ଜିଏସଟି ସଂଶୋଧିତ ବିଲ ଲୋକସଭାରେ ଆଗତ; କଂଗ୍ରେସର କକ୍ଷତ୍ୟାଗ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ଗୁଡସ୍ ଆଣ୍ଡ ସର୍ଭିସେସ ଟାକ୍ସ (ଜିଏସଟି) ସଂଶୋଧିତ ବିଲକୁ ଲୋକସଭାରେ ଆଗତ କରିଛନ୍ତି। କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଏହି ବିଲକୁ ଗୃହରେ ଆଗତ କରିଥିଲେ। ତେବେ ବିଲଟିକୁ ସଂଶୋଧିତ କରିବାକୁ ଯଥେଷ୍ଟ ସମୟ ଦିଆଯାଇ ନ ଥିବା ଅଭିଯୋଗ କରି କଂଗ୍ରେସ ସାଂସଦମାନେ କକ୍ଷତ୍ୟାଗ କରିଥିଲେ। ସମାଜବାଦୀ ପାର୍ଟି, ତୃଣମୂଳ କଂଗ୍ରେସ ଓ ଆପର ସାଂସଦମାନେ ମଧ୍ୟ ସମାନ ଅଭିଯୋଗ କରି କକ୍ଷତ୍ୟାଗ କରିଥିଲେ। ଏହି ସଂଶୋଧିତ ବିଲକୁ […]

arun jaitely

Rakesh Mallick
  • Published: Friday, 24 April 2015
  • , Updated: 24 April 2015, 09:35 AM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ଗୁଡସ୍ ଆଣ୍ଡ ସର୍ଭିସେସ ଟାକ୍ସ (ଜିଏସଟି) ସଂଶୋଧିତ ବିଲକୁ ଲୋକସଭାରେ ଆଗତ କରିଛନ୍ତି। କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଏହି ବିଲକୁ ଗୃହରେ ଆଗତ କରିଥିଲେ। ତେବେ ବିଲଟିକୁ ସଂଶୋଧିତ କରିବାକୁ ଯଥେଷ୍ଟ ସମୟ ଦିଆଯାଇ ନ ଥିବା ଅଭିଯୋଗ କରି କଂଗ୍ରେସ ସାଂସଦମାନେ କକ୍ଷତ୍ୟାଗ କରିଥିଲେ। ସମାଜବାଦୀ ପାର୍ଟି, ତୃଣମୂଳ କଂଗ୍ରେସ ଓ ଆପର ସାଂସଦମାନେ ମଧ୍ୟ ସମାନ ଅଭିଯୋଗ କରି କକ୍ଷତ୍ୟାଗ କରିଥିଲେ। ଏହି ସଂଶୋଧିତ ବିଲକୁ ପରୀକ୍ଷାନିରୀକ୍ଷା ପାଇଁ ଏକ ଷ୍ଟାଣ୍ଡିଂ କମିଟି ପାଖକୁ ପଠାଇବାକୁ କଂଗ୍ରେସ ସାଂସଦମାନେ ଦାବି କରିଥିଲେ।

ଅନ୍ୟପକ୍ଷରେ ଗୃହରେ ଏହି ସଂଶୋଧିତ ବିଲକୁ ଆଗତ କରି ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ କହିଥିଲେ ଯେ ଜିଏସଟି ନେଇ ବିଭିନ୍ନ ସ୍ତରରେ ଆଲୋଚନା କରାଯାଇଛି। ଏବେ ଏହାକୁ ପାରିତ କରିବାରେ ବିଳମ୍ବ କଲେ ଏଥିରୁ ଫାଇଦା ପାଇବାକୁ ଥିବା ରାଜ୍ୟଗୁଡ଼ିକର ହିଁ ଅଧିକ କ୍ଷତି ହେବ। ସେ ଆହୁରି ମଧ୍ୟ କହିଥିଲେ ଯେ ରାଜ୍ୟ ଅର୍ଥମନ୍ତ୍ରୀମାନଙ୍କର ପ୍ୟାନେଲ ଜିଏସଟି ନେଇ ପୂରା ନିରପେକ୍ଷ ମତ ଦେଇଛି।

ସୂଚନାଯୋଗ୍ୟ, ଗତ ବୁଧବାର ଜିଏସଟି ନେଇ ସବୁ ରାଜ୍ୟର ଅର୍ଥମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ ଅରୁଣ ଜେଟଲୀ। ଏହି ବୈଠକରେ ତାମିଲନାଡୁକୁ ଛାଡ଼ି ଅଧିକାଂଶ ରାଜ୍ୟ ଜିଏସଟି ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ଏହା ପରେ ଜେଟଲୀ ପ୍ରତିଶ୍ରୁତି ଦେଇଥିଲେ ଯେ ଖୁବଶୀଘ୍ର ବିଲଟିକୁ ସଂସଦରେ ଉପସ୍ଥାପିତ କରାଯିବ।

ଆଜି ଲୋକସଭାରେ ଆଗତ ହୋଇଥିବା ଜିଏସଟି ବିଲ ଉପରେ ଆସନ୍ତା ସୋମବାର ଆଲୋଚନା ହୋଇପାରେ। ସେହି ଦିନ ହିଁ ଏହାକୁ ଲୋକସଭାରେ ପାସ୍ କରାଇ ନେବାକୁ ସରକାର ଲକ୍ଷ୍ୟ ରଖିଥିବା କୁହାଯାଉଛି।

Related story