ତାଲିବାନର ଗଡ଼୍‌ଫାଦର ନିହତ !

ଇସ୍‌ଲାମାବାଦ: ଆତଙ୍କବାଦୀ ସଂଗଠନ ତାଲିବାନର ଗଡଫାଦର ତଥା ପାକିସ୍ତାନର ମୌଲବୀ ମୌଲାନା ସାମି ଉଲ୍‌ ହକ୍‌ ଗୁଳିମାଡ଼ରେ ନିହତ ହୋଇଥିବା ଜଣାପଡ଼ିଛି। ସେ ପାକିସ୍ତାନର ରାୱଲପିଣ୍ଡିସ୍ଥିତ ତାଙ୍କ ଘରେ ଥିବା ବେଳେ କିଛି ବନ୍ଧୁକଧାରୀ ତାଙ୍କୁ ହତ୍ୟା କରିଥିବାର ରିପୋର୍ଟ ମିଳିଛି। ତେବେ ଆଉ କିଛି ରିପୋର୍ଟରେ ତାଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଥିବା କୁହାଯାଇଛି। ତଥାପି ବିଧିବଦ୍ଧ ଭାବେ ଏସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ୮୨ ବର୍ଷୀୟ ହକଙ୍କ ନିର୍ଦ୍ଦେଶକୁ ପାକିସ୍ତାନ ଓ ଆଫ୍‌ଗାନିସ୍ତାନରେ ସକ୍ରିୟ […]

t

Hemant Lenka
  • Published: Friday, 02 November 2018
  • , Updated: 02 November 2018, 09:37 PM IST

ଇସ୍‌ଲାମାବାଦ: ଆତଙ୍କବାଦୀ ସଂଗଠନ ତାଲିବାନର ଗଡଫାଦର ତଥା ପାକିସ୍ତାନର ମୌଲବୀ ମୌଲାନା ସାମି ଉଲ୍‌ ହକ୍‌ ଗୁଳିମାଡ଼ରେ ନିହତ ହୋଇଥିବା ଜଣାପଡ଼ିଛି। ସେ ପାକିସ୍ତାନର ରାୱଲପିଣ୍ଡିସ୍ଥିତ ତାଙ୍କ ଘରେ ଥିବା ବେଳେ କିଛି ବନ୍ଧୁକଧାରୀ ତାଙ୍କୁ ହତ୍ୟା କରିଥିବାର ରିପୋର୍ଟ ମିଳିଛି। ତେବେ ଆଉ କିଛି ରିପୋର୍ଟରେ ତାଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଥିବା କୁହାଯାଇଛି। ତଥାପି ବିଧିବଦ୍ଧ ଭାବେ ଏସମ୍ପର୍କରେ କୌଣସି ସୂଚନା ମିଳିନାହିଁ।

୮୨ ବର୍ଷୀୟ ହକଙ୍କ ନିର୍ଦ୍ଦେଶକୁ ପାକିସ୍ତାନ ଓ ଆଫ୍‌ଗାନିସ୍ତାନରେ ସକ୍ରିୟ ଥିବା ତାଲିବାନୀ ଆତଙ୍କୀମାନେ ଅକ୍ଷରେ ଅକ୍ଷରେ ପାଳନ କରିଥାଆନ୍ତି। ତାଲିବାନର ସେ ଅନ୍ୟତମ ପ୍ରତିଷ୍ଠାତା ହୋଇଥିବାରୁ ତାଙ୍କ କଥାରେ ସଂଗଠନ ସମଗ୍ର ବିଶ୍ୱରେ କାର୍ଯ୍ୟ କରୁଥିଲା।

ପାକିସ୍ତାନରେ କ୍ଷମତାସୀନ ପାକିସ୍ତାନ ତେହରିକ-ଇ-ଇନ୍‌ସାଫ୍‌(ପିଟିଆଇ) ସହ ମଧ୍ୟ ତାଙ୍କର ସମ୍ପର୍କ ରହି ଆସିଛି। ପାକିସ୍ତାନରେ ଜୁଲାଇ ୨୫ରେ ଶେଷ ହୋଇଥିବା ନିର୍ବାଚନରେ ସେ ପିଟିଆଇ ସହ ମିଶି କାର୍ଯ୍ୟ କରିଥିଲେ।

୧୯୯୦ରେ ପାକିସ୍ତାନରୁ ଆଫଗାନିସ୍ତାନ ଆଡ଼କୁ ଲମ୍ବିଥିବା ଏକ ମାତ୍ର ସଡ଼କ ପଥରେ ଥିଲା ମୌଲାନା ହକଙ୍କ ଦାରୁଲ ଉଲୁମ ହକ୍କାନୀ ବିଶ୍ୱବିଦ୍ୟାଳୟ। ୧୯୯୦ରେ ଏହା ତାଲିବାନର ଲଞ୍ଚପ୍ୟାଡ୍‌ ଭାବେ କାର୍ଯ୍ୟ କରୁଥିଲା। ଏବେ ବି ଏହି ବିଶ୍ୱବିଦ୍ୟାଳୟରୁ ଇସ୍‌ଲାମିଷ୍ଟ ଆତଙ୍କବାଦୀମାନେ ଜନ୍ମ ଗ୍ରହଣ କରୁଛନ୍ତି।

ତେବେ ଆଜି ମୌଲାନା ହକ୍‌ ତାଙ୍କ ପୁଅଙ୍କ ସହ ଘରେ ଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି।

Related story