ଗୁଗଲର ନୂଆବର୍ଷ ଉପହାର: ଗଳି-କନ୍ଦିରେ ମିଳିବ ଫ୍ରି ୱାଇଫାଇ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): କିଛିଦିନ ହେବ ଗୁଗଲ ଦେଶର ୨୦୦ରୁ ଅଧିକ ରେଲୱେ ଷ୍ଟେସନରେ ଫ୍ରି ୱାଇଫାଇ ସେବା ଆରମ୍ଭ କରିଦେଇଛି। ଏବେ ଏହା ରେଲୱେ ଷ୍ଟେସନ ବ୍ୟତୀତ ବଜାର ଓ ପବ୍ଲିକ୍ ପ୍ଲେସ୍‌ରେ ଫ୍ରି  ୱାଇଫାଇ ଦେବାକୁ ଯୋଜନା କରୁଛି। ଗତ ମଙ୍ଗଳ ବାର ଦିନ ନୂଆଦିଲ୍ଲୀରେ ଗୁଗଲ୍ ଆୟୋଜନ କରିଥିବା ଏକ ଇଭେଣ୍ଟରେ ଏହି ନୂଆ ଯୋଜନା ବିଷୟରେ ଘୋଷଣା କରାଯାଇଥିଲା। ଇଭେଣ୍ଟରେ ଗୁଗଲ୍‌ର ‘ନେକ୍ସଟ୍ ବିଲିୟନ ୟୁଜର ଅଭିଯାନ’ର ମୁଖ୍ୟ ଓ ପ୍ରଡକ୍ଟ ମ୍ୟାନଜମେଣ୍ଟର- […]

FREE-WIFI

Rakesh Mallick
  • Published: Wednesday, 06 December 2017
  • , Updated: 06 December 2017, 04:54 PM IST

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): କିଛିଦିନ ହେବ ଗୁଗଲ ଦେଶର ୨୦୦ରୁ ଅଧିକ ରେଲୱେ ଷ୍ଟେସନରେ ଫ୍ରି ୱାଇଫାଇ ସେବା ଆରମ୍ଭ କରିଦେଇଛି। ଏବେ ଏହା ରେଲୱେ ଷ୍ଟେସନ ବ୍ୟତୀତ ବଜାର ଓ ପବ୍ଲିକ୍ ପ୍ଲେସ୍‌ରେ ଫ୍ରି  ୱାଇଫାଇ ଦେବାକୁ ଯୋଜନା କରୁଛି।

ଗତ ମଙ୍ଗଳ ବାର ଦିନ ନୂଆଦିଲ୍ଲୀରେ ଗୁଗଲ୍ ଆୟୋଜନ କରିଥିବା ଏକ ଇଭେଣ୍ଟରେ ଏହି ନୂଆ ଯୋଜନା ବିଷୟରେ ଘୋଷଣା କରାଯାଇଥିଲା। ଇଭେଣ୍ଟରେ ଗୁଗଲ୍‌ର ‘ନେକ୍ସଟ୍ ବିଲିୟନ ୟୁଜର ଅଭିଯାନ’ର ମୁଖ୍ୟ ଓ ପ୍ରଡକ୍ଟ ମ୍ୟାନଜମେଣ୍ଟର- ଭାଇସ୍ ପ୍ରେସିଡେଣ୍ଟ ‘ସିଜର ସେନ୍ ଗୁପ୍ତା’ କହିଥିଲେ ଯେ, ଗୁଗଲ୍ ଷ୍ଟେସନ ପ୍ରୋଗ୍ରାମ ଜରିଆରେ ବର୍ତ୍ତମାନ ୭.୫ ମିଲିୟନ ଅର୍ଥାତ୍ ୭୫ ଲକ୍ଷ ବ୍ୟବହାରକାରୀ ଫ୍ରିରେ ହାଇସ୍ପିଡ୍ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି। ଏହି ପ୍ରୋଗ୍ରାମ ଜରିଆରେ ଦେଶର ୨୨୭ଟି ରେଲୱେ ଷ୍ଟେସନରେ ଫ୍ରି ୱାଇଫାଇ ସେବା ଦିଆଯାଉଛି। ସେହିପରି ବର୍ଷର ଶେଷ ସୁଧା ଏହା ୪୦୦କୁ ପହଞ୍ଚିଯିବ। ଗୁଗୁଲ୍ ରେଲୱେ ଷ୍ଟେସନରେ ଫ୍ରି ୱାଇଫାଇ ସେବା ଦେବା ପାଇଁ ସରକାରୀ ଏଣ୍ଟରପ୍ରାଇଜ୍ RailTel କର୍ପୋରେସନ ସହ ହାତ ମିଶାଇଛି।

Related story