ନୂଆଦିଲ୍ଲୀ: ବିହାରର ପୁଣିଥରେ ଶାସନ କ୍ଷମତା ହାତେଇବା ପାଇଁ ପ୍ରୟାସ କରୁଥିବା ଲାଲୁ ଯାଦବଙ୍କୁ ଆଜି ଲାଗିଛି ସୁପ୍ରିମକୋର୍ଟ ଝଟକ୍। ଚାରା ଘୋଟାଲାରେ ଲାଲୁଙ୍କୁ ନୋଟିସ ଜାରି କରିଛନ୍ତି। ସିବିଆଇର ଏକ ଆବେଦନ ଉପରେ ବିଚାର କରି କୋର୍ଟ ତାଙ୍କୁ ଏହି ନୋଟିସ୍ ଜାରି କରିଛନ୍ତି। ଚାରା ଘୋଟାଲା ମାମଲାରେ ଝାଡଖଣ୍ଡ ହାଇକୋର୍ଟ ଲାଲୁଙ୍କ ଉପରୁ କିଛି କେସ୍ ହଟା ଦେବା ପାଇଁ ଦେଇଥିବା ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଛି ସିବିଆଇ।
ସୂଚନାଯୋଗ୍ୟ, ଗତବର୍ଷ ସେପ୍ଟେମ୍ୱର ୩୦ ତାରିଖରେ ସିବିଆଇର ଏକ କୋର୍ଟ ଲାଲୁଙ୍କୁ ଚାରା ଘୋଟାଲାରେ ଦୋଷୀ ସାବାସ୍ତ କରିଥିଲା।