ଲକ୍ଷ୍ନୌ: ସାଧାରଣତଃ କଲେଜକୁ ଝିଅମାନେ ପିନ୍ଧି ଆସୁଥିବା ଡ୍ରେସକୁ ନେଇ ବିବାଦ ଦେଖାଯାଇଥାଏ। ମୁଖ୍ୟତଃ ଛାତ୍ରୀମାନେ ଜିନ୍ସ ପିନ୍ଧିବାକୁ ନେଇ ବାରଣ କରାଯାଇ ପାରମ୍ପରିକ ଡ୍ରେସ ପିନ୍ଧି କଲେଜ ଆସିବାକୁ କୁହାଯାଇଥାଏ। ହେଲେ ୟୁପି ଫିରୋଜାବାଦରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। କିଛି ଛାତ୍ରୀ କଲେଜକୁ ବୁର୍ଖା ପିନ୍ଧି ଆସିବାରୁ କଲେଜର ପ୍ରିନସିପାଲ ସେମାନଙ୍କୁ ବାଡ଼ି ଧରି ଗୋଡ଼ାଇଥିଲେ।
ଏଏସକେ ଡିଗ୍ରୀ କଲେଜର ପ୍ରିନସିପାଲ୍ ପ୍ରଭାକର ରାୟ କହିଛନ୍ତି କଲେଜକୁ ସମସ୍ତେ ୟୁନିଫର୍ମ ପିନ୍ଧି ଆସିବାକୁ ପଡ଼ିବ। ଆସନ୍ତାକାଲିଠାରୁ ବିନା ପରିଚୟ ପତ୍ର ଏବଂ ୟୁନିଫର୍ମରେ କେହି କଲେଜ ଆସିପାରିବେ ନାହିଁ। ବୁର୍ଖାକୁ କେବେ ଡ୍ରେସ ବୋଲି କୁହାଯାଇପାରିବନି। ତେଣୁ ସମସ୍ତ ଛାତ୍ରଛାତ୍ରୀ ୟୁନିଫର୍ମରେ ଆସିବା ଦରକରାର ବୋଲି ସେ କହିଛନ୍ତି।
ଏବେ ଉକ୍ତ କଲେଜରେ ପୁଲିସ କଡ଼ା ପହରା ଦେଉଛି। ଯେଉଁ ଝିଅ ବୁର୍ଖା ପିନ୍ଧି ଆସିଛନ୍ତି ତାଙ୍କୁ କଲେଜ ପାଖରେ ଥିବା ବସଷ୍ଟାଣ୍ଡକୁ ଯାଇ ବୁର୍ଖା ଖୋଲି ଆସିବା ପାଇଁ କୁହାଯାଉଛି। ଏମିତିକି ସୁରକ୍ଷା ଦୃଷ୍ଟିରେ କଲେଜରେ ପୁଲିସ ମୁତୟନ ହୋଇଛନ୍ତି।