ଏକ ଟଙ୍କାରେ ଛାତ୍ରୀଙ୍କୁ ମିଳିବ ପ୍ୟାଡ୍‌

ଚଣ୍ଡିଗଡ଼: ମାସିକ ଧର୍ମ ସମୟରେ ମହିଳାମାନେ ବିଭିନ୍ନ ସମସ୍ୟାରେ ପଡ଼ିଥାନ୍ତି। ବିଶେଷ କରି ସ୍କୁଲ ଯାଉଥିବା ଝିଅମାନେ ଅଧିକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଏଥିପାଇଁ ବଜାରରେ ବିଭିନ୍ନ କମ୍ପାନୀର ପ୍ୟାଡ୍‌ ମିଳୁଛି। ହେଲେ ଏହାର ମୂଲ୍ୟ ଅଧିକ ରହୁଥିବାରୁ ସମସ୍ତଙ୍କ ପକ୍ଷେ କିଣିବା ସମ୍ଭବ ହେଉନାହିଁ। ଏପରି ସ୍ଥିତିରେ ବହୁତ ଛାତ୍ରୀ ଆଜି ବି କପଡ଼ା ବ୍ୟବହାର କରୁଛନ୍ତି। ହେଲେ ଏଣିକି ଛାତ୍ରୀଙ୍କୁ ସ୍କୁଲରେ ମାତ୍ର ଏକ ଟଙ୍କାରେ ପ୍ୟାଡ୍‌ ଦିଆଯିବ। ଏପରି ନିଷ୍ପତ୍ତି ହରିୟାଣା ସରକାର […]

Indian-Schoolgirls

Rakesh Mallick
  • Published: Monday, 04 June 2018
  • , Updated: 04 June 2018, 04:40 PM IST

ଚଣ୍ଡିଗଡ଼: ମାସିକ ଧର୍ମ ସମୟରେ ମହିଳାମାନେ ବିଭିନ୍ନ ସମସ୍ୟାରେ ପଡ଼ିଥାନ୍ତି। ବିଶେଷ କରି ସ୍କୁଲ ଯାଉଥିବା ଝିଅମାନେ ଅଧିକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଏଥିପାଇଁ ବଜାରରେ ବିଭିନ୍ନ କମ୍ପାନୀର ପ୍ୟାଡ୍‌ ମିଳୁଛି। ହେଲେ ଏହାର ମୂଲ୍ୟ ଅଧିକ ରହୁଥିବାରୁ ସମସ୍ତଙ୍କ ପକ୍ଷେ କିଣିବା ସମ୍ଭବ ହେଉନାହିଁ। ଏପରି ସ୍ଥିତିରେ ବହୁତ ଛାତ୍ରୀ ଆଜି ବି କପଡ଼ା ବ୍ୟବହାର କରୁଛନ୍ତି। ହେଲେ ଏଣିକି ଛାତ୍ରୀଙ୍କୁ ସ୍କୁଲରେ ମାତ୍ର ଏକ ଟଙ୍କାରେ ପ୍ୟାଡ୍‌ ଦିଆଯିବ। ଏପରି ନିଷ୍ପତ୍ତି ହରିୟାଣା ସରକାର ନେଇଛନ୍ତି।

କେବଳ ଛାତ୍ରୀମାନଙ୍କୁ ନୁହେଁ, ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ପରିବାରର ମହିଳାମାନଙ୍କୁ ମଧ୍ୟ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସରକାରୀ ବିଜ୍ଞପ୍ତି ଅନୁସାରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର, ସ୍କୁଲ ଶିକ୍ଷା ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିବା ପରେ ଏକ ଟଙ୍କାରେ ଗୋଟେ ପ୍ୟାକେଟ୍‌ ପ୍ୟାଡ୍‌ ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ଖଟ୍ଟର କହିଛନ୍ତି, “୧୮ ବର୍ଷ ପର୍ଯ୍ୟନ୍ତ ଝିଅଙ୍କୁ ସ୍କୁଲରେ ପ୍ୟାଡ୍‌ ଦିଆଯିବ। ୧୮ ବର୍ଷରୁ ଅଧିକ ବର୍ଷର ମହିଳାଙ୍କୁ ପ୍ରତିମାସ ଜନ ବିତରଣ ପ୍ରଣାଳୀ ମାଧ୍ୟମରେ ରାସନ ଦୋକାନରେ ଏହା ଦିଆଯିବ।”

ବିଜ୍ଞପ୍ତିରେ କୁହାଯାଇଛି ଯେ, ଏକ ସର୍ଭେ ଅନୁସାରେ ରାଜ୍ୟରେ ମାତ୍ର ୨୮ ପ୍ରତିଶତ ଝିଅ ମାସିକ ଧର୍ମ ବେଳେ ପ୍ୟାଡ୍‌ ବ୍ୟବହାର କରୁଛନ୍ତି। ସେହିପରି ଏହି ସମୟରେ ୪୦ ପ୍ରତିଶତ ମହିଳା କପଡ଼ା ବ୍ୟବହାର କରୁଛନ୍ତି। ଏହି କାରଣରୁ ସେମାନେ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

Related story