ମନ୍ତ୍ରୀ ପୁଅକୁ କଡ଼ା ଜବାବ ଦେବାପରେ ମୁହଁ ଖୋଲିଲେ ସୁନୀତା, କହିଲେ ଆଇପିଏସ୍‌ ହେବି

ଅହମ୍ମଦାବାଦ: ଜଣେ ମନ୍ତ୍ରୀଙ୍କ ପୁଅକୁ କଡ଼ା ଜବାବ ଦେଇ ସୋଶାଲ ମିଡିଆ ସେନ୍‌ସେସନ୍‌ ପାଲଟିଯାଇଛନ୍ତି କନଷ୍ଟେବଲ ସୁନୀତା ଯାଦବ। କରୋନା ଭାଇରସ୍‌ ସମ୍ପର୍କିତ କର୍ଫ୍ୟୁକୁ ଭାଙ୍ଗିବା ପରେ ତୋଡ଼ ଦେଖାଉଥିବା ଜଣେ ମନ୍ତ୍ରୀ ପୁଅଙ୍କୁ ଗତ ଜୁଲାଇ ୮ରେ ସେ ଏପରି ଜବାବ ଦେବାପରେ ତାଙ୍କୁ ଲେଡି ସିଙ୍ଘମ୍ କୁହାଯାଉଛି। କିନ୍ତୁ ଏକ ସାକ୍ଷାତକାରରେ ଏପରି ଆଖ୍ୟାକୁ ଏଡ଼ାଇ ଯାଇଛନ୍ତି ସୁନୀତା। ସୁନୀତା କହିଛନ୍ତି, ମୁଁ ଲେଡି ସିଙ୍ଘମ ନୁହେଁ। ମୁଁ କେବଳ ମୋ କର୍ତ୍ତବ୍ୟ କରିଥିଲି। […]

lady-dabang

lady-dabang

Subrat Kumar Nayak
  • Published: Wednesday, 15 July 2020
  • Updated: 15 July 2020, 09:27 PM IST

Sports

Latest News

ଅହମ୍ମଦାବାଦ: ଜଣେ ମନ୍ତ୍ରୀଙ୍କ ପୁଅକୁ କଡ଼ା ଜବାବ ଦେଇ ସୋଶାଲ ମିଡିଆ ସେନ୍‌ସେସନ୍‌ ପାଲଟିଯାଇଛନ୍ତି କନଷ୍ଟେବଲ ସୁନୀତା ଯାଦବ। କରୋନା ଭାଇରସ୍‌ ସମ୍ପର୍କିତ କର୍ଫ୍ୟୁକୁ ଭାଙ୍ଗିବା ପରେ ତୋଡ଼ ଦେଖାଉଥିବା ଜଣେ ମନ୍ତ୍ରୀ ପୁଅଙ୍କୁ ଗତ ଜୁଲାଇ ୮ରେ ସେ ଏପରି ଜବାବ ଦେବାପରେ ତାଙ୍କୁ ଲେଡି ସିଙ୍ଘମ୍ କୁହାଯାଉଛି। କିନ୍ତୁ ଏକ ସାକ୍ଷାତକାରରେ ଏପରି ଆଖ୍ୟାକୁ ଏଡ଼ାଇ ଯାଇଛନ୍ତି ସୁନୀତା।

ସୁନୀତା କହିଛନ୍ତି, ମୁଁ ଲେଡି ସିଙ୍ଘମ ନୁହେଁ। ମୁଁ କେବଳ ମୋ କର୍ତ୍ତବ୍ୟ କରିଥିଲି। ଲୋକେ ଏମିତି କହୁଛନ୍ତି, କାରଣ ବେଶ କିଛି ପୁଲିସ୍ ଏମିତି କରନ୍ତିନି। କିନ୍ତୁ ଲୋକେ ଏମିତି କହିଲେ ଭଲଲାଗେ।

