୨୧୩ଟି ସାମଗ୍ରୀ ଉପରୁ ହ୍ରାସ ପାଇଛି ଜିଏସ୍ଟି ହାର। ଟିକସ ହାରରେ ହୋଇଥିବା ଏହି ହ୍ରାସ ଚଳିତ ମାସ ୧୫ ତାରିଖରୁ ଲାଗୁ ହେବ। ୧୭୮ଟି ସାମଗ୍ରୀ ଉପରୁ ଟିକସ ହାର ୨୮ ପ୍ରତିଶତରୁ ୧୮ ପ୍ରତିଶତକୁ ଖସି ଆସିଛି। ଆସନ୍ତୁ ଜାଣିବା କେଉଁ ସାମଗ୍ରୀ ଉପରୁ କେତେ ଟିକସ କମିଲା।
ଏହି ସବୁ ସାମଗ୍ରୀ ଉପରେ ଜିଏସ୍ଟି ୨୮ରୁ ୧୮ ପ୍ରତିଶତ ହେଲା
ଚୁଇଂଗମ୍, ଚକୋଲେଟ୍, କଫି, କଷ୍ଟାର୍ଡ ପାଉଡର, ମାର୍ବଲ ଓ ଗ୍ରାନାଇଟ୍, ଜୋତା ପଲିସ୍ ଓ କ୍ରିମ୍, ସାନିଟାରୀ ୱେର,ଚମଡ଼ା ପୋଷାକ, ପ୍ରେସର କୁକୁର, ଷ୍ଟୋଭ୍, ଆଫ୍ଟର ସେଭ୍,ଡିଓଡ୍ରେଣ୍ଟ, ଡିଟରଜେଣ୍ଟ ପାଉଡର, ରେଜର, ବ୍ଲେଡ୍, ୱାଟର ହିଟର, ବ୍ୟାଟେରୀ, ଗଗ୍ଲସ୍, ହାତଘଣ୍ଟା, ମ୍ୟାଟ୍ରେସ୍, ଇଲେକ୍ଟ୍ରିତାର, ଫର୍ନିଚର, ସୁଟ୍କେସ୍, କେଶ କ୍ରିମ୍, କେଶରେ ଲଗାଯାଉଥିବା ରଙ୍ଗ, ମେକ୍ଅପ୍ ସାମଗ୍ରୀ, ପଙ୍ଖା, ଲ୍ୟାମ୍ପ, ରବର ଟ୍ୟୁ, ଓ ମାଇକ୍ରସ୍କୋପ ।
ଜିଏସ୍ଟି ୧୮ ରୁ ୧୨ ପ୍ରତିଶତ ହେଲା
କନ୍ଡେନ୍ସ୍ଡ ମିଲ୍କ, ବିଶୁଦ୍ଧ ଚିନି, ଡାଇବେଟିସ୍ ଖାଦ୍ୟ, ପାସ୍ତା ମସଲା, ପ୍ରିଟିଙ୍ଗ୍ ଇଙ୍କ୍, ହ୍ୟାଣ୍ଡ ବ୍ୟାଗ୍, ଟୋପି, ଚଷମା ଫ୍ରେମ୍ ଓ ବାଉଁଶରେ ତିଆରି ଫର୍ନିଚର।
୫ ପ୍ରତିଶତରୁ ଶୂନକୁ ଖସି ଆସିଥିବା ସାମଗ୍ରୀ
କିଛି ଶୁଖିଲା ପରିବା, କତା ଛଡ଼ା ନଡ଼ିଆ ଓ ମାଛ
୧୮ରୁ ୬ %କୁ ଖସି ଆସିଥିବା ସାମଗ୍ରୀ
ପଫଡ଼ ରାଇସ୍ ଚିକି (ବାଦାମ ମଞ୍ଜିକୁ ନେଇ ପ୍ରସ୍ତୁତ ହେଉଥିବା ମିଠା ଜାତୀୟ ଖାଦ୍ୟ), ଆଳୁର ଅଟା, ଚଟଣି ପାଉଡର, ଫ୍ଲାଇ ସଲଫର୍।
୧୨ ରୁ ୫% ହୋଇଥିବା ସାମଗ୍ରୀ
ଇଡ୍ଲି ଓ ଦୋସା ପିଠଉ, ଚମଡ଼ାରେ ତିଆରି ସାମଗ୍ରୀ, ଦଉଡ଼ି, ମାଛ ଧରିବା ଜାଲ, ପୁରୁଣା ପୋଷାକ ଓ ଶୁଖା ନଡ଼ିଆ।
ଏବେ ବି ମହଙ୍ଗା ସାମଗ୍ରୀ
ପାନ ମସଲା, ମୃଦୁ ପାନୀୟ, ସୁସ୍ୱାଦୁ ପାନୀୟ, ସିଗାରେଟ୍, ତମ୍ୱାକୁ ସାମଗ୍ରୀ, ସିମେଣ୍ଟ, ଘରେ ଲଗାଯାଉଥିବା ରଙ୍ଗ, ପରଫ୍ୟୁମ୍, ଏସି, ଡିସ୍ ୱାସିଗିଂ ମେସିନ୍, ୱାସିଗିଂ ମେସିନ୍, ରେଫ୍ରିଜେଟର, ଭାକ୍ୟୁମ୍ କ୍ଲିନର୍, କାର୍ ଓ ବାଇକ୍, ବିମାନ ଓ ୟାଟ୍ (କ୍ଷୁଦ୍ର ହାଲୁକା ପାଲଟଣା ନୌକା)। ଏ ସାମଗ୍ରୀ ଗୁଡ଼ିକ ପାଇଁ ଏବେବି ୨୮ ପ୍ରତିଶତ ଟିକସ ଦେବାକୁ ହେବ।