୧୬ ବର୍ଷର ପିଲାକୁ ଗୁଗୁଲର କୋଟିଏ ଟଙ୍କା ଅଫର ଫେକ୍‌ : ମା’ କହିଲେ ଗୋଟିଏ ଫୋନ୍‌ କଲ ମୋ ପୁଅକୁ ବରବାଦ କରିଦେଲା

ନୂଆଦିଲ୍ଲୀ: ଚଣ୍ଡିଗଡ଼ର ୧୬ ବର୍ଷର ପିଲା ହର୍ଷିତ ଶର୍ମାଙ୍କୁ ୧୨ ଲକ୍ଷ ଟଙ୍କାର ଜବ୍‌ ଅଫରକୁ ନେଇ ଗୁଗୁଲ ମିଛ କହିବା ପରେ ଘଟଣା ଭିନ୍ନ ମୋଡ଼ ନେଇଛି।  ଏବେ ହର୍ଷିତ ଶର୍ମାଙ୍କ ମା’ ଭାରତୀ ଶର୍ମା ମୁହଁ ଖୋଲିଛନ୍ତି। ହିନ୍ଦୁସ୍ଥାନ୍ ଟାଇମସ୍‌କୁ ଶାକ୍ଷାତକାର ଦେଇ କହିଛନ୍ତି ଯେ, ଗୋଟିଏ  ଫୋନ୍‌ କଲ ମୋ ପୁଅର ଜୀବନକୁ ବରବାଦ କରିଦେଲା। ୩ଦିନ ହେବ ନ ଖାଇ ହର୍ଷିତ ଏବେ ହସ୍ପିଟାଲରେ ଜୀବନ ସହ ସଂଘର୍ଷ କରୁଛି ବୋଲି […]

google

Rakesh Mallick
  • Published: Thursday, 03 August 2017
  • , Updated: 03 August 2017, 03:25 PM IST

ନୂଆଦିଲ୍ଲୀ: ଚଣ୍ଡିଗଡ଼ର ୧୬ ବର୍ଷର ପିଲା ହର୍ଷିତ ଶର୍ମାଙ୍କୁ ୧୨ ଲକ୍ଷ ଟଙ୍କାର ଜବ୍‌ ଅଫରକୁ ନେଇ ଗୁଗୁଲ ମିଛ କହିବା ପରେ ଘଟଣା ଭିନ୍ନ ମୋଡ଼ ନେଇଛି।  ଏବେ ହର୍ଷିତ ଶର୍ମାଙ୍କ ମା’ ଭାରତୀ ଶର୍ମା ମୁହଁ ଖୋଲିଛନ୍ତି। ହିନ୍ଦୁସ୍ଥାନ୍ ଟାଇମସ୍‌କୁ ଶାକ୍ଷାତକାର ଦେଇ କହିଛନ୍ତି ଯେ, ଗୋଟିଏ  ଫୋନ୍‌ କଲ ମୋ ପୁଅର ଜୀବନକୁ ବରବାଦ କରିଦେଲା। ୩ଦିନ ହେବ ନ ଖାଇ ହର୍ଷିତ ଏବେ ହସ୍ପିଟାଲରେ ଜୀବନ ସହ ସଂଘର୍ଷ କରୁଛି ବୋଲି ସେ କହିଛନ୍ତି। ଶିକ୍ଷକତା କରୁଥିବା ଭାରତୀ କହିଛନ୍ତି ଯେ, ତାଙ୍କ ପୁଅ ପାଖକୁ ଏକ ମିଥ୍ୟା କଲ ଆସିଥିଲା।  ଗୁଗ୍‌ଲରେ ଗ୍ରାଫିକ୍ସ ଡିଜାଇନର ପାଇଁ ତାଙ୍କୁ ଅଫର ଆସିଥିଲା। ନିଯୁକ୍ତି ସମ୍ପର୍କରେ କୌଣସି ଚିଠି ଆସି ନଥିଲା।