ସେ କହିଛନ୍ତି, ମୁଁ ଭାବୁଥିଲି ଖାକି ବର୍ଦ୍ଦିରେ କ୍ଷମତା ଅଛି। ଏ ଘଟଣା ମୋତେ ଶିଖାଇ ଦେଇଛି, ଏହା ପ୍ରକୃତରେ ଉଚ୍ଚ ପାହ୍ୟାରେ ଥାଏ। ମୁଁ ଏବେ ଆଇପିଏସ୍‌ ପାଇଁ ପ୍ରସ୍ତୁତ ହେବି। ମୁଁ ରାଙ୍କ ବା ପାହ୍ୟା ସହ ଫେରିବି। ଏ ଘଟଣାର ସମାଧାନ ହେଇପାରିଥା’ନ୍ତା। କିନ୍ତୁ ଚୁଇଁ ଗମ୍ ପରି ଟାଣି ହେଇ ଚାଲିଲା।

ସେଦିନର ଘଟଣା ବାବଦରେ ସେ ବଖାଣି କହିଛନ୍ତି, କର୍ଫ୍ୟୁରେ କିଛି ଲୋକଙ୍କ ବୁଲିବା ଦେଖି ପଚାରିଲି। କିଛି କାରଣ ପାଇଁ ବାହାରେ ବୁଲିବାକୁ ଅନୁମତି ଅଛି। କିନ୍ତୁ ଏମାନଙ୍କ ପାଖେ କାରଣ ନଥିଲା। ସେମାନେ ସରି କହି କ୍ଷମା ମାଗିଲେ। ମୁଁ ଛାଡ଼ି ଦେଇଥା’ନ୍ତି, କିନ୍ତୁ ଆଇନ ଅନୁଯାୟୀ ଦଣ୍ଡ ଦେବାକୁ ଭାବିଲି। ମୋ ପାଖରେ ଚାଲାଣ ସ୍ଲିପ୍ ନଥିବାରୁ ସେମାନଙ୍କ ଭୁଲ ପାଇଁ ବସ୍‌ଉଠ କରାଇଲି।

ଘଟଣା ଏଇଠି ସରିଯାଇଥିଲା। ହଠାତ ଗୁଜରାଟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପୁଅ ପ୍ରକାଶ କରାନୀ ଘଟଣାସ୍ଥଳରେ ପହଞ୍ଚି ଏମାନଙ୍କୁ ଅଟକାଇବା ନେଇ କନଷ୍ଟେବଲଙ୍କୁ ପଚାରିଥିଲେ। ଏହାପରେ ଯୁକ୍ତିତର୍କ ହେଲା ଯାହାର ଭିଡିଓ ମଧ୍ୟ ଭାଇରାଲ ହେଲା। ଏହାପରେ ପ୍ରକାଶ ସମେତ ୩ ଜଣଙ୍କୁ ପୁଲିସ୍‌ ଅଟକ ରଖିଥିଲା। ପରେ ସୁନୀତା ସୋଶାଲ ମିଡିଆରେ ଭିଡିଓ ପୋଷ୍ଟ କରିଥିଲେ ସେ ଚାପରେ ଅଛନ୍ତି, ତାଙ୍କୁ ଗାଳି କରାଯାଉଛି, ତାଙ୍କ ଜୀବନ ପ୍ରତି ବିପଦ ଅଛି। ଏମିତି କେତେ କ’ଣ। ତାଙ୍କୁ ପୁଲିସ୍‌ ସୁରକ୍ଷା ତ ଦିଆଗଲା, ପରେ ତାଙ୍କୁ ପୂର୍ବ ଥାନାରୁ ଅନ୍ୟତ୍ର ବଦଳି କରିଦିଆଗଲା। ପରେ ସୁନୀତା ଏହାର ବିରୋଧ କରି ଇସ୍ତଫା ଦେଇଦେଇଥିଲେ। ପୁଲିସ୍‌ ଇସ୍ତଫା ଗ୍ରହଣ କରିଛି ନା ସ୍ପଷ୍ଟ ହୋଇନଥିଲେ ମଧ୍ୟ ଏହା ସାଧାରଣରେ ବେଶ ଆଲୋଡ଼ନ ସୃଷ୍ଟି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos