ଜର୍ମାନୀରେ ବଢୁଛି ଶରଣାର୍ଥୀଙ୍କ ସଂଖ୍ୟା, ଚଳିତ ବର୍ଷ ଆସିଲେଣି ସାଢ଼େ ଚାରି ଲକ୍ଷ

ବର୍ଲିନ: ଚଳିତ ବର୍ଷ ଜାନୁଆରୀ ମାସଠାରୁ ସେପ୍ଟେମ୍ବର ମଧ୍ୟରେ ଜର୍ମାନୀକୁ ୪ ଲକ୍ଷ ୫୦ ହଜାର ଶରଣାର୍ଥୀ ଆସି ସାରିଛନ୍ତି। ଏମାନଙ୍କ ମଧ୍ୟରୁ କେବଳ ସେପ୍ଟମ୍ବର ମାସର ପ୍ରଥମ ୮ ଦିନରେ ଦେଶକୁ ଆସିଛନ୍ତି ୩୭ ହଜାର ଶରଣାର୍ଥୀ। ଆଜି ଜର୍ମାନୀର ଭାଇସ୍ ଚାନସେଲର ସିଗମାର ଗବରିଏଲ ଏ କଥା କହିଛନ୍ତି। ଜର୍ମାନୀର ସଂସଦରେ ସେ ଏହି ସୂଚନା ଦେଇଥିଲେ। ସେ କହିଥିଲେ, ଗତକାଲି ପୂର୍ବରୁ ଜର୍ମାନୀକୁ ଚଳିତ ବର୍ଷ ୪ ଲକ୍ଷ ୫୦ ହଜାର ଶରଣାର୍ଥୀ […]

germany

Rakesh Mallick
  • Published: Thursday, 10 September 2015
  • , Updated: 04 May 2017, 03:44 PM IST

ବର୍ଲିନ: ଚଳିତ ବର୍ଷ ଜାନୁଆରୀ ମାସଠାରୁ ସେପ୍ଟେମ୍ବର ମଧ୍ୟରେ ଜର୍ମାନୀକୁ ୪ ଲକ୍ଷ ୫୦ ହଜାର ଶରଣାର୍ଥୀ ଆସି ସାରିଛନ୍ତି। ଏମାନଙ୍କ ମଧ୍ୟରୁ କେବଳ ସେପ୍ଟମ୍ବର ମାସର ପ୍ରଥମ ୮ ଦିନରେ ଦେଶକୁ ଆସିଛନ୍ତି ୩୭ ହଜାର ଶରଣାର୍ଥୀ। ଆଜି ଜର୍ମାନୀର ଭାଇସ୍ ଚାନସେଲର ସିଗମାର ଗବରିଏଲ ଏ କଥା କହିଛନ୍ତି। ଜର୍ମାନୀର ସଂସଦରେ ସେ ଏହି ସୂଚନା ଦେଇଥିଲେ।

ସେ କହିଥିଲେ, ଗତକାଲି ପୂର୍ବରୁ ଜର୍ମାନୀକୁ ଚଳିତ ବର୍ଷ ୪ ଲକ୍ଷ ୫୦ ହଜାର ଶରଣାର୍ଥୀ ଆସି ସାରିଲେଣି।  ଏଥି ମଧ୍ୟରୁ ୩୭ ହଜାର କେବଳ ଚଳିତ ମାସ ପ୍ରଥମ ୮ଦିନରେ ଆସିଛନ୍ତି। ସେହିପରି ଅଗଷ୍ଟ ମାସରେ ଦେଶକୁ ଆସିଥିବା ଶରଣାର୍ଥୀଙ୍କ ସଂଖ୍ୟା ହେଉଛି ୧ ଲକ୍ଷ ୫ ହଜାର।

ଯୁଦ୍ଧଗ୍ରସ୍ତ ସିରିଆ ଓ ଅନ୍ୟ ଦେଶଗୁଡ଼ିକରୁ ଚାଲି ଆସୁଥିବା ଶରଣାର୍ଥୀମାନଙ୍କୁ ୟୁରୋପୀୟ ସଂଘର ରାଷ୍ଟ୍ରଗୁଡ଼ିକ ଭାଗବାଣ୍ଟି ମୁଣ୍ଡଗୁଞ୍ଜିବାକୁ ସ୍ଥାନ ଦେବାକୁ ପୂର୍ବରୁ ଜର୍ମାନୀର ଚାନସେଲର ଆଞ୍ଜେଲା ମରକେଲ ଅପିଲ କରି ସାରିଛନ୍ତି।

ଆଗକୁ ଶରଣାର୍ଥୀଙ୍କ ଆଗମନ ଜାରି ରହିବ ବୋଲି ଆଶା ରଖିଛି ଜର୍ମାନୀ। ଚଳିତ ବର୍ଷ ୮ ଲକ୍ଷରୁ ଅଧିକ ଶରଣାର୍ଥୀ ଦେଶକୁ ଆସିବେ ବୋଲି ଜର୍ମାନୀ ସରକାର ଆକଳନ କରିଛନ୍ତି। ଆଉ ଏହି ସଂଖ୍ୟା ଗତବର୍ଷ ଅପେକ୍ଷା ଚାରି ଗୁଣା ଅଧିକ ହେବ। ସେହିପରି ଏହି ସଂଖ୍ୟା ଯେକୌଣସି ୟୁରୋପୀୟ ଦେଶକୁ ଯାଉଥିବା ଶରଣାର୍ଥୀଙ୍କ ସଂଖ୍ୟାଠାରୁ ଢେର ଅଧିକ ବୋଲି କୁହାଯାଉଛି।

Related story