ମୃତ୍ୟୁ ପୂର୍ବରୁ ପଡ଼ୋଶୀଙ୍କୁ ଦାନ କରି ଦେଲେ ୫୫ କୋଟି ଟଙ୍କା

ସାଧାରଣତଃ ଗୋଟିଏ ପରିବାରରେ ସମ୍ପତ୍ତିକୁ ନେଇ ଝଗଡ଼ା ଦେଖିବାକୁ ମିଳିଥାଏ। କେହିବି ନିଜ ସମ୍ପତ୍ତିରୁ ଭାଗେ ବି ଆଉ କାହାକୁ ଦେବାକୁ ପସନ୍ଦ କରନ୍ତିନି। ଏମିତିକି ବ୍ୟକ୍ତି ଜଣକ ନିଜ ସର୍ମ୍ପକୀୟକୁ ମଧ୍ୟ ଇଞ୍ଚେ ଜାଗା କିମ୍ବା ଟଙ୍କାଟିଏ ଦେବାକୁ ଚାହାନ୍ତି ନାହିଁ। କିନ୍ତୁ ଏମିତି ଜଣେ ମହିଳା ଅଛନ୍ତି, ଯିଏ ନିଜର ସବୁ ସମ୍ପତ୍ତିକୁ ପଡ଼ୋଶୀଙ୍କ ନାମରେ କରିଦେଇଛନ୍ତି। ସେହି ସମ୍ପତ୍ତିର ମୂଲ୍ୟ ହଜାରେ କି ଲକ୍ଷେ ନୁହେଁ ବରଂ କୋଟି କୋଟି ଟଙ୍କା। ଏହି […]

germany

Ranjit Kumar Jena
  • Published: Sunday, 06 December 2020
  • , Updated: 06 December 2020, 07:18 PM IST

ସାଧାରଣତଃ ଗୋଟିଏ ପରିବାରରେ ସମ୍ପତ୍ତିକୁ ନେଇ ଝଗଡ଼ା ଦେଖିବାକୁ ମିଳିଥାଏ। କେହିବି ନିଜ ସମ୍ପତ୍ତିରୁ ଭାଗେ ବି ଆଉ କାହାକୁ ଦେବାକୁ ପସନ୍ଦ କରନ୍ତିନି। ଏମିତିକି ବ୍ୟକ୍ତି ଜଣକ ନିଜ ସର୍ମ୍ପକୀୟକୁ ମଧ୍ୟ ଇଞ୍ଚେ ଜାଗା କିମ୍ବା ଟଙ୍କାଟିଏ ଦେବାକୁ ଚାହାନ୍ତି ନାହିଁ। କିନ୍ତୁ ଏମିତି ଜଣେ ମହିଳା ଅଛନ୍ତି, ଯିଏ ନିଜର ସବୁ ସମ୍ପତ୍ତିକୁ ପଡ଼ୋଶୀଙ୍କ ନାମରେ କରିଦେଇଛନ୍ତି। ସେହି ସମ୍ପତ୍ତିର ମୂଲ୍ୟ ହଜାରେ କି ଲକ୍ଷେ ନୁହେଁ ବରଂ କୋଟି କୋଟି ଟଙ୍କା। ଏହି ଘଟଣା ହେଉଛି ଜର୍ମାନୀର, ଯେଉଁଠାରେ ଜଣେ ମହିଳା ୫୫ କୋଟିର ସମ୍ପତ୍ତିକୁ ପଡ଼ୋଶୀକୁ ଦାନ କରିଦେଇଛନ୍ତି। ତେବେ କାହିଁକି ମହିଳା ଜଣକ ଏତେ ମହତ କାମ କଲେ, ଆସନ୍ତୁ ଜାଣିବା।

