ଜାତିସଂଘରେ ଚାଇନାର ଭାରତ ବିରୋଧୀ କାର୍ଯ୍ୟରେ ପାଣି ପକାଇ ଦେଲେ ଜର୍ମାନୀ ଓ ଆମେରିକା

ନୂଆଦିଲ୍ଲୀ: ପାକିସ୍ତାନକୁ ସମର୍ଥନ କରି ଭାରତକୁ ପରୋକ୍ଷରେ ବିଶ୍ୱ ଦରବାରରେ ନିନ୍ଦିତ କରିବା ପାଇଁ ଚାଇନା ଚଳାଇଥିବା ଉଦ୍ୟମ ଫସର ଫାଟିଛି। କରାଚି ଷ୍ଟକ ଏକ୍ସଚେଞ୍ଜ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନିନ୍ଦା କରିବା ପାଇଁ ଜାତିସଂଘ ସୁରକ୍ଷା ପରିଷଦରେ ଏକ ବିବୃତି ଜାରି କରିବାକୁ ଚାଇନା ଉତ୍ସାହ ଦେଖାଇଥିଲା। କରାଚି ହମଲା ପାଇଁ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମ୍ମୁଦ କୁରେସି ଭାରତକୁ ଦାୟୀ କରିଥିଲେ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବି ସମାନ […]

t

Hemant Lenka
  • Published: Thursday, 02 July 2020
  • , Updated: 02 July 2020, 03:20 PM IST

ନୂଆଦିଲ୍ଲୀ: ପାକିସ୍ତାନକୁ ସମର୍ଥନ କରି ଭାରତକୁ ପରୋକ୍ଷରେ ବିଶ୍ୱ ଦରବାରରେ ନିନ୍ଦିତ କରିବା ପାଇଁ ଚାଇନା ଚଳାଇଥିବା ଉଦ୍ୟମ ଫସର ଫାଟିଛି। କରାଚି ଷ୍ଟକ ଏକ୍ସଚେଞ୍ଜ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନିନ୍ଦା କରିବା ପାଇଁ ଜାତିସଂଘ ସୁରକ୍ଷା ପରିଷଦରେ ଏକ ବିବୃତି ଜାରି କରିବାକୁ ଚାଇନା ଉତ୍ସାହ ଦେଖାଇଥିଲା।

କରାଚି ହମଲା ପାଇଁ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମ୍ମୁଦ କୁରେସି ଭାରତକୁ ଦାୟୀ କରିଥିଲେ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବି ସମାନ କଥା କହିଥିଲେ। ଏହାପରେ ହିଁ ଚାଇନା କରାଚି ହମଲାକୁ ନିନ୍ଦା କରିବା ପାଇଁ ଏକ ସଂକଳ୍ପ ଜାତିସଂଘ ସୁରକ୍ଷା ପରିଷଦରେ ଆଣିଥିଲା।

ହେଲେ ଏହି ବିବୃତି ଜାରି କରିବା ପୂର୍ବରୁ ହିଁ ଉଭୟ ଜର୍ମାନୀ ଓ ଆମେରିକା ଚାଇନା ଉଦ୍ୟମକୁ ବିଳମ୍ବିତ କରି ଏହାକୁ ଏକ ପ୍ରକାରର ଗୁରୁତ୍ୱହୀନ କରିଦେଇଥିଲେ।

