୍ରଦୂଷଣକୁ ଆଖିରେ ଦେଖିଛନ୍ତି। ଏହାପରେ ଦେଶରେ ଡିଜେଲ ବସ୍ ବଦଳରେ ଇଲେକ୍ରିକ ବସ୍ ଚଳାଇବା ପାଇଁ କହିଛନ୍ତି। ଏମିତିକି ପରିବେଶ ପ୍ରଦୂଷଣରୁ ମୁକ୍ତି ପାଇଁ ଅନେକ ପ୍ରକଳ୍ପକୁ ଆରମ୍ଭ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ତାମିଲନାଡୁ ବସ୍ ସେବାର ପରିବର୍ତ୍ତନ ପାଇଁ ଜର୍ମାନ୍ ଆଗାମୀ ଦିନରେ ୨୦୦ ମିଲିଅନ ୟୁରୋ ନିବେଶ କରିବ। ଡିଜେଲ ବସକୁ ହଟାଇ ଇଲେକ୍ଟ୍ରି ବସ ଆରମ୍ଭ କଲେ ପ୍ରଦୂଷଣ ମାତ୍ରା କମିପାରିବ ବୋଲି ଆଞ୍ଜେଲା ମାର୍କେଲ ଦିଲ୍ଲୀର ଏକ ବ୍ୟବସାୟିକ ବୈଠକରେ ଏହା କହିଛନ୍ତି।

ସେ ଆହୁରି କହିଛନ୍ତି, ଜର୍ମାନୀ ଭାରତରେ ୧.୧୨ ବିଲିଅନ ୟୁରୋ ଆଗାମୀ ପାଞ୍ଚ ବର୍ଷରେ ନିବେଶ କରିବ। ଏହି ନିବେଶ କେବଳ ପରିବେଶକୁ ସୁଧାର କରିବା ଦିଗରେ ନିବେଶ ହେବ ବୋଲି ସେ କହିଛନ୍ତି। ଗତକାଲି ଭାରତ-ଜର୍ମାନ ମଧ୍ୟରେ ଯେଉଁ ୨୦ଟି ଚୁକ୍ତି ହୋଇଛି ସେଥିମଧ୍ୟରୁ ଏହି ଚୁକ୍ତି ଅନ୍ୟତମ।

ସୂଚନାଯୋଗ୍ୟ, ଦିଲ୍ଲୀରେ ପରିବେଶ ପ୍ରଦୂଷଣ ବଢ଼ିଯାଇଛି। ସ୍ଥିତି ଏମିତି ଯେ ଚାରିଆଡେ ଏକ ଧଳାଚଦର ଘୋଡ଼େଇ ହୋଇ ରହିଲା ଭଳି ଲାଗୁଛି। ବର୍ତ୍ତମାନ ଦିଲ୍ଲୀର ପ୍ରଦୂଷଣ ‘ସିଭିୟର ପ୍ଲସ’ ଶ୍ରେଣୀରେ ପହଞ୍ଚି ଯାଇଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଆସନ୍ତା ୫ ତାରିଖ ଯାଏ ରାଜ୍ୟରେ ଥିବା ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସେହିଭଳି ଦିଲ୍ଲୀରେ ସ୍ୱାସ୍ଥ୍ୟ ଇମର୍ଜେନ୍ସି ଲାଗୁ ହୋଇଛି। ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ପ୍ୟାନେଲ ଦିଲ୍ଲୀ-ଏନସିଆର ରିଜନରେ ଏଭଳି ସ୍ୱାସ୍ଥ୍ୟ ସମ୍ପର୍କିତ ଜରୁରୀ ପରିସ୍ଥିତି ଲାଗୁ କରିବାକୁ ଘୋଷଣା କରିଛନ୍ତି। ନଭେମ୍ବର ୫ ଯାଏ ଏହି ନିୟମ ଲାଗୁ ହେବ।

Related story