ଶ୍ରୀନଗର: ଜମ୍ମୁ କଶ୍ମୀରରେ ସ୍ଥିତି ସ୍ୱାଭାବିକ ମୁହାଁ ହେଉଥିବା ବେଳେ ଆଜି ପୁଣିଥରେ ଗ୍ରେନେଡ୍ ମାଡ଼ ହୋଇଛି। ଶ୍ରୀନଗର ସ୍ଥିତ ହରି ସିଂହ ହ୍ୱାଇଟ୍ ଷ୍ଟ୍ରିଟ୍ ରୋଡ଼ ନିକଟରେ ଆତଙ୍କବାଦୀ ମାନେ ଗ୍ରେନେଡ ଫିଙ୍ଗିଛନ୍ତି। ଏହି ଆକ୍ରମଣରେ ୭ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି। ଗ୍ରେନେଡ ମାଡ଼ ହୋଇଥିବା ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ରହିଥିବା ବେଳେ ଆତଙ୍କବାଦୀ ଆକ୍ରମଣକୁ ନେଇ ପ୍ରଶ୍ନ ଉଠିଛି।
ଗ୍ରେନେଡ ମାଡ଼ ପରେ ଘଟଣାସ୍ଥଳରେ ସୁରକ୍ଷା କର୍ମୀଙ୍କ ସଂଖ୍ୟା ଅଧିକ ବଢ଼ାଇ ଦିଆଯାଇଛି। ଏଥିସହ ଜମ୍ମୁ କଶ୍ମୀର ପୁଲିସ ମଧ୍ୟ ମୁତ୍ତୟନ ହୋଇଛନ୍ତି।