ମଧ୍ୟପ୍ରଦେଶ ମହାନାଟକ: ୬ ବିଦ୍ରୋହୀ ମନ୍ତ୍ରୀ ବରଖାସ୍ତ, ଆସ୍ଥା ଭୋଟ ଦାବି କଲା ବିଜେପି

ଭୋପାଲ: ମଧ୍ୟପ୍ରଦେଶରେ ସୃଷ୍ଟି ହୋଇଥିବା ମହାନାଟକ ଏବେ ନୂଆ ମୋଡ଼ ନେଇଛି। ରାଜ୍ୟପାଳ ଲାଲଜୀ ଟଣ୍ଡନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ସୁପାରିସ କ୍ରମେ ୬ ଜଣ ବିଦ୍ରୋହୀ ମନ୍ତ୍ରୀଙ୍କୁ ବରଖାସ୍ତ କରିଛନ୍ତି। ଏହି ୬ ମନ୍ତ୍ରୀ ଅନ୍ୟ ୧୩ ବିଧାୟକଙ୍କ ସହ ବେଙ୍ଗାଲୁରୁରେ ରହିଛନ୍ତି। ଏହି ବିଦ୍ରୋହୀ ବିଧାୟକମାନେ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଘନିଷ୍ଠ ସହଯୋଗୀ। ବେଙ୍ଗାଲୁରୁରେ ଥିବା ସମସ୍ତ ୧୯ ବିଧାୟକ ସେମାନଙ୍କ ଇସ୍ତଫାପତ୍ର ରାଜ୍ୟପାଳଙ୍କ ପାଖକୁ ପଠାଇଥିଲେ। ହେଲେ ରାଜ୍ୟପାଳ ସେମାନଙ୍କୁ […]

dwf

Hemant Lenka
  • Published: Friday, 13 March 2020
  • , Updated: 13 March 2020, 09:28 PM IST

ଭୋପାଲ: ମଧ୍ୟପ୍ରଦେଶରେ ସୃଷ୍ଟି ହୋଇଥିବା ମହାନାଟକ ଏବେ ନୂଆ ମୋଡ଼ ନେଇଛି। ରାଜ୍ୟପାଳ ଲାଲଜୀ ଟଣ୍ଡନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ସୁପାରିସ କ୍ରମେ ୬ ଜଣ ବିଦ୍ରୋହୀ ମନ୍ତ୍ରୀଙ୍କୁ ବରଖାସ୍ତ କରିଛନ୍ତି। ଏହି ୬ ମନ୍ତ୍ରୀ ଅନ୍ୟ ୧୩ ବିଧାୟକଙ୍କ ସହ ବେଙ୍ଗାଲୁରୁରେ ରହିଛନ୍ତି। ଏହି ବିଦ୍ରୋହୀ ବିଧାୟକମାନେ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଘନିଷ୍ଠ ସହଯୋଗୀ।

ବେଙ୍ଗାଲୁରୁରେ ଥିବା ସମସ୍ତ ୧୯ ବିଧାୟକ ସେମାନଙ୍କ ଇସ୍ତଫାପତ୍ର ରାଜ୍ୟପାଳଙ୍କ ପାଖକୁ ପଠାଇଥିଲେ। ହେଲେ ରାଜ୍ୟପାଳ ସେମାନଙ୍କୁ ବ୍ୟକ୍ତିଗତ ଭାବେ ହାଜର ହୋଇ ପଦ ଛାଡ଼ିବାର କାରଣ କହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୬ ମନ୍ତ୍ରୀ ବରଖାସ୍ତ ହେବା ପରେ ସେମାନଙ୍କ ପାଖରେ ଥିବା ବିଭାଗ ଗୁଡ଼ିକ ଅନ୍ୟମାନଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଛି।

ଅନ୍ୟପକ୍ଷରେ ବିଜେପି ନେତା ଶିବରାଜ ସିଂହ ଚୌହାନ ଓ ସିନ୍ଧିଆ ଆଜି ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି। ସେମାନେ ରାଜ୍ୟପାଳଙ୍କୁ କମଲନାଥ ସରକାର ସଂଖ୍ୟା ଗରିଷ୍ଠତା ହରାଇଛନ୍ତି ଓ ତୁରନ୍ତ ଆସ୍ଥା ଭୋଟ କରିବାକୁ ନିବେଦନ କରିଛନ୍ତି। ସେହିପରି ରାଜ୍ୟପାଳଙ୍କ ନିର୍ଦ୍ଦେଶ ପରେ ବେଙ୍ଗାଲୁରୁରେ ଥିବା ବିଧାୟକମାନେ ମଧ୍ୟପ୍ରଦେଶ ଫେରିବେ ବୋଲି କହିଛନ୍ତି। ହେଲେ ସେମାନଙ୍କୁ ଉପଯୁକ୍ତ ସୁରକ୍ଷା ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି।

ସୋମବାର ଦିନ ସିନ୍ଧିଆ କଂଗ୍ରେସ ଛାଡ଼ିଥିଲେ। ଏହାପରେ ତାଙ୍କର ଘନିଷ୍ଠ ସହଯୋଗୀ କୁହାଯାଉଥିବା ୨୨ ବିଧାୟକ ମଧ୍ୟ କଂଗ୍ରେସ ଛାଡ଼ିବା ସମ୍ପର୍କରେ ଘୋଷଣା କରିଥିଲେ। ଏହି ଇସ୍ତଫା ପରେ ୧୫ ମାସ ହେଲା ମଧ୍ୟପ୍ରଦେଶରେ ସରକାର ଗଠନ କରିଥିବା କଂଗ୍ରେସର ଆସନ ଟଳମଳ ହେବା ଆରମ୍ଭ ହୋଇଛି।

Related story