ଜର୍ମାନୀର ବର୍ଲିନ ସହରରେ ରେନେଟ୍ ନାମକ ଏହି ବୃଦ୍ଧା ରାତାରାତି ନିଜର ୫୫.୩୫ କୋଟି ଟଙ୍କାର ସମ୍ପତ୍ତି ପଡ଼ୋଶୀଙ୍କୁ ଦାନ କରିଛନ୍ତି। ତେବେ ପଡ଼ୋଶୀଙ୍କୁ ଦାନ କରିଥିବା ବୃଦ୍ଧା ଜଣଙ୍କର ମୃତ୍ୟୁ ଡିସେମ୍ବର, ୨୦୧୯ରେ ହୋଇଥିଲା। ରେନେଟ୍ ୧୯୭୫ ପରେ ନିଜର ପତି ଆଲଫ୍ରେଡ୍ ୱେସେଲଙ୍କ ସହ ସେଣ୍ଟ୍ରାଲ୍ ଜର୍ମାନୀର ୱେରଫେଲ୍ଡେନ୍ ଜିଲ୍ଲାରେ ରହୁଥିଲେ। ତାଙ୍କ ସ୍ୱାମୀ ଶେଆର ମାର୍କେଟରେ ଟଙ୍କା ଲଗାଉଥିଲେ ଏବଂ ଏଥିରୁ ସେ ଖୁବ୍ ଆୟ ମଧ୍ୟ କରୁଥିଲେ।

୨୦୧୪ରେ ତାଙ୍କ ସ୍ୱାମୀଙ୍କର ଦେହାନ୍ତ ହୋଇଥିଲା। ଏହା ପରେ ୨୦୧୬ରେ ଫ୍ରାଙ୍କଫର୍ଟରେ ଏକ ନର୍ସିଂ ହୋମରେ ରହୁଥିବା ରେନେଟଙ୍କର ଗତବର୍ଷ ଡିସେମ୍ବରରେ ୮୧ ବର୍ଷ ବୟସରେ ଦେହାନ୍ତ ହୋଇଥିଲା। ସ୍ଥାନୀୟ ମିଡିଆ ଅନୁଯାୟୀ, ରେନେଟଙ୍କ ଭଉଣୀ ହିଁ ତାଙ୍କର ଏକମାତ୍ର ଉତ୍ତରାଧିକାରୀ ଥିଲେ, ଯାହାଙ୍କର ମୃତ୍ୟୁ ପୂର୍ବରୁ ହୋଇ ସାରିଥିଲା। ତେଣୁ ଏହି କାରଣରୁ ହୁଏତ ରେନେଟ୍ ନିଜ ସମ୍ପତ୍ତିକୁ ପଡ଼ୋଶୀକୁ ଦାନ କରିଦେଇଛନ୍ତି।

ଚଳିତ ବର୍ଷ ଏପ୍ରିଲରେ ସ୍ଥାନୀୟ ଜିଲ୍ଲା ପ୍ରଶାସନ ରେନେଟଙ୍କର ଇଚ୍ଛାପତ୍ରକୁ ନେଇ ସୂଚନା ଦେଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଥିଲା ଯେ ରେନେଟ୍ ନିଜ ମୃତ୍ୟୁ ବ୍ୟାଙ୍କ ବାଲାନ୍ସ, ଶେଆର ଏବଂ ମୂଲ୍ୟବାନ ସମ୍ପତ୍ତି ଛାଡ଼ି ଯାଇଥିଲେ। ଯାହାକୁ ରେନେଟ୍ ଏହି ସମ୍ପତ୍ତିକୁ କିଛି ପଡ଼ୋଶୀଙ୍କୁ ବାଣ୍ଟି ଦେଇଥିଲେ। ତେବେ ପଡ଼ୋଶୀ ଏହି ଟଙ୍କାର ବ୍ୟବହାର ନିଜ ବ୍ୟକ୍ତିଗତ ଖର୍ଚ୍ଚ ପାଇଁ କରିପାରିବେ ନାହିଁ ଏବଂ ଏହାର ବ୍ୟବହାର କେବଳ ବିକାଶ କ୍ଷେତ୍ରରେ ହିଁ କରାଯାଇ ପାରିବ।

Related story