କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଆକର୍ଷଣୀୟ ଯୋଜନା: ଘର ଲୋନ୍‌ ନେଲେ ବ୍ୟାଙ୍କଠାରୁ କମ୍‌ ଦେବାକୁ ପଡ଼ିବ ସୁଧ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ନିଜର କର୍ମଚାରୀ ପାଇଁ ଏକ ଆକର୍ଷଣୀୟ ଉପହାର ଘୋଷଣା କରିଛନ୍ତି। ନୂଆ ଘର କିଣିବାକୁ କିମ୍ବା ତିଆରି କରିବା ପାଇଁ କେନ୍ଦ୍ର ସରକାର କର୍ମଚାରୀମାନେ ୨୫ଲକ୍ଷ ଟଙ୍କା ଆଡଭାନ୍ସ ନେଇପାରିବେ। ଏଥିପାଇଁ ସେମାନଙ୍କୁ ୮.୫ ପ୍ରତିଶତ ସୁଧ ଦେବାକୁ ପଡ଼ିବ। କୋଠାବାଡ଼ି ଓ ସହର ମନ୍ତ୍ରାଣାଳୟ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀଙ୍କୁ ୭.୫୦ ଲକ୍ଷ ଟଙ୍କା ଆଡଭାନ୍ସ ନେବାର ସୁବିଧା ଥିଲା। କୋଠାବାଡ଼ି ଓ ସହର ମନ୍ତ୍ରଣାଳୟର […]

nn

Rakesh Mallick
  • Published: Friday, 10 November 2017
  • , Updated: 10 November 2017, 03:03 PM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାର ନିଜର କର୍ମଚାରୀ ପାଇଁ ଏକ ଆକର୍ଷଣୀୟ ଉପହାର ଘୋଷଣା କରିଛନ୍ତି। ନୂଆ ଘର କିଣିବାକୁ କିମ୍ବା ତିଆରି କରିବା ପାଇଁ କେନ୍ଦ୍ର ସରକାର କର୍ମଚାରୀମାନେ ୨୫ଲକ୍ଷ ଟଙ୍କା ଆଡଭାନ୍ସ ନେଇପାରିବେ। ଏଥିପାଇଁ ସେମାନଙ୍କୁ ୮.୫ ପ୍ରତିଶତ ସୁଧ ଦେବାକୁ ପଡ଼ିବ। କୋଠାବାଡ଼ି ଓ ସହର ମନ୍ତ୍ରାଣାଳୟ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀଙ୍କୁ ୭.୫୦ ଲକ୍ଷ ଟଙ୍କା ଆଡଭାନ୍ସ ନେବାର ସୁବିଧା ଥିଲା।

କୋଠାବାଡ଼ି ଓ ସହର ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି,“କର୍ମଚାରୀମାନେ ନିଜ ଅଫିସର ହାଉସ ବିଲ୍ଡିଂରେ ଆଡଭାନ୍ସ ନେଲେ ୧୧ଲକ୍ଷ ଟଙ୍କା ସଞ୍ଚୟ କରିପାରିବେ।”

ସେ ଆହୁରି କହିଛନ୍ତି,“ବ୍ୟାଙ୍କ‘ରୁ ୮.୩୫ ଚକ୍ରବର୍ତ୍ତୀ ସୁଧରେ ୨୫ ଲକ୍ଷ ଟଙ୍କା ୨୦ ବର୍ଷ ପାଇଁ ଋଣ ଆଣିଲେ ମାସକୁ ୨୧,୪୫୯ ଟଙ୍କା ମାସିକ କିସ୍ତି ଦେବାକୁ ପଡ଼ିବ। ୨୦ ବର୍ଷରେ  କର୍ମଚାରୀଙ୍କୁ ୫୧.୫୦ ଲକ୍ଷ  ଟଙ୍କା ଦେବାକୁ ପଡ଼ିବ। ଆର୍ଥାତ ସୁଧ ହିସାବରେ ବ୍ୟାଙ୍କକୁ ୨୬.୫୦ ଲକ୍ଷ ଦେବାକୁ ପଡ଼ିବ।  କିନ୍ତୁ ହାଉସ ବିଲ୍ଡିଂରେ  ୨୫ ଲକ୍ଷ  ଟଙ୍କା ଲୋନ୍ ଆଣିଲେ ୧୫ ବର୍ଷ ଯାଏଁ କର୍ମଚାରୀଙ୍କୁ ପ୍ରତିମାସ  ୧୩,୮୯୦  ଟଙ୍କା କିସ୍ତି ଦେବାକୁ ପଡ଼ିବ। ବାକି ୫ ବର୍ଷ ପ୍ରତିମାସ ୨୬,୪୧୧ ଟଙ୍କା  ଦେବାକୁ ପଡ଼ିବ। ସୁଧ ୧୫.୮୪ ଟଙ୍କା  ଦେବାକୁ ପଡ଼ିବ। କର୍ମଚାରୀଙ୍କୁ ସମୁଦାୟ ୪୦,୮୪  ଲକ୍ଷ ଟଙ୍କା ଦେବାକୁ ପଡ଼ିବ।  ଆପଣଙ୍କ ଏହା ଦ୍ୱାରା ୧୧ଲକ୍ଷ ଟଙ୍କା ସଞ୍ଚୟ ହୋଇପାରିବ।”

କୋଠାବାଡ଼ି ଓ ସହର ମନ୍ତ୍ରଣାଳୟ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ସମୟକୁ ସମୟ  ନୂଆ ନିୟମ ଲାଗୁ କରିଥାନ୍ତି। ମନ୍ତ୍ରଣାଳୟର ନିୟମ ଅନୁୟାଯୀ କେନ୍ଦ୍ର ସରକାରଙ୍କର ଜଣେ କର୍ମଚାରୀ ୩୪ ମାସର ମୂଳ ଦରମା ବା ବେସିକ୍‌ ସାଲେରୀକୁ ଲୋନ୍‌ ଆକାରରେ ନେଇପାରିବେ। ତେବେ ସେମାନେ ସର୍ବାଧିକ ୨୫ ଲକ୍ଷ ଟଙ୍କା ଲୋନ୍‌ ଆକାରରେ ନେଇପାରିବେ। ଏହାର ସୁଧ ପରିମାଣ ୮.୫୦ ସ୍ଥିର କରାଯାଇଛି। ପୂର୍ବରୁ ଏହା ୬ ପ୍ରତିଶତର ୯.୫୦ ପ୍ରତିଶତ ସ୍ଲାବ୍‌ ଆକାରରେ ଥିଲା। ସୁଧ ପରିମାଣ କେତେ ହେବ ତାହା ପ୍ରତି ୩ ବର୍ଷରେ ଥରେ ନିଷ୍ପତ୍ତି ହୋଇଥାଏ।

 

Related story