ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ କଂଗ୍ରେସକୁ ଜବାବ: ୨୦୧୨ରେ ତୁମେ ନିର୍ବାଚନ କମିଶନଙ୍କ ଉପରେ ଚାପ ପକାଇ ମୋଦିଙ୍କୁ ଅଟକାଇଥିଲ

ନୂଆଦିଲ୍ଲୀ: ଗୁଜରାଟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣାରେ ଡେରିକୁ ନେଇ କଂଗ୍ରେସ ଆଣିଥିବା ଅଭିଯୋଗର ପାଲଟା ଆକ୍ରମଣ କରିଛନ୍ତି ମୁଖ୍ୟମନ୍ତ୍ରୀ ବିଜୟ ରୁପାଣି। ୨୦୧୨ରେ କଂଗ୍ରେସ ନିର୍ବାଚନ କମିଶନରଙ୍କ ଉପରେ ଚାପ ପକାଇ ମୋଦିଙ୍କୁ କାମ କରିବାକୁ ଦେଇ ନ ଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ରୁପାଣି ଆହୁରି କହିଛନ୍ତି- “୨୦୧୨ ବିଧାନସଭା ନିର୍ବାଚନରେ କଂଗ୍ରେସ କଥାରେ ମୁଖ୍ୟ ନିର୍ବାଚନ କମିଶନର ମୋଦିଙ୍କୁ କାମରେ ପ୍ରତିବନ୍ଧକ ଳଗାବାକୁ ରେକର୍ଡ ସମୟ ପର୍ଯ୍ୟନ୍ତ ନିର୍ବାଚନ ସଂହିତା […]

Rakesh Mallick
  • Published: Monday, 16 October 2017
  • , Updated: 16 October 2017, 12:35 PM IST

ନୂଆଦିଲ୍ଲୀ: ଗୁଜରାଟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣାରେ ଡେରିକୁ ନେଇ କଂଗ୍ରେସ ଆଣିଥିବା ଅଭିଯୋଗର ପାଲଟା ଆକ୍ରମଣ କରିଛନ୍ତି ମୁଖ୍ୟମନ୍ତ୍ରୀ ବିଜୟ ରୁପାଣି। ୨୦୧୨ରେ କଂଗ୍ରେସ ନିର୍ବାଚନ କମିଶନରଙ୍କ ଉପରେ ଚାପ ପକାଇ ମୋଦିଙ୍କୁ କାମ କରିବାକୁ ଦେଇ ନ ଥିଲା ବୋଲି ସେ ଅଭିଯୋଗ କରିଛନ୍ତି।

ରୁପାଣି ଆହୁରି କହିଛନ୍ତି- “୨୦୧୨ ବିଧାନସଭା ନିର୍ବାଚନରେ କଂଗ୍ରେସ କଥାରେ ମୁଖ୍ୟ ନିର୍ବାଚନ କମିଶନର ମୋଦିଙ୍କୁ କାମରେ ପ୍ରତିବନ୍ଧକ ଳଗାବାକୁ ରେକର୍ଡ ସମୟ ପର୍ଯ୍ୟନ୍ତ ନିର୍ବାଚନ ସଂହିତା ଲାଗୁ କରିଥିଲେ।”

ଏହାସହ ତାଙ୍କ ସରକାର ନିର୍ବାଚନ କମିଶନରଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରୁଥିବା ନେଇ କଂଗ୍ରେସ ଆଣିଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି।

ମୁଖ୍ୟ ନିର୍ବାଚନ କମିଶନର ଗତ ଗୁରୁବାର ଦିନ ହିମାଚଳ ପ୍ରଦେଶ  ବିଧାନସଭା ନିର୍ବାଚନ ପାଇଁ  ତାରିଖ ଘୋଷଣା କରିଥିବା ବେଳେ ଗୁଜରାଟ ପାଇଁ ତାରିଖ ଘୋଷଣା କରି ନଥିଲେ। ହେଲେ ଡିସେମ୍ବର ୧୮ ପୂର୍ବରୁ ଗୁଜରାଟ ନିର୍ବାଚନ ହେବ ବୋଲି ହେବ ବୋଲି କହିଥିଲେ। କାରଣ ଡିସେମ୍ବର ୧୮ରେ ଗୁଜରାଟ ଓ ହିମାଚଳ ପ୍ରଦେଶର ଏକକାଳୀନ ଭୋଟ ଗଣତି ହେବ ବୋଲି ସେ ଘୋଷଣା କରିଛନ୍ତି।

ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ତାରିଖ ତୁରନ୍ତ ଘୋଷଣା ନେଇ କଂଗ୍ରେସ ନେତା ରଣଦୀନ ସୁରଜୱାଲା ମୋଦି ସରକାରଙ୍କୁ ଦାୟୀ କରିଥିଲେ। ନିର୍ବାଚନ କମିଶନରଙ୍କ ଉପରେ ଚାପ ପ୍ରୟୋଗ କରାଯାଇ ଏହି ଘୋଷଣା କରାଯାଇଥିବା ସେ ଅଭିଯୋଗ ଆଣିଥିଲେ।

 

 

Related story