ଆକାଶ ମାର୍ଗରେ ଶତ୍ରୁକୁ ଚକମା ଦେବ ଭାରତ, ଇସ୍ରାଏଲ ପାଖରୁ କିଣିବ ‘ଆକାଶ ଆଖି’

ନୂଆଦିଲ୍ଲୀ: ଭାରତ ପାଇଁ ପଡ଼ୋଶୀ ଚୀନ ଏବଂ ପାକିସ୍ତାନ ଚିନ୍ତାର କାରଣ ପାଲଟିଛି। ପ୍ରତିରକ୍ଷା ଏବଂ ଅର୍ଥନୀତିରେ ଶକ୍ତିଶାଳୀ ଥିବା ଚୀନ୍ ଉପରେ ନଜର ରଖିବା ପାଇଁ ଭାରତ ଏବେ ନୂଆ ରଣନୀତି ଆପଣାଇଛି। ଏଥିପାଇଁ ଇସ୍ରାଏଲର ସହଯୋଗ ନେଇଛି ଭାରତ। ଆଗାମୀ ସପ୍ତାହରେ ଭାରତ ଇସ୍ରାଏଲ ସହିତ ଏକ ପ୍ରତିରକ୍ଷା ଚୁକ୍ତି କରିବାକୁ ଯାଉଛି। ଏହି ଚୁକ୍ତି ଅନୁଯାୟୀ ଭାରତ ଇସ୍ରାଏଲରୁ ଦୁଇଟି ‘ଆକାଶ ଆଖି’ କିଣିବ ବୋଲି ଜଣାପଡ଼ିଛି। ଯାହାଦ୍ୱାରା ପଡୋଶୀ ଦେଶ ଚୀନ୍ […]

israel

Subhransu Sekhar
  • Published: Thursday, 27 August 2020
  • , Updated: 27 August 2020, 10:20 PM IST

ନୂଆଦିଲ୍ଲୀ: ଭାରତ ପାଇଁ ପଡ଼ୋଶୀ ଚୀନ ଏବଂ ପାକିସ୍ତାନ ଚିନ୍ତାର କାରଣ ପାଲଟିଛି। ପ୍ରତିରକ୍ଷା ଏବଂ ଅର୍ଥନୀତିରେ ଶକ୍ତିଶାଳୀ ଥିବା ଚୀନ୍ ଉପରେ ନଜର ରଖିବା ପାଇଁ ଭାରତ ଏବେ ନୂଆ ରଣନୀତି ଆପଣାଇଛି। ଏଥିପାଇଁ ଇସ୍ରାଏଲର ସହଯୋଗ ନେଇଛି ଭାରତ। ଆଗାମୀ ସପ୍ତାହରେ ଭାରତ ଇସ୍ରାଏଲ ସହିତ ଏକ ପ୍ରତିରକ୍ଷା ଚୁକ୍ତି କରିବାକୁ ଯାଉଛି। ଏହି ଚୁକ୍ତି ଅନୁଯାୟୀ ଭାରତ ଇସ୍ରାଏଲରୁ ଦୁଇଟି 'ଆକାଶ ଆଖି' କିଣିବ ବୋଲି ଜଣାପଡ଼ିଛି। ଯାହାଦ୍ୱାରା ପଡୋଶୀ ଦେଶ ଚୀନ୍ ଏବଂ ପାକିସ୍ତାନ ଉପରେ ଆକାଶମାର୍ଗରୁ କଡ଼ା ନଜର ରଖିହେବ। ଇସ୍ରାଏଲର ଏହି ଦୁଇ ଆକାଶ ଆଖିକୁ AWACS (airborne warning and control systems) କୁହାଯାଏ।

ପ୍ରତିରକ୍ଷା ମନ୍ତ୍ରାଳୟ ବିଭାଗର ନିର୍ଭରଯୋଗ୍ୟ ସୂତ୍ର ଅନୁଯାୟୀ ଏହି ଚୁକ୍ତି ନେଇ ଭାରତ ଏବଂ ଇସ୍ରାଏଲ୍ ମଧ୍ୟରେ ଆଲୋଚନା ହୋଇଛି। ଭାରତ ଏହି ଦୁଇ ଆକାଶ ଆଖି ପାଇଁ ଦୁଇ ବିଲିୟନ ଡଲାର ଦେବ ବୋଲି କହିଥିବା ସୂଚନା କହିଛି। ଇସ୍ରାଏଲ ମଧ୍ୟ ଏହି ଚୁକ୍ତିକୁ ନେଇ ସକାରାତ୍ମକ ରହିଥିବା ସୂଚନା ରହିଛି। ଏହି ଚୁକ୍ତି ପୂର୍ବରୁ ସରକାର ଏହାକୁ କ୍ୟାବିନେଟରେ ଅନୁମୋଦନ କରିବେ, ଯାହା ଖୁବ ଶୀଘ୍ର ହେବ ବୋଲି ଜଣାପଡ଼ିଛି।

ଇସ୍ରାଏଲର ଏହି ଦୁଇ ଆକାଶ ଆଖିକୁ ଭାରତ ଋଷିଆର ଇଲ୍ୟୁସିନ୍ -୭୬ ଲିଫ୍ଟ ଏୟାରକ୍ରାଫ୍ଟ ଉପରେ ଲଗାଇବ ବୋଲି ଯୋଜନା କରିଛି। ଏହି AWACS ଦୀର୍ଘ ଦୂରତାରେ ଥିବା ଉଡ଼ୁଥିବା ବସ୍ତୁ ଉପରେ କଡା ନଜର ରଖିପାରିବ। ଏବେ ଭାରତୀୟ ବାୟୁସେନାରେ ତିନୋଟି ଫାଲକନ୍ AWACS ଅଛି। ୨୦୦୯ ରୁ ୨୦୧୧ ମଧ୍ୟରେ ଏହା ଭାରତୀୟ ବାୟୁସେନାରେ ସାମିଲ୍ ହୋଇଥିଲା। ଏହାର ମୂଲ୍ୟ ସେତେବେଳେ ପ୍ରାୟ ୧.୧ ବିଲିୟନ ଡ଼ଲାର୍ ଥିଲା।

Related story