ଗୁଗଲ୍ ଓ ଫେସବୁକ୍ କାର୍ଯ୍ୟାଳୟକୁ ଯିବେ ମୋଦି

କାଲିଫର୍ଣ୍ଣିଆ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଗୁଗଲ୍ କାର୍ଯ୍ୟାଳୟ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ମୋଦି ସେଠାରେ ଗୁଗଲର କର୍ମଚାରୀଙ୍କ ସହ ସାକ୍ଷାତ କରିବେ। ଏହାସହ ସେ ଗୁଗଲ୍ ଦ୍ୱାରା ନିର୍ମାଣ ହୋଇଥିବା କାର୍ ମଧ୍ୟ ଦେଖିବେ। ଗୁଗଲ୍ ସିଇଓ ସୁନ୍ଦର ପିଚଇ ଭାରତ ସହ ସମ୍ପର୍କ ବଢାଇବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଭାରତୀୟ ବଜାରକୁ ସେ ମହତ୍ୱପୂର୍ଣ୍ଣ ମାନୁଛନ୍ତି । ମୋଦିଙ୍କ ଡିଜିଟାଲ କାର୍ଯ୍ୟକ୍ରମର ଗୁଗଲ୍ ଅଂଶୀଦାର ହେବାକୁ ଉତ୍ସାହିତ ଥିବା ସେ କହିଛନ୍ତି […]

facebook

Rakesh Mallick
  • Published: Sunday, 27 September 2015
  • , Updated: 04 May 2017, 03:44 PM IST

କାଲିଫର୍ଣ୍ଣିଆ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଗୁଗଲ୍ କାର୍ଯ୍ୟାଳୟ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ମୋଦି ସେଠାରେ ଗୁଗଲର କର୍ମଚାରୀଙ୍କ ସହ ସାକ୍ଷାତ କରିବେ। ଏହାସହ ସେ ଗୁଗଲ୍ ଦ୍ୱାରା ନିର୍ମାଣ ହୋଇଥିବା କାର୍ ମଧ୍ୟ ଦେଖିବେ। ଗୁଗଲ୍ ସିଇଓ ସୁନ୍ଦର ପିଚଇ ଭାରତ ସହ ସମ୍ପର୍କ ବଢାଇବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଭାରତୀୟ ବଜାରକୁ ସେ ମହତ୍ୱପୂର୍ଣ୍ଣ ମାନୁଛନ୍ତି । ମୋଦିଙ୍କ ଡିଜିଟାଲ କାର୍ଯ୍ୟକ୍ରମର ଗୁଗଲ୍ ଅଂଶୀଦାର ହେବାକୁ ଉତ୍ସାହିତ ଥିବା ସେ କହିଛନ୍ତି । ସୂଚନାଯୋଗ୍ୟ, ଗୁଗଲ୍ ପ୍ରତିଷ୍ଠା ହେବାର ଆଜିକୁ ୧୭ବର୍ଷ ହୋଇଛି ।

ଏହାସହ ମୋଦି ଆଜି ଫେସବୁକ୍ କାର୍ଯ୍ୟାଳୟ ଯିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।  ସେଠାରେ ସେ ଫେସବୁକ୍ ସିଇଓ ମାର୍କ ଜୁକରବର୍ଗଙ୍କ ସହ ଆଲୋଚନା କରିବେ। ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କାର୍ଯ୍ୟାଳୟ ତରଫରୁ ଡ୍ରେସ୍ କୋର୍ଟ ଲାଗୁ କରାଯାଇଛି।

Related story