‘ବହୁମତ ସାବ୍ୟସ୍ତ ପାଇଁ ଖୁବଶୀଘ୍ର ମମତାଙ୍କୁ ଡାକିପାରନ୍ତି ରାଜ୍ୟପାଳ’

କୋଲକାତା: ଆସନ୍ତାବର୍ଷ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ରହିଛି। ଏହି ସମୟରେ ଶାସକ ଦଳ ଟିଏମସି ଏବଂ ବିଜେପି ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ପଶ୍ଚିମବଙ୍ଗର ବିଜେପି ସାଂସଦ ସୌମିତ୍ର ଖାନ୍ ଏବେ କହିଛନ୍ତି ଯେ ରାଜ୍ୟପାଳ ଜଗଜୀପ ଧନଖାର ଖୁବଶୀଘ୍ର ବିଧାନସଭାରେ ବହୁମତ ସାବ୍ୟସ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କୁ ଡାକିପାରନ୍ତି। ଗୋଟିଏ ପଟେ ଟିଏମସିରେ ନିର୍ବାଚିତ ପ୍ରତିନିଧି ବିଜେପି ମୁହାଁ ହେଉଥିବା ଆକଳନ କରାଯାଉଥିବା ବେଳେ ବିଜେପି ସାଂସଦଙ୍କ ଏଭଳି ମନ୍ତବ୍ୟ ରାଜ୍ୟ ରାଜନୀତିକୁ […]

mamata-soumitra

Subhransu Sekhar
  • Published: Sunday, 29 November 2020
  • , Updated: 29 November 2020, 03:27 PM IST

କୋଲକାତା: ଆସନ୍ତାବର୍ଷ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ରହିଛି। ଏହି ସମୟରେ ଶାସକ ଦଳ ଟିଏମସି ଏବଂ ବିଜେପି ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ପଶ୍ଚିମବଙ୍ଗର ବିଜେପି ସାଂସଦ ସୌମିତ୍ର ଖାନ୍ ଏବେ କହିଛନ୍ତି ଯେ ରାଜ୍ୟପାଳ ଜଗଜୀପ ଧନଖାର ଖୁବଶୀଘ୍ର ବିଧାନସଭାରେ ବହୁମତ ସାବ୍ୟସ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କୁ ଡାକିପାରନ୍ତି। ଗୋଟିଏ ପଟେ ଟିଏମସିରେ ନିର୍ବାଚିତ ପ୍ରତିନିଧି ବିଜେପି ମୁହାଁ ହେଉଥିବା ଆକଳନ କରାଯାଉଥିବା ବେଳେ ବିଜେପି ସାଂସଦଙ୍କ ଏଭଳି ମନ୍ତବ୍ୟ ରାଜ୍ୟ ରାଜନୀତିକୁ ସରଗରମ କରିଛି।

ସେ କହିଛନ୍ତି ନିକଟରେ ଶୁଭେନ୍ଦୁ ଅଧିକାରୀ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଆଗକୁ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀ, ସୌରଭ ଚକ୍ରବର୍ତ୍ତୀ, ଗୌତମ ଦେବ, ଟିଏମସି ବିଧାୟକ ସୌରଭ ଚକ୍ରବର୍ତ୍ତୀ କୌଣସି ମୁହୂର୍ତ୍ତରେ ଇସ୍ତଫା ଦେଇପାରନ୍ତି।

ଏହାପୂର୍ବରୁ ବିଜେପି ସାଂସଦ ତଥା ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲ୍ଲୀପ ଘୋଷ ମଧ୍ୟ ସମାନ କଥା କହିଥିଲେ। ଖୁବଶୀଘ୍ର ଟିଏମସି ଭାଙ୍ଗିଯିବ ବୋଲି କହିଥିଲେ। ସେହିପରି ପଶ୍ଚିମବଙ୍ଗର ବିଜେପି ପ୍ରଭାରୀ ତଥା ମହାସଚିବ କୌଳାଶ ବିଜୟଭର୍ଗିଆ କହିଥିଲେ ଯେ ଟିଏମସିର ୬ରୁ୭ ମନ୍ତ୍ରୀ ଖୁବଶୀଘ୍ର ଇସ୍ତଫା ଦେବେ।

ସୂଚନାଯୋଗ୍ୟ, ନିକଟରେ ଟିଏମସିରୁ ଇସ୍ତଫା ଦେବା ପରେ ବିଜେପିରେ ସାମିଲ୍ ହୋଇଛନ୍ତି ମିହିର ଗୋସ୍ୱାମୀ। ଶୁକ୍ରବାର ମିହିର ଦିଲ୍ଲୀରେ ବିଜେପି ମହାସଚିବ କୌଳାଶ ବିଜୟବର୍ଗୀୟଙ୍କ ଉପସ୍ଥିତିରେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି।

Related story