ବାୟୁସେନା ପାଇଁ ବିମାନ ତିଆରି କରିବ HAL

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନା ପାଇଁ ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ଼ ବାହାଲ୍‍ଠାରୁ ୮୩ଟି ହାଲୁକା ଲଢୁଆ ବିମାନ କିଣିବା ପ୍ରସ୍ତାବକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିଛି । ସେଥିମଧ୍ୟରୁ ୭୩ଟି ତେଜସ୍‍ ଏମ୍‍କେ-୧ଏ ଲଢୁଆ ବିମାନ ଶ୍ରେଣୀର ହୋଇଥିବା ବେଳେ ୧୦ଟି ଏମ୍‍-କେବିମାନ ତାଲିମ ପାଇଁଉଦ୍ଦିଷ୍ଟ । ଏହି ୮୩ଟିଯାକ ବିମାନ ୪୫,୬୯୬ କୋଟି ଟଙ୍କାରେ କିଣାଯିବ । ଏହି ବ୍ୟୟରେ ନକ୍ସା ଏବଂ ଭିତ୍ତିଭୂମି ବିକାଶ […]

HAL

Subhransu Sekhar
  • Published: Wednesday, 13 January 2021
  • , Updated: 14 January 2021, 12:06 AM IST

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନା ପାଇଁ ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ଼ ବାହାଲ୍‍ଠାରୁ ୮୩ଟି ହାଲୁକା ଲଢୁଆ ବିମାନ କିଣିବା ପ୍ରସ୍ତାବକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିଛି । ସେଥିମଧ୍ୟରୁ ୭୩ଟି ତେଜସ୍‍ ଏମ୍‍କେ-୧ଏ ଲଢୁଆ ବିମାନ ଶ୍ରେଣୀର ହୋଇଥିବା ବେଳେ ୧୦ଟି ଏମ୍‍-କେବିମାନ ତାଲିମ ପାଇଁଉଦ୍ଦିଷ୍ଟ । ଏହି ୮୩ଟିଯାକ ବିମାନ ୪୫,୬୯୬ କୋଟି ଟଙ୍କାରେ କିଣାଯିବ । ଏହି ବ୍ୟୟରେ ନକ୍ସା ଏବଂ ଭିତ୍ତିଭୂମି ବିକାଶ ବାବଦରେ ୧୨୦୨ କୋଟି ଟଙ୍କା ଅନ୍ତର୍ଭୁକ୍ତ।

ରାଜନାଥ ସିଂହ ଟ୍ୱିଟ୍ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ମନ୍ତ୍ରୀ କ୍ୟାବିନେଟ କମିଟି (ସିସିଏସ୍)ର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ଚୁକ୍ତି ଭାରତୀୟ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ପାଇଁ ଏକ ଗେମ୍ ଚେଞ୍ଜର ହେବ।

https://twitter.com/rajnathsingh/status/1349317675671949314?s=20

ଏହି ତେଜସ୍‍ ଶ୍ରେଣୀର ବିମାନର ନିର୍ମାଣ କୌଶଳ ସ୍ୱଦେଶୀ ବିଦ୍ୟାରେ ପ୍ରସ୍ତୁତ ହୋଇଛି । ଏହା ଏକ ଅତ୍ୟାଧୁନିକ ଚତୁର୍ଥ ପିଢିର ଯୁଦ୍ଧ ବିମାନ । ଏଥିରେ ଆଏସା ରେଡାର ରହିଛି ଯାହା ଦୃଶ୍ୟ ପରିସର ବାହାରେ ଥିବା ସାମଗ୍ରୀ, କ୍ଷେପଣାସ୍ତ୍ର ଓ ଶତ୍ରୁର ଘାଟିକୁ ଠାବ କରିବାକୁ ସକ୍ଷମ । ଏହା ମଧ୍ୟ ଇଲେକ୍‍ଟ୍ରୋନିକ ୱାରଫେୟାର ପାଇଁ ସମର୍ଥ । ଉଡାଣବେଳେ ମଧ୍ୟ ଏଥିରେ ଆକାଶ ପଥରେ ଇନ୍ଧନ ଭରିବାର ସୁବିଧା ରହିଛି । ଭାରତୀୟ ବାୟୁସେନାର ବ୍ୟବହାର ପାଇଁ ଏହା ବିଶେଷ ଉପଯୋଗୀ ହେବ ବୋଲି କୁହାଯାଉଛି । ଏହା ଭାରତୀୟ ଜ୍ଞାନକୌଶଳ ଓ ନକ୍ସାରେ ନିର୍ମିତ, ବିକଶିତ ଏବଂ ଉତ୍ପାଦିତ । ଏହା ପ୍ରଥମ ସ୍ୱଦେଶୀ ହାଲୁକା ଲଢୁଆ ବିମାନ ଯାହା ଭାରତ ପ୍ରଥମ ଥର ପାଇଁ କିଣିବାକୁ ଯାଉଛି । ଏଥିରେ ୫୦ ଶତାଂଶ ଭାରତୀୟ ସାମଗ୍ରୀ ଓ ଉପକରଣ ଲାଗିଛି । ସମୟକ୍ରମେଏହାକୁ ୬୦ ଶତାଂଶରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି ।

ଆଜିର ବୈଠକରେ ବାୟୁସେନାର ଭିତ୍ତିଭୂମି ବିକାଶକାର୍ଯ୍ୟକୁ ଅନୁମୋଦନ ମିଳିଛି । ଘାଟିର ମୌଳିକସୁବିଧା ସୁଯୋଗ ବୃଦ୍ଧି ଦ୍ୱାରା ସାମରିକ କାର୍ଯ୍ୟାନୁଷ୍ଠାନ ସମୟରେ ଅଧିକ ସୁବିଧା ମିଳିବଏବଂ ଯୁଦ୍ଧ ବିମାନଗୁଡିକ ଅଧିକ ଦକ୍ଷତାର ସହ କାର୍ଯ୍ୟ କରିବାକୁ ସକ୍ଷମହେବ । ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ ଅଧୀନରେ ଭାରତ ନିଜସ୍ୱ କାରିଗରୀ ଜ୍ଞାନକୌଶଳରେ ଅସ୍ତ୍ରଶସ୍ତ୍ର ଓ ସାମରିକ ଉପକରଣମାନ ଉତ୍ପାଦନ କରିବାକୁ ଗୁରୁତ୍ୱ ଦେଉଛି । ସେଥିପାଇଁ ନୂଆ ଟେକ୍‍ନୋଲଜି ଓ ନିର୍ମାଣ କୌଶଳ ଉପଯୋଗ କରାଯାଉଛି। ଏହି କାର୍ଯ୍ୟକ୍ରମରେ ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ଼ ଅଗ୍ରଣୀ ସଂସ୍ଥାଭାବେ କାର୍ଯ୍ୟ କରୁଛି । ଏହାଛଡା ପ୍ରାୟ ୫୦୦ ଭାରତୀୟ କଂପାନୀ ଓ କ୍ଷୁଦ୍ରଶିଳ୍ପ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ହିନ୍ଦୁସ୍ଥାନ ଏରୋନେଟିକ୍ସ ସହକାର୍ଯ୍ୟ କରୁଛନ୍ତି । ପ୍ରତିରକ୍ଷା ସାମଗ୍ରୀ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ହାସଲ କରିବାରେଏହା ସହାୟକ ହେବ ବୋଲି କୁହାଯାଉଛି ।

Related story