ମା’ଙ୍କୁ ପିଟିବାରୁ ବାପାଙ୍କୁ ବାଡ଼େଇ ମାରିଦେଲା ନାବାଳିକା ଝିଅ

ଭୋପାଲ: ମଦ ପିଇ ନିଜ ପତ୍ନୀଙ୍କୁ ବାରମ୍ବାର ମାଡ଼ ମାରିବା ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡ଼ିଛି। ବ୍ୟକ୍ତିଙ୍କ ଏଭଳି ଆଚରଣ ପାଇଁ ତାଙ୍କର ୧୬ ବର୍ଷୀୟ ଝିଅ ହିଁ ତାଙ୍କୁ ପିଟିପିଟି ହତ୍ୟା କରିଛନ୍ତି। ମା’ଙ୍କ ଉପରେ ତାଙ୍କ ବାପା ସବୁଦିନ ଅତ୍ୟାଚାର କରୁଥିବାରୁ ବୁଧବାର ସନ୍ଧ୍ୟାରେ ନାବାଳିକା ଝିଅ ଜଣଙ୍କ ଏଭଳି ଚରମ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାପରେ ସେ ପୁଲିସ୍‌କୁ ଖବର ଦେଇ ଆତ୍ମସମର୍ପଣ କରିଛନ୍ତି। ମଧ୍ୟପ୍ରଦେଶର ଭୋପାଲରେ ଘଟିଥିବା ଏହି ଘଟଣା ସାରା […]

u

Hemant Lenka
  • Published: Thursday, 22 October 2020
  • , Updated: 22 October 2020, 05:22 PM IST

ଭୋପାଲ: ମଦ ପିଇ ନିଜ ପତ୍ନୀଙ୍କୁ ବାରମ୍ବାର ମାଡ଼ ମାରିବା ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡ଼ିଛି। ବ୍ୟକ୍ତିଙ୍କ ଏଭଳି ଆଚରଣ ପାଇଁ ତାଙ୍କର ୧୬ ବର୍ଷୀୟ ଝିଅ ହିଁ ତାଙ୍କୁ ପିଟିପିଟି ହତ୍ୟା କରିଛନ୍ତି। ମା’ଙ୍କ ଉପରେ ତାଙ୍କ ବାପା ସବୁଦିନ ଅତ୍ୟାଚାର କରୁଥିବାରୁ ବୁଧବାର ସନ୍ଧ୍ୟାରେ ନାବାଳିକା ଝିଅ ଜଣଙ୍କ ଏଭଳି ଚରମ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାପରେ ସେ ପୁଲିସ୍‌କୁ ଖବର ଦେଇ ଆତ୍ମସମର୍ପଣ କରିଛନ୍ତି। ମଧ୍ୟପ୍ରଦେଶର ଭୋପାଲରେ ଘଟିଥିବା ଏହି ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି।

ପୁଲିସ୍‌ର ସୂଚନା ଅନୁଯାୟୀ, ପ୍ରାଣ ହରାଇଥିବା ୪୫ ବର୍ଷୀୟ ବ୍ୟକ୍ତି ଜଣଙ୍କ କୌଣସି କାମ କରୁ ନଥିଲେ। ହେଲେ ତାଙ୍କ ବଡ଼ ପୁଅ ଗୋଟିଏ ଇଟା ଭାଟିରେ କାମ କରି ପରିବାର ଚଳାଉଥିଲେ। ଘରର ବାପା କାମ କରୁ ନଥିଲେ ହେଁ ପ୍ରତିଦିନ ମଦ ପିଇ ଘରେ ଝଗଡ଼ା କରୁଥିଲେ।

ବିଶେଷ କରି ସେ ତାଙ୍କ ପତ୍ନୀଙ୍କୁ ମାଡ଼ ମାରୁଥିଲେ। ବ୍ୟକ୍ତି ଜଣଙ୍କ ଏଭଳି ଆଚରଣ ଯୋଗୁ ପରିବାର ଲୋକ ଚିନ୍ତାରେ ରହୁଥିଲେ। ବୁଧବାର ସନ୍ଧ୍ୟା ୬.୩୦ରେ ଘର ଲୋକ ଏକାଠି ବସି ବଡ଼ ପୁଅର ବାହାଘର ବିଷୟରେ କଥା ହେଉଥିଲେ। କିନ୍ତୁ ଏହି ସମୟରେ ନିଶା ଶକ୍ତ ବାପା ଝଗଡ଼ା ଆରମ୍ଭ କରିଥିଲେ।

ସେ ତାଙ୍କ ପତ୍ନୀଙ୍କୁ ମାଡ଼ ମଧ୍ୟ ମାରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ୧୬ ବର୍ଷୀୟ ଝିଅ ଜଣଙ୍କ ଲୁଗା ସଫା ପାଇଁ ବ୍ୟବହୃତ ବ୍ୟାଟ୍‌ରେ ବାପାଙ୍କ ମୁଣ୍ଡକୁ ପିଟି ଦେଇଥିଲା। ସେ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ି ଛଟପଟ ହେଉଥିଲେ ହେଁ ଝିଅ ଜଣଙ୍କୁ ଲୁହା ଲାଗିଥିବା ଗୋଟିଏ ବାଡ଼ିରେ ତାଙ୍କୁ ପିଟି ଚାଲିଥିଲେ। ଏହି କାରଣରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ବାପାଙ୍କ ମୃତ୍ୟୁପରେ ସେ ୧୦୦କୁ ଫୋନ କରି ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଝିଅକୁ ଗିରଫ କରି ସୁଧାର ଗୃହକୁ ପଠାଇଛି। ଏଥିସହ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Related story