ଲୋକଙ୍କୁ ସଂକ୍ରମିତ କରିବା ପାଇଁ ନୂଆ କରୋନା ଭାଇରସ ତିଆରି ହେଉଛି!

ୱାଶିଂଟନ: ମହାମାରୀ କରୋନା ଭାଇରସ ଯୋଗୁ କଲବଲ ହେଉଥିବା ଆମେରିକା ପକ୍ଷରୁ ଏକାଧିକ ଭ୍ୟାକସିନର ଟ୍ରାଏଲ କରାଯାଉଛି। ଏହା କେବେ ମାର୍କେଟକୁ ଆସିବ, ତା’ ଉପରେ ସମସ୍ତଙ୍କ ନଜର ରହିଛି। କିନ୍ତୁ ଏସବୁ ଭିତରେ ଆମେରିକା କରୋନା ଭାଇରସର ନୂଆ ଷ୍ଟ୍ରେନ ତିଆରି କରୁଛି। ଏହା ଦ୍ୱାରା ଜାଣିଶୁଣି କରୋନା ଟିକା ପରୀକ୍ଷଣରେ ସାମିଲ ହେଉଥିବା ସ୍ୱାସ୍ଥ୍ୟ ସ୍ୱେଚ୍ଛାସେବୀଙ୍କୁ ସଂକ୍ରମିତ କରାଯାଇ ପାରିବ। ରୟଟର୍ସରେ ପ୍ରକାଶିତ ଖବର ଅନୁଯାୟୀ, ଆମେରିକା ସରକାରଙ୍କ ସ୍ୱାସ୍ଥ୍ୟ ଏଜେନ୍ସି ହ୍ୟୁମାନ ଚ୍ୟାଲେଞ୍ଜ […]

u

Hemant Lenka
  • Published: Saturday, 15 August 2020
  • , Updated: 15 August 2020, 05:04 PM IST

ୱାଶିଂଟନ: ମହାମାରୀ କରୋନା ଭାଇରସ ଯୋଗୁ କଲବଲ ହେଉଥିବା ଆମେରିକା ପକ୍ଷରୁ ଏକାଧିକ ଭ୍ୟାକସିନର ଟ୍ରାଏଲ କରାଯାଉଛି। ଏହା କେବେ ମାର୍କେଟକୁ ଆସିବ, ତା’ ଉପରେ ସମସ୍ତଙ୍କ ନଜର ରହିଛି। କିନ୍ତୁ ଏସବୁ ଭିତରେ ଆମେରିକା କରୋନା ଭାଇରସର ନୂଆ ଷ୍ଟ୍ରେନ ତିଆରି କରୁଛି। ଏହା ଦ୍ୱାରା ଜାଣିଶୁଣି କରୋନା ଟିକା ପରୀକ୍ଷଣରେ ସାମିଲ ହେଉଥିବା ସ୍ୱାସ୍ଥ୍ୟ ସ୍ୱେଚ୍ଛାସେବୀଙ୍କୁ ସଂକ୍ରମିତ କରାଯାଇ ପାରିବ।

ରୟଟର୍ସରେ ପ୍ରକାଶିତ ଖବର ଅନୁଯାୟୀ, ଆମେରିକା ସରକାରଙ୍କ ସ୍ୱାସ୍ଥ୍ୟ ଏଜେନ୍ସି ହ୍ୟୁମାନ ଚ୍ୟାଲେଞ୍ଜ ଟ୍ରାଏଲ ପାଇଁ କାମ ଆରମ୍ଭ କରି ସାରିଛି। ସାଧାରଣତଃ ଟିକାର ଟ୍ରାଏଲ ବେଳେ ସ୍ୱେଚ୍ଛାସେବୀଙ୍କୁ ଏହାର ଡୋଜ ଦିଆଯାଇ ଥାଏ। ଏହାପରେ ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ଆପେଆପେ ସଂକ୍ରମିତ ହେବାକୁ ଛଡ଼ା ଯାଏ ଓ ବିଶେଷଜ୍ଞମାନେ ଏଥିପାଇଁ ଅପେକ୍ଷା ମଧ୍ୟ କରନ୍ତି।

ଯେଉଁମାନେ ଭାଇରସ ସଂସ୍ପର୍ଶରେ ଆସନ୍ତି, ସେମାନଙ୍କ ଶରୀରରେ ଏହାର ପ୍ରଭାବ କ’ଣ ରହୁଛି ତା’ର ବିଶ୍ଲେଷଣ କରାଯାଏ। ଯଦି ଟିକା ନେଇଥିବା କୌଣସି ବ୍ୟକ୍ତି ଭାଇରସ ସଂସ୍ପର୍ଶରେ ଆସି ବି ଆକ୍ରାନ୍ତ ହୁଅନ୍ତି ନାହିଁ, ତା’ହେଲେ ଟିକା ସଫଳ ହୋଇଛି ବୋଲି କୁହାଯାଏ।

ଟିକା ପରୀକ୍ଷଣରେ ସାମିଲ ଥିବା ସ୍ୱେଚ୍ଛାସେବୀମାନେ ଭାଇରସ ସଂସ୍ପର୍ଶରେ ଆସିବାରେ ବିଳମ୍ବ ହେଉଛି। ଏହି କାରଣରୁ ଟିକାର ପରୀକ୍ଷଣ ପାଇଁ ବହୁତ ସମୟ ଅପେକ୍ଷା ମଧ୍ୟ କରିବାକୁ ପଡ଼ୁଛି। ତେଣୁ ଆମେରିକା କରୋନା ଷ୍ଟ୍ରେନରୁ ପ୍ରସ୍ତୁତ କରୁଥିବା ନୂଆ କରୋନା ଭାଇରସ ଦ୍ୱାରା ସ୍ୱେଚ୍ଛାସେବୀଙ୍କୁ ସଂକ୍ରମିତ କରାଇବାକୁ ଯୋଜନା ଉପରେ କାମ କରିବା ଆରମ୍ଭ କରିଦେଇଛି।

ଏହାକୁ ହ୍ୟୁମାନ ଚ୍ୟାଲେଞ୍ଜ ଟ୍ରାଏଲ କୁହାଯାଏ। ତେବେ ଏହି ହ୍ୟୁମାନ ଚ୍ୟାଲେଞ୍ଜ ଟ୍ରାଏଲରେ ସାମିଲ ହେଉଥିବା ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଥିବାରୁ ଏହାକୁ ନେଇ ବିବାଦ ଦେଖା ଦେଇଛି।

Related story