ମୋଦିଙ୍କ ବିରୋଧରେ ଟ୍ୱିଟ କରିବାରୁ ବହିଷ୍କାର ହେଲେ ପାଇଲଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଷୟରେ ଆପତ୍ତିଜନକ ଟ୍ୱିଟ କରିବା ଜଣେ ବରିଷ୍ଠ ପାଇଲଟଙ୍କୁ ମହଙ୍ଗା ପଡ଼ିଛି। ସେ ମୋଦିଙ୍କ ବିଷୟରେ ଖରାପ ଟ୍ୱିଟ କରିଥିବାରୁ ତାଙ୍କୁ ଗୋ ଏୟାର ଚାକିରିରୁ ବହିଷ୍କୃତ କରିଛି। କ୍ୟାପ୍ଟେନ ଜଣଙ୍କ ଜାନୁଆରୀ ୭ରେ  ମୋଦିଙ୍କ ବିଷୟରେ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରି ଟ୍ୱିଟ କରିଥିଲେ। ଏହାକୁ ନେଇ ସୋଶାଲ ମିଡିଆରେ ବେଶ ବିବାଦ ହୋଇଥିଲା। ବିବାଦ ବଢ଼ିବାରୁ ଏୟାରଲାଇନ୍ସର ପଲିସି ଅନୁଯାୟୀ ପାଇଲଟ ଜଣଙ୍କୁ କ୍ଷମା ମାଗିବାକୁ କୁହାଯାଇଥିଲା। ସେ […]

u

Hemant Lenka
  • Published: Saturday, 09 January 2021
  • , Updated: 09 January 2021, 04:00 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଷୟରେ ଆପତ୍ତିଜନକ ଟ୍ୱିଟ କରିବା ଜଣେ ବରିଷ୍ଠ ପାଇଲଟଙ୍କୁ ମହଙ୍ଗା ପଡ଼ିଛି। ସେ ମୋଦିଙ୍କ ବିଷୟରେ ଖରାପ ଟ୍ୱିଟ କରିଥିବାରୁ ତାଙ୍କୁ ଗୋ ଏୟାର ଚାକିରିରୁ ବହିଷ୍କୃତ କରିଛି। କ୍ୟାପ୍ଟେନ ଜଣଙ୍କ ଜାନୁଆରୀ ୭ରେ  ମୋଦିଙ୍କ ବିଷୟରେ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରି ଟ୍ୱିଟ କରିଥିଲେ।

ଏହାକୁ ନେଇ ସୋଶାଲ ମିଡିଆରେ ବେଶ ବିବାଦ ହୋଇଥିଲା। ବିବାଦ ବଢ଼ିବାରୁ ଏୟାରଲାଇନ୍ସର ପଲିସି ଅନୁଯାୟୀ ପାଇଲଟ ଜଣଙ୍କୁ କ୍ଷମା ମାଗିବାକୁ କୁହାଯାଇଥିଲା। ସେ ମଧ୍ୟ ନିଜର ଟ୍ୱିଟ ପାଇଁ କ୍ଷମା ମାଗିଥିଲେ। ତଥାପି ଆଜି ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି।  ଗୋ-ଏୟାର କହିଛି ଯେ କମ୍ପାନୀ ସର୍ବଦା ଜିରୋ ଟଲରାନ୍ସ ନୀତି ଆପଣାଇଛି। କମ୍ପାନୀ ପ୍ରଣୟନ କରିଥିବା ନିୟମକୁ ସମସ୍ତ କର୍ମଚାରୀ ବାଧ୍ୟତାମୂଳକ ଭାବେ ପାଳନ କରିବେ।

ଏଥିସହ କମ୍ପାନୀର ଆଇନ ଓ ନୀତିକୁ ମଧ୍ୟ ସମସ୍ତେ ପାଳନ କରିବାକୁ ବାଧ୍ୟ। କେବଳ କମ୍ପାନୀରେ ନୁହେଁ, ସୋଶାଲ ମିଡିଆରେ ମଧ୍ୟ ନିଜର ଆଚରଣକୁ ସୀମା ମଧ୍ୟରେ ରଖିବାକୁ ସବୁ କର୍ମଚାରୀଙ୍କୁ କୁହାଯାଇଛି। କୌଣସି କର୍ମଚାରୀ କିମ୍ବା ବ୍ୟକ୍ତି ଯାହା ବି ଟ୍ୱିଟ କରୁଛନ୍ତି ବା ସୋଶାଲ ମିଡିଆରେ କହୁଛନ୍ତି, ତା’ ସହିତ ଗୋଏୟାରର କୌଣସି ସମ୍ପର୍କ ନାହିଁ।

ଗୋଏୟାର ଏଥିସହ ଏକମତ ନୁହେଁ। ଗୋଏୟାର କ୍ୟାପ୍ଟେନଙ୍କୁ ବହିଷ୍କାର କରୁଛି। ଏହି ନିଷ୍ପତ୍ତି ତତ୍କାଳ ଭାବେ ଲାଗୁ କରାଯିବ ବୋଲି କମ୍ପାନୀ କହିଛି।

Related story