ତେବେ ଏହି ଫୋନ୍ କଲରେ ଖୁସି ହୋଇ ହର୍ଷିତ ନିଜ ସାଙ୍ଗସାଥୀ ଏବଂ ସ୍କୁଲ ପ୍ରିନ୍ସପାଲକୁ କହିଦେଲେ। କ୍ରମଶଃ ଖବରଟି ସବୁଠି ପ୍ରଚାର ହୋଇଗଲା।  ପ୍ରିନ୍ସପାଲ ଗଣମାଧ୍ୟମକୁ ଡାକି କହିଦେଲେ। ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଲା। ତେବେ ଗଣମାଧ୍ୟମକୁ ସୂଚନା ଦେବା ବେଳେ  ଅଫର ଲେଟରର  ଏକ କପି ଦିଆଯାଇଥିଲା। ସମ୍ପୃକ୍ତ ପ୍ରିନ୍ସପାଲଙ୍କ କହିବା ଅନୁଯାୟୀ ଏହି ଲେଟର ତାଙ୍କୁ ହର୍ଷିତ ଦେଇଥିଲେ।

ହେଲେ ଏହାକୁ ହର୍ଷିତଙ୍କ ମା’ ଖଣ୍ଡନ କରିଛନ୍ତି।  କହିଛନ୍ତି ତାଙ୍କ ପୁଅ କୌଣସି ଲେଟର ପ୍ରନ୍ସପାଲଙ୍କୁ ଦେଇ ନାହାନ୍ତି। କାରଣ ତାଙ୍କ ପାଖକୁ କୌଣସି ଲେଟର ଆସି ନ ଥିଲା। ତେବେ ପ୍ରିନ୍ସପାଲ  ଏହି ଚିଠି କେଉଁଠାରୁ ଆଣିଲେ ବୋଲି ସେ ପ୍ରଶ୍ନ କରିଛନ୍ତି।  ସେହିପରି ସ୍ଥାନୀୟ ପ୍ରଶାସନ ମଧ୍ୟ ଏ ସମ୍ପର୍କରେ ଏକ ପ୍ରେସ ରିଲିଜ୍‌ ଜାରି କରିଥିଲା। ଯେଉଁଥିରେ ମାସକୁ ୧୨ ଲକ୍ଷ ଟଙ୍କା ଦରମାରେ ଚାକିରି ଅଫର ଉଲ୍ଲେଖ ରହିଛି। ଏହି ହିସାବରେ ବାର୍ଷିକ ୧.୪ କୋଟି ହେଉଛି।

ଏହି ଖବର ଜାତୀୟସ୍ତରରରେ ପ୍ରକାଶ ପାଇବା ପରେ ଏନେଇ ଗୁଗ୍‌ଲ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଥିଲା। କୁହାଯାଇଥିଲା ଗୁଗୁଲ ପକ୍ଷରୁ ସେଭଳି କୌଣସି ଅଫର କାହାକୁ ଦିଆଯାଇ ନାହିଁ। ଏହି ଖବର ମିଛ ବୋଲି ଗୁଗୁଲ ପକ୍ଷରୁ କୁହାଯିବା ପରେ ହର୍ଷିତ ଏବେ ମାନିସିକ ଭାରସାମ୍ୟ ହରାଇ ବସିଛନ୍ତି। ମଙ୍ଗଳବାରଠାରୁ ୩ ଦିନ ହେବ ସେ କିଛି ଖାଇନାହାନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସ୍ଥିତି ସଙ୍କଟାପନ୍ନ ରହିଛି।  ଡାକ୍ତରଙ୍କ କହିବା ଅନୁଯାୟୀ ହର୍ଷିତଙ୍କୁ ମାନସିକସ୍ଥରରେ ଶକ୍ତ ଆଘାତ ଲାଗିଛି । ତାଙ୍କର ଏବେ ଚିକିତ୍ସା ଜାରି ରହିଥିବା ତାଙ୍କ ମା କହିଛନ୍ତି।

Related story