ଚାଇନା ଦ୍ୱାରା ଡ୍ରାଫ୍ଟ ହୋଇଥିବା ଚିଠିରେ ଲେଖାଯାଇଥିଲା ଯେ ଜାତିସଂଘ ସୁରକ୍ଷା ପରିଷଦର ସଦସ୍ୟମାନେ ଏକାଠି ହୋଇ ଏଭଳି କାଣ୍ଡ ଘଟାଉଥିବା ବ୍ୟକ୍ତି, ସଂଗଠନ ଓ ପ୍ରାୟୋଜକଙ୍କୁ ଉଚିତ ଜବାବ ଦେବା ଦରକାର। ସମସ୍ତ ରାଷ୍ଟ୍ର ମିଳିତ ଭାବେ ଅନ୍ତର୍ଜାତୀୟ ଆଇନ ଓ ସୁରକ୍ଷା ପରିଷଦର ଗାଇଡଲାଇନ ଅନୁଯାୟୀ ପାକିସ୍ତାନ ସରକାର ସହ ମିଳିତ ଭାବେ କାର୍ଯ୍ୟ କରିବା ଦରକାର। ପାକିସ୍ତାନ ସରକାରଙ୍କୁ ସବୁ ପ୍ରକାରର ସହଯୋଗ ଯୋଗାଇ ସମର୍ଥନ କରିବା ଦରକାର।

ଚାଇନା ଏହି ଡ୍ରାଫ୍ଟକୁ ମଙ୍ଗଳବାର ଦିନ ଜାତିସଂଘ ସୁରକ୍ଷା ପରିଷଦରେ ଉପସ୍ଥାପନ କରିଥିଲା। ନିୟମ ଅନୁଯାୟୀ, ଏହା ଅପରାହ୍ଣ ୪ଟା ପର୍ଯ୍ୟନ୍ତ ପେଣ୍ଡିଂ ହୋଇ ରହିଥିଲା। ତେବେ ଠିକ୍‌ ୪ଟା ବେଳକୁ ଜର୍ମାନୀ ବିବୃତି ଜାରି ହେବା ପୂର୍ବରୁ ଏଥିରେ ହସ୍ତକ୍ଷେପ କରିଥିଲା।

ଜର୍ମାନୀ ରାଷ୍ଟ୍ରଦୂତ କହିଥିଲେ ଯେ କରାଚି ଷ୍ଟକ ଏକ୍ସଚେଞ୍ଜ ହମଲା ପାଇଁ ପାକିସ୍ତାନ ବୈଦେଶିକ ମନ୍ତ୍ରୀ କୁରେସୀ ଭାରତକୁ ଦାୟୀ କରିବା ଆଦୌ ଗ୍ରହଣୀୟ ନୁହେଁ। ଜର୍ମାନୀ ୪ଟା ବେଳେ ଏପରି କଥା କହିଥିବାରୁ ଚାଇନା ଏହାକୁ ବିରୋଧ କରିଥିଲା। ଚାଇନା କହିଥିଲା ଯେ ଡେଡଲାଇନ ଅନୁଯାୟୀ ୪ଟା ବାଜିଲାଣି। ତେଣୁ ଏହା ପାସ୍‌ ହେବା ଜରୁରୀ।

ତେବେ ଜର୍ମାନୀ ଏଥିରେ ହସ୍ତକ୍ଷେପ କରିବାରୁ ଏହାକୁ ଜୁଲାଇ ୧ ତାରିଖ ସକାଳ ୧୦ଟା ପର୍ଯ୍ୟନ୍ତ ଘୁଞ୍ଚା ଯାଇଥିଲା। ୧୦ଟା ବେଳେ ଏହା ପାସ୍‌ ହେବା ବେଳକୁ ଆମେରିକା ଏଥିରେ ହସ୍ତକ୍ଷେପ କରିଥିଲା। ଫଳରେ ପୁଣିଥରେ ଏହାର ସମୟକୁ ଘୁଞ୍ଚା ଯାଇଥିଲା।

ଗତକାଲି ଏହି ବିବୃତି ଜାତିସଂଘରେ ଉପସ୍ଥାପନ ହୋଇଥିଲେ ହେଁ ଜାତିସଂଘରେ ଚାଇନା ଓ ପାକିସ୍ତାନକୁ ବ୍ୟାକଫୁଟକୁ ଠେଲିବା ପ୍ରୟାସ ନୂଆ ସମୀକରଣ ସୃଷ୍ଟି କରିଛି।

Related story