ଅହମ୍ମଦାବାଦ: ଷଷ୍ଠ ଥର ପାଇଁ ଗୁଜରାଟରେ ସରକାର ଗଠନ କରିଛି ବିଜେପି। ଆଜି ବିଜୟ ରୂପାନୀ ଦ୍ୱିତୀୟ ଥର ପାଇଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଓ. ପି. କୋହଲି ରୂପାନୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଗାନ୍ଧିନଗରରେ ଆୟୋଜିତ ଭବ୍ୟ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହା, ନୀତିଶ କୁମାରଙ୍କ ସମେତ ୧୮ ଏନ୍ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ। ରୂପାନୀଙ୍କ ନୂଆ କ୍ୟାବିନେଟ୍ରେ କେତେକ ପୁରୁଣା ଓ ନୂଆ ଚେହେରା ସହିତ ୧୯ ମନ୍ତ୍ରୀ ସାମିଲ ହୋଇଛନ୍ତି।
ସୂଚନାଯୋଗ୍ୟ, ଗୁଜରାଟର ୧୮୨ଟି ବିଧାନସଭା ଆସନରୁ ବିଜେପିକୁ ୯୯ଟି ଆସନ ମିଳିଛି । ଆଉ କଂଗ୍ରେସକୁ ୮୦ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି ।